ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ 
by Argus News
Sat, Jul 06 | 3:00 p.m.

ଖୋର୍ଦ୍ଧା:  ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଗତକାଲି ବେଗୁନିଆ ତହସିଲ ଅନ୍ତର୍ଗତ ସିକୋ ରାଜସ୍ବ ନିରୀକ୍ଷକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବେଳେ ଆଜି ସକାଳୁ ବୋଲଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ମିଳିଥିବା ସୁଚନାରୁ ପ୍ରକାଶ ଯେ ସାଂସଦ ପାଣ୍ଠି ବିନିଯୋଗରେ ବୋଲଗଡ ବ୍ଲକ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଗବଡ଼ି ଗ୍ରାମରେ ନିର୍ମାଣ ହୋଇଥିବା ଏକ କୋଠାଘର ବିଲ ପାସ କରିବା ପାଇଁ ବ୍ଲକ କନିଷ୍ଠ ଯନ୍ତ୍ରୀ ନୃସିଂହ ଚରଣ ପ୍ରଧାନ 19 ହଜାର ଦୁଇ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଛି  ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ । ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଭିଜିଲାନ୍ସ ଦ୍ୱାରା ଦିଆଯାଇଥିବା ରଙ୍ଗ ବୋଳା ନୋଟ ଜବତ କରିଛି ଭିଜିଲାନ୍ସ । 

ଯନ୍ତ୍ରୀଙ୍କ ବ୍ଲକ ପରିସର ସ୍ଥିତ ସରକାରି କାର୍ଯ୍ୟାଳୟ ଠାରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିଵା ପରେ ତାଙ୍କ ସରକାରୀ କ୍ୱାର୍ଟର ରୁ ନଗଦ 2ଲକ୍ଷ 16ହଜାର 9ଶହ ନଗଦ ଟଙ୍କା ଜବତ କରିବା ସହିତ କନିଷ୍ଠ ଯନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କୁ  ଭିଜିଲାନ୍ସ ଟିମ ନିଜ ହେପାଜତ କୁ ନେଇ ଅଧିକ ତଦନ୍ତ ଜାରି ରଖିଥିବାର ଭିଜିଲାନ୍ସ ପକ୍ଷରୁ ସୁଚନା ମିଳିଛି l ଏହି ଚଢ଼ାଉ ବେଳେ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ ଭିଜିଲାନ୍ସ ଟିମ l ସେହିପରି ଭିଜିଲାନ୍ସ ପକ୍ଷରୁ ଦୁଇଟି ଟିମ ଯନ୍ତ୍ରୀଙ୍କ ଦେବଗଡ଼ ସ୍ଥିତ ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରଖିଥିବା ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି । ବୋଲଗଡ ବ୍ଲକରେ ଭିଜିଲାନ୍ସ ଚଢ଼ାଉ ପରେ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା