ବାତ୍ୟା ପାଇଁ କୋଲକାତା ବିମାନବନ୍ଦରରୁ ବିମାନ ବାତିଲ୍‌
by Argus News
Thu, Oct 24 | 8:18 p.m.

ଅର୍ଗସ ବ୍ୟୁରୋ: ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି। ଓଡ଼ିଶା ପରି ପଶ୍ଚିମବଙ୍ଗରେ ବି ‘ଦାନା’ର ପ୍ରଭାବ ଦେଖିବାକୁ ମିଳିବ।

ରାଜ୍ୟରେ ‘ଦାନା’ ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ଅନେକ ଉପକୂଳବର୍ତ୍ତୀ ଜିଲ୍ଲାରୁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଓଡ଼ିଶାର ଅଧିକାରୀମାନେ ଅନବରତ କାର୍ଯ୍ୟ କରୁଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଏହି ବାତ୍ୟା ଆଜି ସକାଳ ୫.୩୦ ସୁଦ୍ଧା ସାଗର ଦ୍ୱୀପ (ପଶ୍ଚିମବଙ୍ଗ) ଠାରୁ ୩୫୦ କିଲୋମିଟର ଦକ୍ଷିଣରେ ରହିଥିଲା। ଓଡ଼ିଶାର ଉଭୟ ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଧାମରା ବନ୍ଦର ମଧ୍ୟରେ ବାତ୍ୟା ଲ୍ୟାଣ୍ଡ୍‌ଫଲ୍‌ କରିବ ବୋଲି କରାଯାଉଛି।
ଗୁରୁବାର ଏବଂ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ବିଶେଷ କରି ଉତ୍ତର ଏବଂ ଦକ୍ଷିଣ ୨୪ ପରଗାନା, ପୂର୍ବ ଏବଂ ପଶ୍ଚିମ ମେଦିନୀପୁର, ଝରାଗ୍ରାମ, କୋଲକାତା, ହାୱଡ଼ା ଏବଂ ହୁଗଳି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି।

କୋଲକାତା ବିମାନବନ୍ଦର ଗୁରୁବାର ସନ୍ଧ୍ୟା ୬ଟାରୁ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ସ୍ଥଗିତ ରଖା ଯାଇଥିବା ବେଳେ ଭୁବନେଶ୍ୱର ବିମାନବନ୍ଦର ଆଜି ଅପରାହ୍ନ ୫ଟାରୁ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ କାର୍ଯ୍ୟ ସ୍ଥଗିତ ରଖିବ। ଦୁଇ ପଡୋଶୀ ରାଜ୍ୟ ଦେଇ ଚାଲୁଥିବା ପ୍ରାୟ ୨୦୦ ଟ୍ରେନକୁ ବାତିଲ କରାଯାଇଛି।
ବୁଧବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ପଶ୍ଚିମବଙ୍ଗ ୧.୧୪ ଲକ୍ଷରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ଟେଣ୍ଡର ପାଇଁ 10 ଲକ୍ଷ
51m ago
ଟେଣ୍ଡର ପାଇଁ 10 ଲକ୍ଷ ଟଙ୍କା ଲାଞ୍ଚ ଦେବା ବେଳେ ସିବିଆଇ ଚଢ଼ାଉ ମାମଲା
ଅର୍ଗସ ବ୍ୟୁରୋ: ଭୁବନେଶ୍ବରରେ ଟେଣ୍ଡର ପାଇଁ 10 ଲକ୍ଷ ଟଙ୍କା ଲାଞ୍ଚ ଦେବା ବେଳେ ସିବିଆଇ ଚଢ଼ାଉ ମାମଲା। ଜଣେ ପ୍ରମୁଖ ସଚିବଙ୍କ ଡ୍ରାଇଭରଙ୍କୁ ସିବିଆଇର ସମନ। 3 ଜଣ ଡ୍ରାଇଭରଙ୍କୁ ସମନ କରିଛ
ମୋଦିଙ୍କ ଅଧ୍ୟକ୍ଷତାରେ
57m ago
ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଦେଶର ମୁଖ୍ୟ ସଚିବମାନଙ୍କ ଜାତୀୟ ସମ୍ମିଳନୀ
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଓ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଦେଶର ମୁଖ୍ୟ ସଚିବମାନଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀ। ଉଭୟ କେନ୍ଦ୍ର
ଲୋକସଭାରେ
ଲୋକସଭାରେ ଆଜି ନିଜ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଅର୍ଗସ ବ୍ୟୁରୋ: ଲୋକସଭାରେ ସମ୍ବିଧାନକୁ ନେଇ ଘମାସାନ। ଆଜି ଦ୍ବିତୀୟ ଦିନରେ ନିଜ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ବିତର୍କ ଆରମ୍ଭ କରି କଂଗ୍ରେସକୁ ଆଇନା ଦେଖାଇଲ
ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଦର ନିମନ୍ତ୍ରଣ କଲେ କପୁର ପରିବାର
ଭାରତୀୟ ସିନେମାର ମହାନ ଶୋ’ମ୍ୟାନ ରାଜ କପୁରଙ୍କ ୧୦୦ତମ ଜନ୍ମବାର୍ଷିକୀ ଡିସେମ୍ବର ଧୁମଧାମରେ ପାଳନ କରାଯିବ। କପୁର ପରିବାର ପୁରା ଦମରେ ଉତ୍ସବର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ସବୁଠ
BELA M. TRIVEDI
ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ଜଷ୍ଟିସ ବେଲା ଏମ ତ୍ରିବେଦୀ
ଅର୍ଗସ ବ୍ୟୁରୋ: ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ । ମହାନଦୀ ଜଳ ବିବାହ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ଜଷ୍ଟିସ ବେଲା ଏମ ତ୍ରିବେଦୀ । ଦୀର୍ଘଦିନ ହେବ ଖାଲିପଡିଥିଲା ଅଧ୍ୟକ୍