ଅର୍ଗସ ବ୍ୟୁରୋ: ପଦ୍ମ ଧରିବେ ସୁନନ୍ଦା। ଆଜି ବିଜେପିରେ ମିଶିପାରନ୍ତି ବରୀର ପୂର୍ବତନ ବିଜେଡି ବିଧାୟିକା ସୁନନ୍ଦା ଦାସ । କିଛି ଦିନ ତଳେ ବିଜେଡି ନେତୃତ୍ବ ବିରୋଧରେ ବିଷୋଦଗାର କରି ଦଳ ଛାଡିଥିଲେ ସୁନନ୍ଦା। ବିଜେଡିର କୋଟେରୀ ଗ୍ରୁପ୍ ସମ୍ବନ୍ଧରେ କରିଥିଲେ ଖୁଲାସା। ସୁନନ୍ଦା କହିଥିଲେ BJDରେ ନବୀନ ପଟ୍ଟନାୟକ ନାଁକୁ ମାତ୍ର ନେତା, ହେଲେ ସବୁ କିଛି ପାଣ୍ଡିଆନଙ୍କ ହାତରେ। ବିଜେଡିରେ ତାଙ୍କ ରିପୋର୍ଟ କାର୍ଡ ଠିକ୍ ଥିବା ସତ୍ବେ ଟିକେଟ କଟାଯାଇଥିଲା। ଚକ୍ରାନ୍ତ କରି କିଛି ଲୋକ ଟିକେଟ କାଟିଥିଲେ। ତେବେ ସୁନନ୍ଦାଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ କଣ ହେବ ଏହି ଚର୍ଚ୍ଚା ଭିତରେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୁନନ୍ଦା ପଦ୍ମ କ୍ୟାମ୍ପରେ ସାମିଲ ହେବା ନେଇ ଖବର ଆସିଛି।
ଅଧିକ ପଢନ୍ତୁ ଓଡିଶା ଖବର...