ଫାଇନାଲରେ ଭାରତ, 2019ର ବଦଲା 2023ରେ ନେଲା ଟିମ ଇଣ୍ଡିଆ
by Argus News
Thu, Nov 16 | 7:14 a.m.

ଅର୍ଗସ ବ୍ୟୁରୋ:  ଫାଇନାଲରେ ଭାରତ । ସେମିଫାଇନାଲରେ 70ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଲା ଟିମ ଇଣ୍ଡିଆ । 2019ର ବଦଲା 2023ରେ ନେଲା ଟିମ ଇଣ୍ଡିଆ । ମୁମ୍ବାଇରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ରେ 327 ରନରେ ନ୍ୟୁଜିଲ୍ୟାଣ୍ଡ ଅଲଆଉଟ୍ ହୋଇଛି । ମହମ୍ମଦ ସାମିଙ୍କୁ ସର୍ବାଧିକ 7 ୱିକେଟ ମିଳିଛି ।

ମ୍ୟାଚରେ ଭାରତର ସବୁ ବଡ଼ ବ୍ୟାଟସମ୍ୟାନ୍ କରିଥିଲେ ଦମଦାର ପ୍ରଦର୍ଶନ। ରୋହିତ ଶର୍ମା ଆରମ୍ଭ କରିଥିବା ବିସ୍ଫୋରଣରେ ତାଳ ମେଳାଇଥିଲେ ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର ଓ କେ ଏଲ୍ ରାହୁଲ ।

 ଆଉ ନ୍ୟୁଜିଲାଣ୍ଡ ଆଗରେ 398 ରନର ବିଶାଳ ଲକ୍ଷ୍ୟ ରଖିଥିଲା ଭାରତ । ୱାଂଖଡେରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ବିସ୍ଫୋରଣ ବ୍ୟାଟିଂ କରି ପ୍ରଥମରୁ ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ କ୍ୟାପଟେନ୍ ରୋହିତ । ବଡ଼ ସ୍କୋର ପାଇଁ ଭିତ୍ତି ପକାଇଥିଲେ । 29 ବଲରୁ 4 ଟୌକା ଓ 4 ଛକ୍କା ବଳରେ 47 ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ପରେ ଶୁଭମନ ଖେଳିଥିଲେ ଦମଦାର ଇନିଂସ ।

ଶୁଭମନ 65 ରନ୍ କରି ରିଟାୟାର୍ଡ ହର୍ଟ ହେବା ପରେ ଶ୍ରେୟାସ ଓ ବିରାଟ କରିଥିଲେ ବିସ୍ଫୋରଣ । ଦୁହେଁ ଶତକ ହାସଲ କରିବା ସହ ଭାରତକୁ ବିଶାଳ ସ୍କୋର ଅଭିମୁଖେ ନେଇଥିଲେ । ଶେଷ ଭାଗରେ ରାହୁଲ 20 ବଲରୁ ଦ୍ରୁତ 39 ରନ୍ କରିବାରୁ ଭାରତ 4 ୱିକେଟ୍ ହରାଇ 397 ରନର ବିଶାଳ ସ୍କୋର କରିଥିଲା ।

ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି
 

‘ଅକ୍ଷୟ ତୃତୀୟା’
31m ago
ଓଡ଼ିଶାବାସୀ ଏବଂ ଚାଷୀ ଭାଇଙ୍କ ପାଇଁ ଆଜି ଏକ ଶୁଭ ଦିନ - ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର: କୃଷିଭିତ୍ତିକ ପର୍ବ ‘ଅକ୍ଷୟ ତୃତୀୟା’ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ହୀରାକୁଦର ସାପଲହରା ଗାଁରେ ଚାଷୀ ଭାଇ ମାନଙ୍କ ସହ ମିଶ
ମୋଦି
37m ago
ସାରା ଓଡ଼ିଆରେ ମୋଦି ଲହର ଜୋରଦାର
ଭୁବନେଶ୍ୱର: ଦୁଇ ତୃତୀୟାଂଶ ଆସନ ଜିତିବାର ଦମ୍ଭ ଦେଖାଉଥିବା ବିଜେଡି ଅସହିଷ୍ଣୁ କାହିଁକି । ରାଜ୍ୟ ସାରା ଶାସକ ଦଳର ବିଜେପି ପୋଷ୍ଟର ଚିରା ଅଭିଯାନ । ଟିଟିଲାଗଡ଼ରେ ସାମ୍ନାକୁ ଆସିଲ
ପ୍ରକଳ୍ପ ସ୍ବପ୍ନ
44m ago
ମୁଖ୍ୟମନ୍ତ୍ରୀ ଶୁଭ ଦେବାର ୧୦ ବର୍ଷ ପରେ ବି ବ୍ରିଜ ଓ ବ୍ୟାରେଜ୍ ପ୍ରକଳ୍ପ ସ୍ବପ୍ନ
ସମ୍ବଲପୁର : ସମ୍ବଲପୁର କୁଚିଣ୍ଡାରେ ଚାଷୀ ଖୋଲିଲେ ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରତିଶ୍ରୁତିର ପୋଲ।ନବୀନ ଶୁଭ ଦେବାର ୧୦ ବର୍ଷ ପରେ ବି ବ୍ରିଜ୍ ଓ ବ୍ୟାରେଜ୍ ପ୍ରକଳ୍ପ ସ୍ବପ୍ନ॥ ୨ ହଜାର ହେକ୍ଟରର