ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଦର ନିମନ୍ତ୍ରଣ କଲେ କପୁର ପରିବାର
by Argus News
Sat, Dec 14 | 8:27 a.m.

ଭାରତୀୟ ସିନେମାର ମହାନ ଶୋ’ମ୍ୟାନ ରାଜ କପୁରଙ୍କ ୧୦୦ତମ ଜନ୍ମବାର୍ଷିକୀ ଡିସେମ୍ବର ଧୁମଧାମରେ ପାଳନ କରାଯିବ। କପୁର ପରିବାର ପୁରା ଦମରେ ଉତ୍ସବର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ସବୁଠୁ ବଡ଼ କଥା ହେଲା କପୁର ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ଏହାକୁ ନେଇ ସମଗ୍ର ପରିବାର ସେମାନଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁସି ବ୍ୟକ୍ତ କରିଛନ୍ତି । କିଛି ଫଟୋ ସହିତ କରୀନା କପୁର ଏକ କ୍ଲିପ ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ ପିଏମ ମୋଦି ତାଙ୍କ ଟିମ ଏବଂ ଜେହଙ୍କୁ ଅଟୋଗ୍ରାଫ ଦେଉଛନ୍ତି।

କରୀନା କପୁର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆସୁଥିବା କପୁର ପରିବାରର ଏକ ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ଆମ ଜେଜେବାପା ତଥା ମହାନ ଅଭିନେତା ରାଜ କପୁରଙ୍କ ଅସାଧାରଣ ଜୀବନ ତଥା ଉତ୍ତରାଧିକାରୀ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରି ଆମେ ଗର୍ବିତ ଓ ସମ୍ମାନିତ ଅନୁଭବ କରୁଛୁ। 

ଏହି ବିଶେଷ ଅପରାହ୍ନ ପାଇଁ ମୋଦିଜୀଙ୍କୁ ଧନ୍ୟବାଦ। ଆପଣଙ୍କ ଉତ୍ସାହ, ଆଟେନସନ ଏବଂ ସମର୍ଥନ ଆମ ପାଇଁ ବହୁତ କିଛି। ଯେହେତୁ ଆମେ ଦାଦାଜୀଙ୍କ କଳାତ୍ମକତା ଏବଂ ଭାରତୀୟ ସିନେମାରେ ତାଙ୍କର ଅବଦାନର ୧୦୦ତମ ଗୌରବମୟ ବର୍ଷ ପାଳନ କରୁଛୁ । ଆମେ ତାଙ୍କର ଉତ୍ତରାଧିକାରୀଙ୍କୁ ସମ୍ମାନିତ କରୁଛୁ, ଯାହା ଆମକୁ ଏବଂ ଭବିଷ୍ୟତ ପିଢିକୁ ପ୍ରେରଣା ଯୋଗାଇବ। ତାଙ୍କର ଉଜ୍ଜ୍ୱଳ ଚଳଚ୍ଚିତ୍ର ଏବଂ ‘ରାଜ କପୁର ୧୦୦ ଚଳଚ୍ଚିତ୍ର ମହୋତ୍ସବ’ ସହିତ ଭାରତୀୟ ସିନେମା ଉପରେ ତାଙ୍କର ପ୍ରଭାବ ପାଇଁ ଆମେ ଗର୍ବିତ।

କରୀନା ଇନଷ୍ଟାଗ୍ରାମରେ ମୋଦିଙ୍କ ସହ କପୁର ପରିବାରର ଏକ ଫଟୋ ଶେୟାର କରିଛନ୍ତି। ପିଏମ ମୋଦିଙ୍କ ସହ ଶେୟାର କରାଯାଇଥିବା ଫଟୋରେ କରିନା, କରିସ୍ମା କପୁର, ନୀତୁ ସିଂ, ରଣବୀର କପୁର, ଆଲିଆ ଭଟ୍ଟ, ରିଦ୍ଧିମା କପୁର, ଶୈଫ ଅଲି ଖାନ ଏବଂ ଅନ୍ୟ ସଦସ୍ୟଙ୍କ ସହ ନଜର ଆସିଥିଲେ। ଅନ୍ୟ ଏକ ଫଟୋରେ କରୀନା କପୁର ଏବଂ କରିସ୍ମା କପୁର ପ୍ରଧାନମନ୍ତ୍ରୀଙ୍କଠାରୁ ଅଟୋଗ୍ରାଫ ନେଉଥିବାର ନଜର ଆସିଥିଲେ। ଅନ୍ୟ ଫଟୋରେ ପିଏମ ମୋଦି ଶୈଫ ଅଲି, ରଣବୀର, ନିତୁ, ଆଲିଆ ଏବଂ କରୀନାଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଆଉ ମୋଦି ବହୁତ ଖୁସିରେ ପୁରା କପୁର ଖାନ୍ଦାନ ସହ ବହୁ ବିଷୟରେ ଆଲୋଚନା କରିଥିଲେ। 

ରାଜ କପୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ଅବସରରେ ତାଙ୍କର ସଫଳ ଏବଂ ଉଜ୍ଜ୍ୱଳ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଆୱାରା” (୧୯୫୧), ଶ୍ରୀ୪୨୦(୧୯୫୫),ସଙ୍ଗମ (୧୯୬୪), ମେରା ନାମ ଜୋକର୍ (୧୯୭୦) ପରି ଅନେକ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହେବ। ରାଜ କପୁରଙ୍କୁ ପଦ୍ମ ଭୂଷଣ ଏବଂ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ରାଜ କପୁରଙ୍କ ୧୦୦ ବର୍ଷ ପୂରଣ କପୁର ପରିବାର ଏବଂ ପୁରା ହିନ୍ଦୀ ସିନେମା ଜଗତ ପାଇଁ  ଏକ ବଡ ଉତ୍ସବର ଅବସର ସୃଷ୍ଟି କରିଛି। ଏହି ଚଳଚ୍ଚିତ୍ରଗୁଡ଼ିକ ଡିସେମ୍ବର ୧୩ ରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ଦେଶର ୪୦ ଟି ସହର ଏବଂ ୧୩୫ ଥିଏଟରରେ ପ୍ରଦର୍ଶିତ ହେବ। ତେବେ ଥିଏଟରରେ ଏହି ଫିଲ୍ମ ଟିକେଟର ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

ଘନ କୁହୁଡ଼ିର
40m ago
ଘନ କୁହୁଡ଼ିର ଚାଦର ତଳେ ବାଲିଗୁଡ଼ା ସହର
ଅର୍ଗସ ବ୍ୟୁରୋ: ଘନ କୁହୁଡ଼ିର ଚାଦର ତଳେ ବାଲିଗୁଡ଼ା ସହର। ଦିନକୁ ଦିନ ବାଲିଗୁଡ଼ା ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପାରଦ ଖସୁଛି ଓ ଶୀତ ବଢୁଛି। ଯାତାୟତ ଓ ଜୀବନ ଜୀବିକା ଉପରେ ଶୀତ
ସକାଳର ତାଜା
ସକାଳର ଗରମାଗରମ ଖବର ସଂକ୍ଷେପରେ...
୧- ଆଜି ଦିନ ୨ ଟା ରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି... ଦଳୀୟ କର୍ମୀଙ୍କ ସହ ଜୟପୁର ସହର ପରିଭ୍ରମଣ କରି କୋରାପୁଟ ଜିଲ୍ଲା ଗଣପର୍ବ ପରବ ଉଦଘାଟନୀ ଉତ୍ସବର
ଟେଣ୍ଡର ପାଇଁ 10 ଲକ୍ଷ
ଟେଣ୍ଡର ପାଇଁ 10 ଲକ୍ଷ ଟଙ୍କା ଲାଞ୍ଚ ଦେବା ବେଳେ ସିବିଆଇ ଚଢ଼ାଉ ମାମଲା
ଅର୍ଗସ ବ୍ୟୁରୋ: ଭୁବନେଶ୍ବରରେ ଟେଣ୍ଡର ପାଇଁ 10 ଲକ୍ଷ ଟଙ୍କା ଲାଞ୍ଚ ଦେବା ବେଳେ ସିବିଆଇ ଚଢ଼ାଉ ମାମଲା। ଜଣେ ପ୍ରମୁଖ ସଚିବଙ୍କ ଡ୍ରାଇଭରଙ୍କୁ ସିବିଆଇର ସମନ। 3 ଜଣ ଡ୍ରାଇଭରଙ୍କୁ ସମନ କରିଛ
ମୋଦିଙ୍କ ଅଧ୍ୟକ୍ଷତାରେ
ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଦେଶର ମୁଖ୍ୟ ସଚିବମାନଙ୍କ ଜାତୀୟ ସମ୍ମିଳନୀ
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଓ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଦେଶର ମୁଖ୍ୟ ସଚିବମାନଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀ। ଉଭୟ କେନ୍ଦ୍ର
ଲୋକସଭାରେ
ଲୋକସଭାରେ ଆଜି ନିଜ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଅର୍ଗସ ବ୍ୟୁରୋ: ଲୋକସଭାରେ ସମ୍ବିଧାନକୁ ନେଇ ଘମାସାନ। ଆଜି ଦ୍ବିତୀୟ ଦିନରେ ନିଜ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ବିତର୍କ ଆରମ୍ଭ କରି କଂଗ୍ରେସକୁ ଆଇନା ଦେଖାଇଲ