ଗର୍ଭବତୀଙ୍କୁ ଦିଆଯାଇଛି  Expiry ମେଡିସିନ୍ 
by Argus News
Sun, Oct 06 | 2:33 p.m.

ଯାଜପୁର: ଗର୍ଭବତୀଙ୍କୁ ଦିଆଯାଇଛି ଏକ୍ସପାଇରୀ ମେଡିସିନ୍ । ଦୁଇ ମାସ ପୂର୍ଵରୁ ଔଷଧଗୁଡିକ ଏକ୍ସପାଇରୀ ହୋଇସାରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଘଣ୍ଟିଆଳି ପଞ୍ଚାୟତ ଲେଙ୍କାସାହି ଗାଁରେ । ଅଭିଯୋଗ ଅନୁଯାୟୀ, କୃଷ୍ଣଚନ୍ଦ୍ର ନାଥଶର୍ମାଙ୍କ ସ୍ତ୍ରୀ ସୁଭଦ୍ରା ନାଥଶର୍ମା ଛଅ ମାସର ଗର୍ଭବତୀ ଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ଔଷଧ ସେବନ କରୁଛନ୍ତି ।  

କିନ୍ତୁ ଦୁଇ ମାସ ପୂର୍ବରୁ ଏସ୍ପାଇରୀ ହୋଇଯାଇଥିବା ଔଷଧ ଖାଇବାକୁ ଦେଇଛନ୍ତି ସ୍ଥାନୀୟ ଆଶାକର୍ମୀ । ଔଷଧଗୁଡିକୁ ଖୋଲିଲା ପରେ ଔଷଧଗୁଡିକ ଫାଟି ଯାଇଥିବା ଦେଖି ସନ୍ଦେହ ହୋଇଥିଲା । ମେଡିସିନ୍ ଖୋଳ ଉପରେ ଲେଖାଥିବା ତାରିଖ ଦେଖିଲା ପରେ ଜଣା ପଡିଥିଲା କି ଔଷଧଗୁଡିକ ଏକ୍ସପାଇରୀ ହୋଇଯାଇଛି । ଏନେଇ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

ମାଓ ବାଦୀ
47m ago
ଜୋର ହେଉଛି ମାଓ ବାଦୀ ବିରୋଧୀ ଅଭିଯାନ
ଅର୍ଗସ ବ୍ୟୁରୋ: ଜୋର ହେଉଛି ମାଓ ବିରୋଧୀ ଅଭିଯାନ । କେନ୍ଦ୍ର ଗୃହ ଅମିତ ଶାହ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏ
MAHAKUMBH
CM Yogi Unveils MahaKumbh-2025 Logo, Launches Website & App
New Delhi, Oct 6: Chief Minister Yogi Adityanath on Sunday unveiled the logo for the MahaKumbh-2025 and launched its website and app in Prayagraj. The
ଗର୍ଭବତୀ
ଗର୍ଭବତୀଙ୍କୁ ଦିଆଯାଇଛି  Expiry ମେଡିସିନ୍
ଯାଜପୁର: ଗର୍ଭବତୀଙ୍କୁ ଦିଆଯାଇଛି ଏକ୍ସପାଇରୀ ମେଡିସିନ୍ । ଦୁଇ ମାସ ପୂର୍ଵରୁ ଔଷଧଗୁଡିକ ଏକ୍ସପାଇରୀ ହୋଇସାରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁ