ନିଜକୁ ଇଡି କହି ଶହ ଶହ ଲୋକଙ୍କ ଠୁ ଠକି ନେଲେ ଟଙ୍କା  
by Argus News
Sun, Mar 17 | 12:31 p.m.

ଭୁବନେଶ୍ୱର: ନିଜକୁ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ କହି ଶହ ଶହ ଲୋକଙ୍କ ଠାରୁ ଚୁନା ଲଗାଇଥିବା ୨ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ର ସ୍ପେଶାଲ ଟାସ୍କଫୋର୍ସ । ୨ ଅଭିଯୁକ୍ତ ହେଉଛନ୍ତି ଢେଙ୍କାନାଳ ଦୋଳମଣ୍ଡପସାହିର ତାରିଣୀସେନ ମହାପାତ୍ର ଓ ବ୍ରହ୍ମଶଙ୍କର ମହାପାତ୍ର। ଅଭିଯୋଗ ମୁତାବକ ଏହି ଦୁଇ ଭାଇ ନିଜକୁ ଇଡି ଅଫିସର କହି ୩ ଶହ ସରକାରୀ ଅଧିକାରୀଙ୍କ ଠାରୁ ଠକେଇ କରିଛନ୍ତି । ଛତ୍ରପୁର ଉପଜିଲ୍ଲାପାଳ ତଥା SDM ଦେବଦତ୍ତ ମହନ୍ତଙ୍କ ଅଭିଯୋଗକ୍ରମେ ତଦନ୍ତ କରିଥିଲା STF ।

ତାରିନିସେନ ଜଣେ ବି.କମ  ଗ୍ରାଜୁଏଟ ଓ ବ୍ରହ୍ମଶଙ୍କର ବିସିଏ ପାସ କରିଛନ୍ତି। ରୟାଲ ଲାଇଫ ବଞ୍ଚିବା ପାଇଁ ସେମାନେ ଏଭଳି ଠକେଇ କରିଥିଲେ । ଝାଡ଼ଖଣ୍ଡ ରାଞ୍ଚିରେ ସେ ଭଡାଘରେ ରହୁଥିଲେ । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ NGO ମଧ୍ୟ ଚଳାଉଥିଲେ । ଇଡି ରେଡ଼ ସମ୍ପର୍କିତ ସୂଚନା ପାଇବା ପରେ ସେ ନିଜକୁ ଇଡି ଅଫିସର କହୁଥିଲେ। କୌଣସି କେସ୍ ର ବୁଝାମଣା ପାଇଁ ଟଙ୍କା ଦେବାକୁ ଧମକାଉଥିଲେ । ତାଙ୍କ ଫୋନ ପେ ଯୋଗେ ୧୬ ଲକ୍ଷରୁ ଉର୍ଦ୍ଧ ଟଙ୍କା ଟ୍ରାଞ୍ଜାକସନ ହୋଇଥିବା ଜାଣିବାକୁ ପାଇଛି ପୋଲିସ। ଟଙ୍କା ନେବା ପରେ ମିଛ କ୍ଲିଅରାନ୍ସ ରିପୋର୍ଟ ମଧ୍ୟ ଦେଉଥିଲେ।  ସେମାନଙ୍କ ଠାରୁ ଡେସ୍କଟପ, ମୋବାଇଲ , ବ୍ୟାଙ୍କ ପାସବୁକ, ମିଛ ପରିଚୟ ପତ୍ର , ୧୭ ଟି ଏଟିଏମ କାର୍ଡ ଜବତ କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 
 

ପଞ୍ଚମ ପର୍ଯ୍ୟାୟ
7m ago
ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କଲେ ବଲିଉଡ ସେଲିବ୍ରିଟି
ଅର୍ଗସ ବ୍ୟୁରୋ: ଆଜି ସକାଳୁ ପଞ୍ଚମ ପର୍ଯ୍ୟାନ ନିର୍ବାଚନ ଆରମ୍ଭ ହୋଇ ଯାଇଥିବା ବେଳେ ଭୋଟ୍‌ ଦେଉଛି ଦେଶ। ସାଧାରଣ ଜନତାଙ୍କଠାରୁ ନେଇ ବିଭିନ୍ନ ସେଲିବ୍ରିଟି ନିଜର ମତଦାନ କରିବାକ
କାର
18m ago
ଖରାରେ ଛିଡା ହୋଇଥିବା କାରରେ ଭୁଲରେ ବି ରଖନ୍ତୁ ନାହିଁ ଏହି ୫ଟି ଜିନିଷ
ନୂଆଦିଲ୍ଲୀ: ହୋଇପାରେ ବିସ୍ଫୋରଣ। ଖରାରେ ଛିଡା ହୋଇଥିବା କାରରେ ଯଦି ଏହି ୫ ଟି ଜିନିଷ ରଖୁଛନ୍ତି ତେବେ ଆପଣଙ୍କ କାରରେ ବିସ୍ଫୋରଣ ଘଟିପାରେ। ଏହି ୫ଟି ଜିନିଷକୁ କେବେବ
ଏମ୍ସରୁ ସୁସ୍ଥ ହୋଇ
33m ago
ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
ଅର୍ଗସ ବ୍ୟୁରୋ: ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଜେପି ନେତା ତଥା ବ୍ରହ୍ଣପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ। ମୋତେ ଆକ୍ରମଣ ବିଜେଡିର ଏ