ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରର କୁଲଗାମରେ ବଡ ଧରଣର ଏନକାଉଣ୍ଟର । ଏଥିରେ ୫ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । କୁଲଗାମ୍ ଜିଲ୍ଲାର କଦ୍ଦର ଅଂଚଳର ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ଆରମ୍ଭ ହୋଇଥିଲା ଅପରେସନ୍ । କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରିଥିଲେ । ସେମାନେ ଅତର୍କିତ ଗୁଳିମାଡ କରିଥିଲେ । ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କଡା ଜବାବ ଦିଆଯାଇଥିଲା । ଏଥିରେ ୫ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । େସମାନଙ୍କର ପରିଚୟ ଜଣାପଡିନାହିଁ । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।