ଅଧିକ ଝାଳ ବାହାରିଲେ ହୁଏ ଏହି ରୋଗ ....
by Argus News
Mon, Oct 14 | 2:34 p.m.

ଅର୍ଗସ ବ୍ୟୁରୋ:  ଦେହରୁ ଝାଳ ବାହାରିବା ଭଲ ନା ଖରାପ। ରାତିରେ ଶୋଇବା ସମୟରେ ଅନେକ ଲୋକଙ୍କର ଝାଳ ବାହାରିଥାଏ । ତେବେ ସତର୍କ ରୁହନ୍ତୁ। ନଚେତ ପଡିପାରନ୍ତି ସମସ୍ୟାରେ। ବେଳେବେଳେ ଏମିତି ଘଟିବା ସ୍ୱାଭାବିକ, କିନ୍ତୁ ଯଦି ଏହି ସମସ୍ୟା ବାରମ୍ବାର ହେଉଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ, କାରଣ ଏହା ଲିମ୍ଫୋମାର ଲକ୍ଷଣ ହୋଇପାରେ, ଯାହା ଏକ ପ୍ରକାରର କ୍ୟାନ୍ସର । କିଛି ବଡ ରୋଗ ହେବା ପୂର୍ବରୁ ଆମ ଶରୀରକୁ ଆଗୁଆ ଜଣା ପଡ଼ିଯାଏ ଏବଂ ଏହା ବିଷୟରେ ଶରୀର ଚେତାବନୀ ଦେବା ଆରମ୍ଭ କରେ । ଅନେକ ଥର ପରିବେଶ ସ୍ୱାଭାବିକ ଥିଲେ ମଧ୍ୟ ଲୋକମାନେ ଝାଳରେ ବୁଡ଼ି ରୁହନ୍ତି । ଥଣ୍ଡା ଅଞ୍ଚଳରେ ରହୁଥିବା ଲୋକଙ୍କଠାରେ ମଧ୍ୟ ଏହି ସମସ୍ୟା ଦେଖାଦେଇପାରେ ।

କ୍ଳାନ୍ତ ଅନୁଭବ ନକରିବା ସତ୍ତ୍ୱେ ରାତିରେ ଅନେକ ଲୋକଙ୍କର ଅଧିକ ଝାଳ ବାହାରିଥାଏ । ଯଦି ଏଭଳି କିଛି ଘଟୁଛି ତେବେ ଏହାକୁ ଅଣଦେଖା କରିବା ବିପଜ୍ଜନକ ହୋଇପାରେ, କାରଣ ଏହା ଲିମ୍ଫୋମା କ୍ୟାନ୍ସର ହୋଇପାରେ, ଯାହା ଲିମ୍ଫୋସାଇଟ୍ ଅର୍ଥାତ RBC ଉପରେ ପ୍ରଭାବ ପକାଇଥାଏ ।  ଅବଶ୍ୟ ଏହା ଲିମ୍ଫୋସାଇଟ୍ ନାମକ କେତେକ କୋଷରୁ ଉତ୍ପନ୍ନ ହୋଇଥାଏ ବୋଲି ବିଶ୍ଵାସ କରାଯାଏ, ଯାହା ବ୍ୟାକ୍ଟେରିଆ ଏବଂ ଭାଇରସ ସହ ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଆମ ସମସ୍ତଙ୍କର ଶରୀରରେ ଏକ ଲିମ୍ଫାଟିକ୍ ସିଷ୍ଟମ୍ ଅଛ । ଏଠାରେ ବିଭିନ୍ନ ରକ୍ତ କଣିକା ସୃଷ୍ଟି ହୁଏ । ଅନେକ ପ୍ରକାରର ସଂକ୍ରମଣ ସହିତ ଲଢ଼ିବା ପାଇଁ ଏହି ବିନ୍ଦୁଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିମଧ୍ୟରୁ କୌଣସିରେ କ୍ୟାନ୍ସର ହେଲେ ତାକୁ ଲିମ୍ଫୋମା କୁହାଯାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

 

 

ମୋହନ ମାଝୀ
11m ago
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ
BJD POLITICS
20m ago
24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢୁଛି ଅସନ୍ତୋଷ
ଅର୍ଗସ ବ୍ୟୁରୋ: 24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢ଼ିବାରେ ଲାଗିଛି ନେତାଙ୍କ ବୟାନବାଜି । ନବୀନଙ୍କ ବିରୁଦ୍ଧରେ ଖୁଲମଖୁଲା ବିଶୋଦଗାର କରୁଛନ୍ତି ନେତା । ଆଉ ଏଭଳି ସ୍ଥିତିରେ ଦଳର ନେତୃତ୍
ଦାଦନ ସମସ୍ୟା
55m ago
ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା
ଅର୍ଗସ ବ୍ୟୁରୋ: ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା । ଏଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଦାଦନ ଜନିତ ବିସ୍ଥାପନ ଦୂର ପାଇଁ ସରକାର ଏକ ଟାସ୍କଫୋର୍ସର ଗଠନ କରିଛନ୍ତି । ଦାଦ