ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ବିସ୍ପୋରକ ବୟାନ
by Argus News
Fri, Sep 20 | 7:44 p.m.

ଅର୍ଗସ ବ୍ୟୁରୋ: ବବିଙ୍କ ପ୍ରତି ଆନୁଗତ୍ୟ ନଦେଖାଇଲେ ବିଜେଡି ନେତାଙ୍କୁ କରିଦିଆଯାଉଥିଲା ଏକଘରିକିଆ। ତାଙ୍କ ପାଦନୁଇଁଲେ ନେତାଙ୍କୁ କରାଯାଉଥିଲା ଅପମାନିତ। ପାଦ ଛୁଉଁନଥିଲେ ବୋଲି ପ୍ରଣବ ପ୍ରକାଶଙ୍କ କ୍ରୋଧର ଶିକାର ହୋଇଥିଲେ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର। ନିର୍ବାଚନ ଫଳ ବାହାରିବାର ୧୫ ଦିନ ଭିତରେ ସୁଜିତଙ୍କୁ ରାଜ୍ୟସଭାରୁ ତଡ଼ିଦିଆଯିବ ବୋଲି ଧମକାଇଥିଲେ ବବିଦାସ। ଅର୍ଗସକୁ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇ ଏହି ବିସ୍ଫୋରକ ଖୁଲାସା କରିଛନ୍ତି ସୁଜିତ। 

ଖାଲି ସେତିକି ନୁହେଁ ନିଜ ସାସଦ ପାଣ୍ଠି ଯାଜପୁରରେ ଖର୍ଚ୍ଚ କରିବାକୁ ବବି ସୁଜିତଙ୍କ ଉପରେ ପକାଉଥିଲେ ଚାପ। ଏମପି ଲ୍ୟାଡରୁ ପ୍ରଥମ ବର୍ଷ ୨୫ ଲକ୍ଷ ଟଙ୍କା ଯାଜପୁରକୁ ଦେବା ପରେ ଆଉ ଦେଇନଥିଲେ ସୁଜିତ କୁମାର। ସେଥିପାଇଁ ତାଙ୍କୁ ପ୍ରଣବ ପ୍ରକାଶ ଟାର୍ଗେଟ କରିଥିବା ଅଭିଯୋଗ କରିଛନ୍ତି ସୁଜିତ। 

ମମିତା ମେହେର ହତ୍ୟା ମାମଲାରେ ପୂର୍ବ ବିଜେଡି ସରକାରର ଧଜ୍ଜିୟା ଉଡାଇଛନ୍ତି ସୁଜିତ କୁମାର। ସିଧାସିଧା କହିଛନ୍ତି ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସର ଭୂକ୍ତ ନକରି ସୁରକ୍ଷା ଦେଇଥିଲେ ନବୀନ ପଟ୍ଟନାୟକ। ଏହାକୁ ନେଇ କଳାହାଣ୍ଡିବାସୀଙ୍କ ମଧ୍ୟରେ ରହିଛି ତୀବ୍ର ଅସନ୍ତୋଷ । 

ନିକଟରେ ବିଜେଡି ଓ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି ସୁଜୁତ କୁମାର। ବିଜେଡି ସରକାରରେ କଳାହାଣ୍ଡି ଜିଲ୍ଲାରେ ବ୍ୟାପକ ଲୁଟ୍ ଦୁର୍ନୀତି ହୋଇଥିବା କହି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ ସୁଜିତ। ପୂର୍ବରୁ ବିଜେଡି ଛାଡ଼ିଥିବା ଅନ୍ୟତମ ରାଜ୍ୟସଭା ସାଂସଦ ମମତା ମହାନ୍ତ ମଧ୍ୟ ବବି ଦାସଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ତାଙ୍କୁ ମଧ୍ୟ ନିଜ ସାସଦ ପାଣ୍ଠି ଯାଜପୁରରେ ଖର୍ଚ୍ଚ କରିବାକୁ ପ୍ରଣବ ପ୍ରକାଶ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ କରିଥିଲେ ମମତା।

ଆହୁରି ପଢନ୍ତୁ ଓଡିଶା ଖବର...

ପଞ୍ଚାୟତ ସମିତି
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6