ଟାପୁରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ
by Argus News
Thu, Oct 24 | 4:08 p.m.

ଅର୍ଗସ ବ୍ୟୁରୋ: ବାତ୍ୟା ଦାନାର ପ୍ରଭାବରେ ବଢିଛି ପବନ ଏବଂ ବର୍ଷାର ପ୍ରଭାବ। ଯାହାର ପ୍ରଭାବରେ ଆଜି ମାଛ ଧରିବାକୁ ଯାଇଥିବା ଜଣେ ମତ୍ସ୍ୟଜୀବୀ ଟାପୁରେ ଫସି ରହିଥିଲେ। ଦୀର୍ଘ ୨ ଘଣ୍ଟାରୁ ଅଧିକ ହେବ ମତ୍ସ୍ୟଜୀବୀ ଜଣକ ଫସି ରହିଥିଲେ। ପରେ ଓଡ୍ରାଫ ଟିମ ଉଦ୍ଧାର କରିଲା। କପ୍ତିପଦା ବ୍ଲକ କାଳ ଡ୍ୟାମରେ ଟାପୁ ଭିତରେ ଫସି ରହିଥିଲେ ମତ୍ସ୍ୟଜୀବୀ ପ୍ରଶାନ୍ତ କୁମାର ମଢେଇ। 

ଆଜି ସକାଳେ ସେ ମାଛ ଧରିବାକୁ ଡ୍ୟାମ ଭିତରକୁ ଯାଇଥିବା ବେଳେ ପବନର ବେଗ ବଢିବା ସହିତ ଡ୍ୟାମରେ ଜୁଆର ଆସିବାରୁ ଟାପୁରେ ଫସି ରହିଥିଲେ ଯୁବକ। ଦୀର୍ଘ ଦେଢ଼ ଘଣ୍ଟାର ଅପରେସନ ପରେ ଯୁବକଙ୍କୁ ଉଦ୍ଧାର କରିଛି ଓଡ୍ରାଫ ଟିମ। ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମକୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ଶେଷରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ବର୍ଷା ଏବଂ ପବନ ମାଡ଼ ଖାଇବା କାରଣରୁ ସେ ଭଲ ଭାବେ କଥା କହି ପାରୁ ନ ଥିବା ଜଣାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବାତ୍ୟା ମୁକାବିଲା
ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କର
CYCLONE DANA
ରାତି 3 ଟାରୁ ଭୋର୍ ମଧ୍ୟରେ ହୋଇଯିବ ଲ୍ୟାଣ୍ଡଫଲ୍
ଅର୍ଗସ ବ୍ୟୁରୋ: ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା । ଆଜି ରାତି ଘଡିସନ୍ଧି ମୁହୂର୍ତ୍ତ । ଧୀରେ ଧୀରେ ବଢୁଛି ବର୍ଷା ଓ ପବନ । ଅଶାନ୍ତ ହେଉଛି ସମୁଦ୍ର । ପାଣିପାଗ ବିଭାଗର ଆକଳ ଅନୁଯାୟ
ବାତ୍ୟା ମୁକାବିଲା ପାଇଁ
ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି
ଅର୍ଗସ ବ୍ୟୁରୋ: ସ୍ଥଳ ଭାଗ ମୁହାଁ ବାତ୍ୟା। ସଚିବାଳୟରେ ଘନ ଘନ ବୈଠକ । ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ମନ୍ତ୍ରୀ ବିଭାଗୀୟ ସଚିବ ଓ ଜିଳ୍ଲପାଳ ଙ୍କ ସହ ଆଲୋଚନ