ଆଠଗଡର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ
by Argus News
Thu, Jul 11 | 8:26 p.m.

କଟକ: ଆଠଗଡର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ । ବିପୁଳ ପରିମାଣର ଦେଶୀ ମଦ ଜବତ ସହ ପୋଚ ନଷ୍ଟ କଲା ଅବକାରୀ ବିଭାଗ । କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ଖଣ୍ଡୁଆଳି, କଦଳୀବାଳି ଓ ଡ଼ାଳୁଅ ଜଙ୍ଗଲରେ କଟକ ଜିଲ୍ଲା ଅବକାରୀ ବିଭାଗର ଟିମ ପକ୍ଷରୁ ଚଢ଼ାଉ କରାଯାଇ ବିଫଳ ପରିମାଣର ଦେଶୀ ମଦ ଜବତ ସହ ପୋଚ ନଷ୍ଟ କରାଯାଇଛି । 

ଗୁରୁବାର ଅପରାହ୍ନ ୪.୩୦ ମିନିଟ ସମୟରେ ଏହି ଚଢାଉ କରାଯାଇଥିଲା । ଏହି ଚଢାଉରେ ୪୨୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ୩ ହଜାର ୨୯୦ ଲିଟର ପୋଚ ନଷ୍ଟ କରାଯାଇଛି । ଏହାସହ ଏହି ଦେଶୀ ମଦ ପ୍ରସ୍ତୁତ କରୁଥିବା ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଅବକାରୀ ବିଭାଗ । 

ଏହା କେଉଁଆଡେ ଚାଲାଣ ହେଇଥିଲା, କିଏ ମୁଖ୍ୟ ଚାଲାଣକାରୀ, କେବେଠାରୁ ଏହା ପ୍ରସ୍ତୁତ ହେଉଥିଲା ସେ ନେଇ ତଦନ୍ତ କରୁଛି ଅବକାରୀ ବିଭାଗ ଟିମ୍ ।

ଆହୁରି ପଢନ୍ତୁ ଓଡିଶା ଖବର...
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା