ବିଧାନସଭାର ପ୍ରଥମ ଅଧିବେଶନ , ଓଡିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଲମ୍ବା ଖସଡା ପ୍ରସ୍ତୁତ
by Argus News
Mon, Jul 22 | 7:28 p.m.

ଅର୍ଗସ ବ୍ୟୁରୋ : ଆରମ୍ଭ ହୋଇଛି ନବଗଠିତ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଅଭିଭାଷଣରେ ନୂଆ, ଆଧୁନିକ ଓ ବିକଶିତ ଓଡିଶାର ଚିତ୍ର ଦେଖାଇଛନ୍ତି ରାଜ୍ୟପାଳ । ଗରିବ, ମହିଳା, କୃଷକ ଓ ଯୁବକଙ୍କ ବିକାଶ ପାଇଁ ଲମ୍ବା ଖସଡା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ମହିଳା ଭୂମିହୀନ କୃଷକ ମାନଙ୍କୁ ପ୍ରୋତ୍ସାହିତ କରିବେ ସରକାର । ବଲାଙ୍ଗୀର, କଳାହାଣ୍ଡ, ବରଗଡ଼ ଓ ନୂଆପଡାରେ ୧୦ଟି ଜଳସେଚନ ପ୍ରକଳ୍ପକୁ ସଂପୂର୍ଣ୍ଣ କରାଯିବ । ଭାରତରେ ଓଡିଶା ହେବ ବାଜରା ହବ । ପୁଷ୍ଟିହୀନତା ମୁକାବିଲା ଲାଗି ବାଜରା ଜାତୀୟ ଶସ୍ୟ ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ପାଇଁ ନିଆଯିବ ପଦକ୍ଷେପ । ସରକାରୀ କ୍ୟାଣ୍ଟିନ ଓ ବିଦ୍ୟାଳୟରେ ବାଜରା ପ୍ରଚଳନ ପାଇଁ ପଦକ୍ଷେପ ନିଆଯିବ । ୨୦୨୭ ସୁଦ୍ଧା ରାଜ୍ୟରୁ ପୁଷ୍ଟିହୀନତା ହ୍ରାସ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଖୁବଶୀଘ୍ର ଓଡିଶାରେ କାର୍ଯ୍ୟକାରୀ ହେବ ଗ୍ରୀନ ଇଣ୍ଡଷ୍ଟ୍ରିଆଲ ପଲିସି । ବୈଦ୍ୟୁତିକ ଯାନବାହନ ବ୍ୟବହାର ବୃଦ୍ଧି ପ୍ରୋତ୍ସାହନ ପାଇଁ ଚାରି ଓ ଛଅ ଚକିଆ ଯାନରେ ସବସିଡି ଦେବେ ସରକାର ।

ଅଧିକ ପଢନ୍ତୁ : ବିକଶିତ ଓଡ଼ିଶା ଗଠନ ଆମର ଲକ୍ଷ୍ୟ:ରାଜ୍ୟପାଳ

ଉପକୂଳ ଅଞ୍ଚଳରେ ବାତ୍ୟା ପ୍ରଭାବ କମାଇବାକୁ ସରକାର ଆରମ୍ଭ କରିବେ ୪୮୦ କିଲୋମିଟର ସମୁଦ୍ର ଉପକୂଳରେ ବନୀକରଣ କାର୍ଯ୍ୟକ୍ରମ । ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୧୦ ଲକ୍ଷ, ସହରାଞ୍ଚଳରେ ୫ ଲକ୍ଷ ଘର କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଅଙ୍ଗନୱାଡି ଗୁଡିକୁ ୨୦୩୦ ସୁଦ୍ଧା ସକ୍ଷମ ଅଙ୍ଗନବାଡିରେ ପରିଣତ କରାଯିବ । ବିଦ୍ୟାଳୟ ସ୍ତରରେ ଶିକ୍ଷାଦାନ ଉଦ୍ଦେଶ୍ୟରେ ଅଙ୍ଗନବାଡି କର୍ମୀ ମାନଙ୍କୁ ଶୈକ୍ଷିକ ସାଧନ ବ୍ୟକ୍ତି ତାଲିମ ଦିଆଯିବ । ଜନଜାତି ଛାତ୍ରଛାତ୍ରୀଙ୍କ ପାଖକରେ ପହଞ୍ଚିବ ପାଠାଗାର । ସେଥିପାଇଁ ଲାଇବ୍ରେରୀ ଅନ ହୁଇଲ କାର୍ଯ୍ୟକ୍ରମ ଆରମ୍ଭ କରିବେ ସରକାର । ଅତ୍ୟାଧୁନିକ ଏବଂ ଉନ୍ନତ ମାନର ଶିକ୍ଷାଦାନ ପାଇଁ ସରକାରୀ ବିଦ୍ୟାଳୟରେ AIର ହେବ ବ୍ୟବହାର ।
ଓଡିଶାବାସୀଙ୍କୁ ମିଳିବ ଉନ୍ନତ ମାନର ସ୍ଵାସ୍ଥ୍ୟ ସେବା । ସାରା ରାଜ୍ୟରେ ୩୦୦୦ ନୂଆ ଡାକ୍ତରଙ୍କୁ ଦିଆଯିବ ନିଯୁକ୍ତି । ଜିଲ୍ଲା ଡାକ୍ତରଖାନାରେ ସ୍ତ୍ରୀ ରୋଗ, ଶିଶୁ ରୋଗ ବିଶେଷଜ୍ଞ ଏବଂ ନର୍ସଙ୍କ ଆବଶ୍ୟକତାକୁ ସୁନିଶ୍ଚିତ କରାଯିବ ।ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇ ଆରୋଗ୍ୟ ମନ୍ଦିର କରାଯିବ । ପ୍ରତି ସିଏଚସିରେ ଗୋଟିଏ ଲେଖାଏଁ ଭ୍ରାମ୍ୟମଣ ଚିକିତ୍ସା ୟୁନିଟ ରହିବ । ୨୦୩୦ ସୁଦ୍ଧା ଓଡିଶାକୁ ମେଲେରିଆ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ନୂଆ କ୍ରୀଡାନୀତି ଆସିବ, କ୍ରୀଡ଼ାବିତଙ୍କୁ ପ୍ରଶିକ୍ଷଣ ଦିଆଯିବା ପାଇଁ କ୍ରୀଡା ଏକାଡେମୀ ଓ ନର୍ସରୀ ପ୍ରତିଷ୍ଠା କରାଯିବ । ଧାମରା, ପାରାଦ୍ୱୀପ ଓ ଗୋପାଳପୁର ବନ୍ଦର ଆଖପାଖ ଅଞ୍ଚଳରେ ନୂତନ ଶିଳ୍ପାଞ୍ଚଳର ବିକାଶ ହେବ ।

ଓଡ଼ିଆ ଚଳଚିତ୍ର ଶିଳ୍ପକୁ ଚଳଚଞ୍ଚଳ କରାଯିବ । ଦୁଇ ବର୍ଷ ମଧ୍ୟରେ ୬୫ ହଜାର ସରକାରୀ ପଦବୀ ପୂରଣ କରାଯିବ ।ଓଡିଶା ହସ୍ତଶିଳ୍ପ ଡିଜାଇନ ବ୍ୟାଙ୍କ ପ୍ରତିଷ୍ଠା କରାଯିବ । ହସ୍ତଶିଳ୍ପ ଉତ୍ପାଦକୁ ବ୍ରାଣ୍ଡ ଭାବରେ ପରିଚିତ କରାଯିବ ।ଶିଳ୍ପ କ୍ଷେତ୍ରରେ ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବା ପାଇଁ ରହିଛି ଲକ୍ଷ୍ୟ ।ଅନୁସୂଚିତ ଅଞ୍ଚଳ ପଞ୍ଚାୟତ ସମ୍ପ୍ରସାରଣ କରିବା ପାଇଁ ପେଶା ଆଇନକୁ କାର୍ଯ୍ୟକାରୀ କରିବେ ସରକାର ।

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା