ବାତ୍ୟା ପ୍ରଭାବରେ କାଲିଠୁ ପ୍ରବଳ ବର୍ଷା 
by Argus News
Tue, Oct 22 | 11:08 a.m.

ଭୁବନେଶ୍ୱର:  ବାତ୍ୟା ପ୍ରଭାବରେ 23ରୁ ତିନି ଦିନ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । 23 ତାରିଖରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ରହିବ । ଏହି 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବିଶେଷ କରି 24 ଓ 25 ତାରିଖ ଓଡ଼ିଶା ପାଇଁ ବେଶୀ ଗୁରୁତ୍ବପୂର୍ଣ୍ଣ । ଏହି ଦୁଇ ଦିନ 10ରୁ 30 ସେମି ଯାଏଁ ବର୍ଷା ହୋଇପାରେ । 24 ତାରିଖରେ ଭୀଷଣ ବର୍ଷା ଲାଗି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ । ଏହି 7 ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି ।

ସେହିପରି ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । 25 ତାରିଖରେ ବି ଭୀଷଣ ବର୍ଷା ଲାଗି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଏଥିସହ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ସେହିପରି ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

ବାତ୍ୟା ଦାନା
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା
ଅର୍ଗସ ବ୍ୟୁରୋ : ସୃଷ୍ଟି ହେଲା ବାତ୍ୟା ।ବାତ୍ୟାର ରୂପ ନେଲା ଗଭୀର ଅବପାତ । ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା । ପାରାଦୀପ ରାଡାରରେ ବାତ୍ୟାର ଚିତ୍ର ଅନୁମାନ । ସାଟେଲାଇ
`ଦାନା’
ବୁଧବାର ରାତି, ଗୁରୁବାର ସକାଳ ମଧ୍ୟରେ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ `ଦାନା’
ଅର୍ଗସ ବ୍ୟୁରୋ : 24 ତାରିଖ ରାତି ନ ହେଲେ 25 ତାରିଖ ଭୋର ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ଭୀଷଣ ବାତ୍ୟା ବାତ୍ୟା । ପୁରୀରୁ ସାଗର ଦୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଏହି ସିଭିୟ
ବ୍ରିକ୍ସ ସମିଟ୍
ରୁଷର କାଜାନଠାରେ ବ୍ରିକ୍ସ ସମିଟ୍ ଆରମ୍ଭ
ଅର୍ଗସ ବ୍ୟୁରୋ : ରୁଷର କାଜାନଠାରେ ବ୍ରିକ୍ସ ସମିଟ୍ ଆରମ୍ଭ ହୋଇଛି। ସମିଟର ଆରମ୍ଭରେ ରୁଷ୍ ୟୁକ୍ରେନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ପୁଟିନଙ୍କୁ ପୁଣି ଥରେ ଶାନ୍ତିର ସନ୍ଦେଶ ଦେଇଛନ୍ତ