ଦ୍ବିତୀୟ ଶ୍ରୀକ୍ଷେତ୍ର ଜନ୍ମବେଦୀରେ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ
by Argus News
Mon, Jul 15 | 12:08 p.m.

ଅର୍ଗସ ବ୍ୟୁରୋ: ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ନବଦିନାତ୍ମକ ରଥଯାତ୍ରାରେ ଜଗନ୍ନାଥ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ମାଉସୀ ଘରେ ଜନ୍ମବେଦୀରେ ରହିବା ଭିତରେ ପ୍ରତିଦିନ ବିଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ପ୍ରତିଦିନ ସନ୍ଧ୍ୟା ୬.୩୦ ମିନିଟ ପରେ ଏହି ଦର୍ଶନ ହୋଇ ଆସୁଅଛି । ଆଜି ଶ୍ରୀଜିଉମାନେ "ସୁନାବେଶ" ବା "ଦ୍ବାରିକା" ବେଶରେ ଦର୍ଶନ ଦେଇଛନ୍ତି। 

କୋହଲା ପାଗ ସତ୍ତ୍ୱେ ବାରିପଦାରେ ଶ୍ରୀବିଗ୍ରହମାନଙ୍କ ଏହି ଦେବଦୁର୍ଲଭ ବେଶ ଦେଖିବା ପାଇଁ ମାଉସୀ ବାଡ଼ି ଶ୍ରୀଶ୍ରୀ ରାଧା ମୋହନ ମନ୍ଦିରରେ ବ୍ୟାପକ ଜନଗହଳି ଦେଖାଯାଇଛି । ତେବେ ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣକରାଯାଇଥିବା ବେଳେ ମାଉସୀବାଡ଼ି ପରିସରରେ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଉଥିବା ପ୍ରବଚନ କୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ସୃଷ୍ଟି କରିଛି । ତେବେ ସନ୍ଧ୍ୟା ୫ଟା ସମୟରେ ପହଣ୍ଡି ହୋଇ ରଥକୁ ଅଣାଯିବ  ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 

ହରିୟାଣା ନିର୍ବାଚନ
15m ago
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ
ଏନ୍‌କାଉଣ୍ଟର
24m ago
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ
ଅର୍ଗସ ବ୍ୟୁରୋ : ଯେଉଁଠି ଦିନେ ଦବଦବା ଜାହିର କରୁଥିଲେ ଲାଲ୍‌ ବାହିନୀ, ଏବେ ସେଠି ଥରହର ସ୍ଥିତି । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଘନ ଘନ କମ୍ବିଂ । ଏନକାଉଣ୍ଟର ବେଳେ କେତେବେଳ
ପିଏମ୍‌ କିଷାନ ଯୋଜନା
53m ago
ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର ୧୮ ତମ କିସ୍ତି
ଅର୍ଗସ ବ୍ୟୁରୋ : ବଦଳିଛି ସରକାର, ବଦଳିଛି ଯୁଗ | ଏବେ ଚାଲିଛି ଡବଲ ଇଞ୍ଜିନ ସରକାରର ଶାସନ, ଅନ୍ତ ହୋଇଛି ଚାଷୀ ଶୋଷଣ | ଆଜି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାସୀମରୁ 9.4 କୋଟ