ଆରମ୍ଭ ହେଲା ପ୍ରେମ ସପ୍ତାହ, ଗୋଲାପ ଦେଇ ମନ କଥା ଜଣାଇବେ ପ୍ରେମୀ ଯୁଗଳ
by Argus News
Wed, Feb 07 | 4:40 p.m.

ଅର୍ଗସ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ ଓ୍ବିକ୍ । ଫେବୃଆରୀ ୭ରୁ ଆରମ୍ଭ ହୋଇ ୧୪ ତାରିଖ ଯାଏ ଏହି ପ୍ରେମ ସପ୍ତାହକୁ ପାଳନ କରିବେ ପ୍ରେମୀ ଯୁଗଳ । ନିଜର ପ୍ରେମକୁ ପ୍ରକାଶ ପାଇଁ ପ୍ରଥମ ଦିବସକୁ ରୋଜ ଡେ' ଭାବେ ପାଳନ କରାଯାଏ । ପୁରାଣଠାରୁ ଆରମ୍ଭ କରି ଇତିହାସ ସବୁ ସ୍ଥାନରେ ରହିଛି ପ୍ରେମର ଛାପ । ତେବେ ଫେବୃଆରୀ ମାସ ପ୍ରେମୀ ଯୁଗଳଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । କାରଣ ହୃଦୟର ସ୍ପନ୍ଦନ ଭାବୁଥିବା ପ୍ରେମୀକୁ ପାଇପାରିବେ । 

ଆଜି ଗୋଲାପ ଦେଇ ନିଜ କୋମଳମତୀ ପ୍ରେମିକାକୁ ନିଜର କରିବାକୁ ଚେଷ୍ଟା କରିବେ ପ୍ରେମିକ । ରାଗ, ଋଷା, ମାନ ଅଭିମାନରେ ପୂର୍ଣ୍ଣଚ୍ଛେଦ ପକାଇବ ଲାଲ ରଙ୍ଗର ସୁଗନ୍ଧଯୁକ୍ତ ଗୋଲାପ । କୁହାଯାଏ ପ୍ରେମର ପ୍ରତୀକ ହେଉଛି ଗୋଲାପ । ତେଣୁ ଆଜିର ଦିନରେ ଗୋଲାପ ବା ରୋଜ୍‌ ଦେଇ ନିଜର ମନର ଭାବନା ପରିପ୍ରକାଶ କରନ୍ତି ପ୍ରେମୀ ଯୁଗଳ । ପରସ୍ପରକୁ ସୋସିଆଲ ମିଡିଆରେ ଗୋଲାପ ଦିବସର ଶୁଭକାମନା ଜଣାଇବା ପରେ ଗୋଲାପ ମଧ୍ୟ ଦେବ । ଆଜିର ଦିନରେ ଫୁଲ ଜରିଆରେ ନିଜ ପାର୍ଟନରକୁ ମନର ଭାବନା ଜଣାଇବାକୁ ସୁଯୋଗ ମିଳେ । ଗୋଲାପର ରକ୍ତିମ ପାଖୁଡା ପରି ପ୍ରେମର ଗଭୀରତା ମଧ୍ୟ ଗାଢ ବୋଲି ଦର୍ଶାଇବେ ପ୍ରେମୀ ଯୁଗଳ । କେବଳ ପ୍ରେମିକାଙ୍କୁ କିମ୍ବା ପ୍ରେମିକକୁ ଗୋଲାପ ଦିଆଯାଏ ନାହିଁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରେମ ଏବଂ ଇମୋସନ ସହଜଡିତ ଲୋକଙ୍କୁ ନାଲୀ ଗୋଲାପ ଦିଆଯାଏ । ସେହିପରି ସାଙ୍ଗକୁ ହଳଦିଆ ଗୋଲାପ ଦିଆଯାଏ । ଯାହାଦ୍ବରା ଆପଣ ନିଜ ସାଙ୍ଗକୁ ନିଜର ଭଲପାଇବା କେତେ ରହିଛି ତାହା ଜଣାଇପାରିବେ । ଧଳା ହେଉଛି ଶାନ୍ତିର ପ୍ରତୀକ । ଏଣୁ ଆପଣ ଧଳା ଗୋଲାପ ଦେଇ ସାନ୍ତ୍ବନା ଦେଇପାରିବେ । ପିଙ୍କ୍ ଗୋଲାପ ଆପଣ ନିଜ ପିତା ମାତା ଏବଂ ଗୁରୁଜନଙ୍କୁ ଦେଇପାରିବେ । କାହିଁକି ନାଁ ଏହି ଗୋଲାପ ହେଉଛି ଧନ୍ୟବାଦର ପ୍ରତୀକ । ସେହିପରି ଆମେ ଦେଖିବା ଅରେଞ୍ଜ ଗୋଲାପ ଦେଇ ଆପଣ ନିଜର ପ୍ରେମକୁ ପ୍ରକାଶ କରିପାରିବେ । 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା