ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ଦାଦନ ଦୁଃଖ
by Argus News
Sun, May 19 | 7:13 p.m.

ଅର୍ଗସ ବ୍ୟୁରୋ : ୧୪ ଦିନ ପରେ ଗାଁକୁ ଫେରିଲା ମୃତଦେହ । ଦାଦନ ଖଟିବାକୁ ଯାଇ ବିଦେଶରେ ଜୀବନ ହାରିଥିବା ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଗଲପୁର ଗ୍ରାମର କାର୍ତିକ ପ୍ରଧାନଙ୍କ ଏକ ମାତ୍ର ରୋଜଗାରିଆ ପୁଅ ସାଗର ପ୍ରଧାନଙ୍କ ଶବ ଭିଟା ମାଟିକୁ ଫେରିଛି । ତାର ମୃତ ଦେହକୁ ଭିଟାମାଟିକୁ ଫେରାଇ ଆଣିବା ପାଇଁ ଅର୍ଗସରେ ପ୍ରଥମେ ଓ ବାରମ୍ବାର ଖବର ପ୍ରସାରଣ କରାଯାଇଥିଲା । ଦୀର୍ଘ ୧୪ ଦିନ ପରେ ଗାଁରେ ଆସି ପହଞ୍ଚିଲା ମୃତ ଶରୀର । ଆଉ ମୃତଦେହ ଗାଁରେ ପହଁଞ୍ଚିବା ପରେ ବାଗଲପୁର  ଶ୍ମଶାନରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ଶ୍ମଶାନ। 

ଏ ତ କେବଳ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମର କଥା । ଉପକୂଳ ଜିଲ୍ଲା କେନ୍ଦ୍ରାପଡାର ମହାକାଳପଡା ନିର୍ବାଚନ ମଣ୍ଡଳୀର କଥା । ଆଉ ଏଠି  ଦାଦନ ଖଟିବାକୁ ଯାଇ ସୁରଟରେ ପଡ଼ି ରହିଛି ସ୍ୱାମୀର ମୃତ ଦେହ । ଆଉ ମୃତ ଶରୀରକୁ ଫେରାଇ ଆଣିବାକୁ ସ୍ତ୍ରୀର ଆକୁଳ ନିବେଦନ । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବଡକୁଳ ପଞ୍ଚାୟତର ବେନୁପାଳ ଗାଁର, ସ୍ୱର୍ଗତ ବଟ ସ୍ୱାଇଁଙ୍କ ଏକ ମାତ୍ର ପୁଅ ସଞ୍ଜୟ ସ୍ୱାଇଁ । ଦାଦନ ଖଟିବାକୁ ସୁଦୂର ଗୁଜୁରାଟର ସୁରାଟର ଏକ ସୁତା ମିଲରେ କାମ କରି ପରିବାର ପ୍ରତି ପୋଷଣ କରୁଥଲେ । ଆଉ ସଞ୍ଜୟର ମୃତ୍ୟ ପରେ ତାଙ୍କ ଶବ ଫେରାଇ ଆଣିବା ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେପଟେ ଗାଁ ଗାଁରେ କରାଯାଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀଙ୍କୁ ବିରୋଧ । ଗଞ୍ଜାମରୁ ଆସିଛି ବଦଳୁଥିବା ଓଡିଶାର ରାଜନୀତି ଚିତ୍ର । ପୁଣି ହଟ୍ଟହଟ୍ଟା ହୋଇଛନ୍ତି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ପୁଣି ପ୍ରାର୍ଥୀ ହୋଇଥିବା ସୂର୍ଯ୍ୟମଣି ବୈଦ୍ୟଙ୍କୁ ପାଣି ପାଇଁ କରାଯାଇଛି ବିରୋଧ । ଖଲ୍ଲିକୋଟ ନିର୍ବାଚନୀ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମକୁ ପ୍ରଚାର ନିମନ୍ତେ ଯାଇଥିଲେ ବିଧାୟିକା ପ୍ରାର୍ଥିନୀ । ହେଲେ ଗ୍ରାମର ବହୁ ମହିଳା ଓ ପୁରୁଷ ମାନେ ରାସ୍ତାରେ ମାଠିଆ ବାଲ୍ଟି ରଖି ପ୍ରତିବାଦ କରିଥିଲେ । ଗ୍ରାମର କୁମ୍ଭାର ସାହି ଛକ ଓ ବଡ଼ ସାହି ଛକ ନିକଟରେ ଏପରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ବିଧାୟିକାଙ୍କୁ ଲୋକେ କରିଥିଲେ ପ୍ରଶ୍ନ ।

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା