ଉପାନ୍ତରେ ରାସ୍ତା ପାଲଟିଛି ମରଣ ଯନ୍ତା
by Argus News
Sat, Jul 20 | 6:38 p.m.

ନୂଆପଡା:  ଉପାନ୍ତରେ ରାସ୍ତା ପାଲଟିଛି ମରଣ ଯନ୍ତା । ବର୍ଷବର୍ଷ ଧରି ସମସ୍ୟା ସାମ୍ନା କରୁଛନ୍ତି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କମଳାମାଲବାସୀ । ପୂର୍ବ ବିଜେଡି ସରକାରର 24 ବର୍ଷ ଶାସନ କାଳରେ ବି ଲୋକଙ୍କ ସମସ୍ୟା ଦୂର ହୋଇପାରି ନାହିଁ  । ଖାଲଖମାରେ ଭର୍ତ୍ତି ରାସ୍ତା ଯୋଗୁ ଜରୁରୀ ସମୟରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ କିମ୍ବା ଦମକଳ ।  ଉପାନ୍ତରେ ରାସ୍ତା ପାଲଟିଛି ମରଣ ଯନ୍ତା । ପୂର୍ବ ବିଜେଡି ସରକାର ଓ ସ୍ଥାନୀୟ ପ୍ରଶାସନ ଉପରେ ଦୋଷ ଲଦିଲେ ବୋଡେନ ବାସିନ୍ଦା । ଖାଲଖମାରେ ଭର୍ତ୍ତି ରାସ୍ତା ଯୋଗୁ ଦୁର୍ଗମରେ ବଢୁଛି ଲୋକଙ୍କ ସମସ୍ୟା । ଦେଖନ୍ତୁ ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକର ଉପାନ୍ତ କମଳାମାଲରୁ କ୍ଷୀରମାଲକୁ ସଂଯୋଗ କରୁଥିବା ରାସ୍ତାର ଦୃଶ୍ୟ ।

ବର୍ଷା ପାଣି ଜମି ରହିଵା ଦ୍ଵାରା ବେହାଲ ସ୍ଥିତି । ବିପଦଜନକ ସ୍ଥିତିରେ ରାସ୍ତା ପାର ହେଉଛନ୍ତି ଲୋକେ । ଜରୁରୀକାଳୀନ ଭାବେ ରାସ୍ତା ପୁନଃନିର୍ମାଣ କରିବାକୁ ଦାପି କରିଛନ୍ତି ଲୋକେ ।  ଏହି ରାସ୍ତା ଅନେକ ପଡାକୁ ସଂଯୋଗ କରୁଛି । ମୁଖ୍ୟ ରାସ୍ତା ହୋଇଥିଲେ ମଧ୍ୟ ଏହାର ଉନ୍ନତି ହେଉ ନ ଥିଵା ଅଭିଯୋର କରିଛନ୍ତ ଅଞ୍ଚଳଵାସୀ । ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଉପାନ୍ତ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ଅଣଦେଖା କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ସେପଟେ ବୋଡେ଼ନ ବିଡିଓ ପ୍ରିୟ ରଞ୍ଜନ କୁମାର ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କମଳାମାଲ କ୍ଷୀରମାଲ ରାସ୍ତା ଅତି ବିପର୍ଯ୍ୟସ୍ତ ହୋଇଥିବାରୁ ଶୀଘ୍ର ରାସ୍ତା ନିର୍ମାଣ ପାଇ ସ୍ଥାନୀୟ ଲୋକେ ଦାଵି କରିଛନ୍ତି । ରାଜ୍ୟରେ ସରକାର ବଦଳି ଥିବାରୁ ଶୀଘ୍ର କାମ ହେବ ବୋଲି ଲୋକ ଆଶା ରଖିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା