ଦୁର୍ଗମରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର
by Argus News
Sat, Jul 20 | 6:08 p.m.

ଅର୍ଗସ ବ୍ୟୁରୋ:  ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭଵିଷ୍ୟତ । କୁନ୍ଦୁରା ବ୍ଲକ ବାଗଦେରୀ ପଞ୍ଚାୟତ ବାଗଦେରୀ କ୍ଲଷ୍ଟର ବୁଦାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଲାଗି ରହିଛି ଶିକ୍ଷକ ସ୍ଥାନାନ୍ତର ପ୍ରକ୍ରିୟା । ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଛନ୍ତି ୭୫ ପିଲା । lଚଳିତ ଶିକ୍ଷା ବର୍ଷରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର ପରେ ଦୁଇ ଜଣ ଶିକ୍ଷକ। ଶିକ୍ଷା ବର୍ଷ ଆରମ୍ଭରୁ ଦେଖା ଦେଇଛି ପାଠ ପଢ଼ାରେ ବ୍ୟାଘାତ,ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୭୫ ପିଲା ପାଇଁ ରହିଛନ୍ତି ଜଣେ ମାତ୍ର ଶିକ୍ଷକ l ଏମିତିରେ ପାଠ ପଢ଼ା କିଭଳି ହେଵ ସେଥିପାଇ ଚିନ୍ତା ରେ ଅଭିଭାଵକ l ଏହି ବିଦ୍ୟାଳୟରେ କାନାଗୁଡ଼ା, ଜାମଗୁଡ଼ା ଓ ବୁଦାଗୁଡ଼ା  ତିନୋଟି ଗାଁ ର ଛାତ୍ରଛାତ୍ରୀ ନିର୍ଭର କରନ୍ତି,ତେଵେ ଶିକ୍ଷା ର ଏଭଳି ଦୁର୍ଦଶା ଦେଖାଉଛି ପୂର୍ଵ 24 ଵର୍ଷ ବିକାଶର ଅସଲି ଚିତ୍ର ।

 ଏହି ସ୍କୁଲରେ ଶିକ୍ଷକ ସ୍ଥାନାନ୍ତର ଆଜିକୁ ୧୦ ମାସ ହେବ ଲାଗି ରହିଛି, ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକଙ୍କୁ ପୂର୍ବରୁ ଟେମରାଗୁଡ଼ା ସ୍କୁଲକୁ ସ୍ଥାନାନ୍ତର ହୋଇଥିଲା l ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀଙ୍କ ବାରମ୍ବାର ଲିଖିତ ଅଭିଯୋଗ ପରେ ମଧ୍ୟ ଗତ ମାର୍ଚ୍ଚ ମାସରେ ତାଙ୍କୁ ଏଠାକୁ ଫେରାଇ ଥିଲେ l ବର୍ତ୍ତମାନ ଏପ୍ରିଲ ମାସ ଠାରୁ ଅନ୍ୟ ଜଣେ ଶିକ୍ଷକଙ୍କୁ ସ୍ଥାନାନ୍ତର କରାଯାଇଛି l ବିଭାଗର ଏ ସ୍ଥାନାନ୍ତରକୁ ନା ପସନ୍ଦ କରିଛନ୍ତି ଗ୍ରାମବାସୀ l ଏହା ଦ୍ଵାରା ପାଠ ପଢ଼ାରେ ବହୁ ସମସ୍ୟା ଦେଖା ଦେଉଥିବା କହିଛନ୍ତି ଗ୍ରାମବାସୀ,କେବଳ ଏହି ଗୋଟିଏ ସ୍କୁଲ ନୂହେଁ ବ୍ଲକର ଅନେକ ସ୍କୁଲରେ ଶିକ୍ଷକ ସ୍ଥାନାନ୍ତର ଲାଗି ରହିଛି l ପିଲାଙ୍କ ପାଠପଢାକୁ ଗୁରୁତ୍ଵ ଦେଇ ଶିକ୍ଷକଙ୍କୁ ତୁରନ୍ତ ସ୍କୁଲକୁ ଫେରାଇବାକୁ ଦାବୀ କରିଛନ୍ତି ଗ୍ରାମବାସୀ l ଦେଖିବାକୁ ବାକି ରହିଲା ଏହି ଖବର ପ୍ରସାରଣ କେବେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ ଓ ଛାତ୍ରଛାତ୍ରୀଙ୍କ ଭଵିଷ୍ୟତ କୁ ଦୃଷ୍ଟିରେ ରଖି ଆଉ କିଛି ଶିକ୍ଷକଙ୍କୁ ଏହି ବିଦ୍ୟାଳୟରେ ସ୍ଥାନାନ୍ତର କରିବେ l

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା