ଅଦିନିଆ ବର୍ଷା ନେଇଗଲା ପରିଶ୍ରମର ଫଳ 
by Argus News
Wed, Mar 20 | 1:56 p.m.

ସୁବର୍ଣ୍ଣପୁର: ଅଦିନିଆ ବର୍ଷା ହେଲା କାଳ। ଧୋଇ ଗଲା ପରିଶ୍ରମର ଫଳ। ତରଭୁଜ ଚାଷ କରି ସ୍ବାବଲମ୍ବୀ ହେବାକୁ ଆଶା କରିଥିବା ଚାଷୀ ଏବେ ଚିନ୍ତାରେ । ଅଦିନିଆ ବର୍ଷାରେ ଲକ୍ଷାଧିକ ଟଙ୍କାର ତରଭୁଜ ଚାଷ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ବିଶେଷ କରି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ବାଗବର୍ ପଞ୍ଚାୟତରେ ବ୍ୟାପକ ପରିମାଣର ଅର୍ଥକାରୀ ତରଭୁଜ ଚାଷ ହୋଇଥାଏ । ପ୍ରତିବର୍ଷ ବାହାର ରାଜ୍ୟରୁ ବେପାରୀ ଆସି ଉଚିତ ମୂଲ୍ୟରେ ତରଭୁଜ ନେଇ ବ୍ୟବସାୟ କରିଥାନ୍ତି ।

ତେବେ ଚଳିତ ବର୍ଷ ବାହାରୁ ଗାଡ଼ି ଆସି ନଥିବାବେଳେ ବର୍ତ୍ତମାନ ତରଭୁଜ ଅମଳ ସମୟ । ହେଲେ ଗତକାଲି ହୋଇଥିବା ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଏକର ଏକର ତରଭୁଜ ଚାଷ ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ତରଭୁଜ ବିଲରେ ପାଣି ଜମି ତରଭୁଜ ସବୁ ନଷ୍ଟ ହେବାରେ ଲାଗିଛି । ପୁଣି ଦୁଇଦିନ ବର୍ଷା ହେବାକୁ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ଏବେ ଚାଷୀଙ୍କ ମନରେ ଭାଳେଣି ପଡିଛି । ଧାର କରଜ କରି ଦୁଇ ପଇସା ଆଶାରେ ଚାଷ କରିଥିବା ଚାଷୀଙ୍କୁ ଏବେ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

HEALTH
now
ରସୁଣକୁ କେମିତି ବ୍ୟବହାର କରିପାରିବେ
ଅର୍ଗସ ବ୍ୟୁରୋ: ରସୁଣର ଅନେକ ଉପକାରିତା ଅଛି । ରସୁଣ ଖାଇବା ଦ୍ଵାରା କେତକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଖାଲି ରସୁଣ ନୁହେଁ ରସୁଣର ଚୋପାକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ । ତେବ
ବିଜେଡିର ଇସ୍ତାହାରକୁ
11m ago
ବିଜେଡିର ଇସ୍ତାହାରକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ବିଜେଡିର ଇସ୍ତାହାରକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। `ବିଜେଡି ଇସ୍ତାହାରରେ କିଛି ନୂଆ ନାହିଁ, କାଗଜର ଦସ୍ତାବିଜ୍' । `ବିଜେଡିର ଇସ୍ତାହା
CAMPAIGNING
ମନ୍ତ୍ରୀଙ୍କୁ ଘେରି ଅଞ୍ଚଳର ସମସ୍ୟା ବଖାଣିଲେ ଅଞ୍ଚଳବାସୀ
ଅର୍ଗସ ବ୍ୟୁରୋ: ପ୍ରଚାର ବେଳେ ମନ୍ତ୍ରୀଙ୍କୁ ଘେରିଲେ ଲୋକେ । ମନ୍ତ୍ରୀଙ୍କୁ ଘେରି ଅଞ୍ଚଳର ସମସ୍ୟା ବଖାଣିବା ସହ ଆବାସ , ପାଣି, ରାସ୍ତା, ଆବାସ ଘର ପାଉନଥିବା ସହ ସେସବୁ କେବ