ଆଉ ଶୁଭିବନି ଉସ୍ତାଦଙ୍କ ତାଳ… ପର ପାରିରେ ବିଶିଷ୍ଟ ତବଲା ବାଦକ ଜାକିର ହୁସେନ
by Argus News
Mon, Dec 16 | 8:53 a.m.

ଅର୍ଗସ ବ୍ୟୁରୋ: ବିଶ୍ୱ ବିଖ୍ୟାତ ତବଲା ବାଦକ ଉସ୍ତାଦ ଜାକିର ହୁସେନ୍ ଚିକିତ୍ସାଧୀନ ଅବସ୍ଥାରେ ଇହଲୀଳା ତ୍ୟାଗ କରିଛନ୍ତି । ଅସୁସ୍ଥ ହୋଇ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ ଉସ୍ତାଦ ଜାକିର ହୁସେନ । ଆଜି ମେଡିକାଲରେ ୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ସେନ ଫ୍ରାନ୍ସିକୋର ଏକ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ତାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି ।

 

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉସ୍ତାଦଙ୍କ ପରିବାର ଲୋକେ ଏ ନେଇ କୌଣସି ସୂଚନା ଦେଇନାହାନ୍ତି ।୧୯୫୧ ମାର୍ଚ୍ଚ ୯ ତାରିଖରେ ଜନ୍ମଲାଭ କରିଥିଲେ ପଦ୍ମ ବିଭୂଷଣ ଉସ୍ତାଦ ଜାକିର ହୁସେନ । ତବଲା ବାଦ୍ୟରେ ବିଶ୍ୱପ୍ରସିଦ୍ଧି ହାସଲ କରି ସେ ଅନେକ ପୁରସ୍କାରର ଅଧିକାରୀ ହୋଇଛନ୍ତି । ୧୯୮୮ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଉସ୍ତାଦ ଜାକିର ହୁସେନ୍ । ଏହାପରେ ୨୦୦୨ ମସିହାରେ ତାଙ୍କୁ ପଦ୍ମଭୂଷଣ ଏବଂ ୨୦୨୩ ମସିହାରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଉସ୍ତାଦ ଜାକିର ହୁସେନଙ୍କୁ ୩ ଥର ଗ୍ରେମୀ ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଛି। 
ତବଲା ବାଦକ ଉସ୍ତାଦ ଆଲ୍ଲାହ ରଖା କୁରେଶୀ ଏବଂ ବିବି ବେଗମଙ୍କ ସୁସନ୍ତାନ ଭାବରେ ୧୯୫୧ ମସିହାରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ଉସ୍ତାଦ ଜାକିର । ମୁମ୍ବାଇ ମାହିମ ସ୍ତିତ ସେଣ୍ଟ ମାଇକଲ ସ୍କୁଲରେ ପାଠ ପଢିଥିଲେ ସେ । ଏହାପରେ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରୁ ଡିଗ୍ରୀ ହାସଲ କରିଥିଲେ । ମାତ୍ର ୧୧ ବର୍ଷ ବୟସରେ ସେ ଆମେରିକାରେ ନିଜ ପ୍ରଥମ କନ୍ସର୍ଟ କରିଥିଲେ ଉସ୍ତାଦ ଜାକିର ହୁସେନ୍ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ତବଲା ବାଦ୍ୟରେ ଅନେକ ସଫଳତା ହାସଲ କରି ୧୯୭୩ ମସିହାରେ ସେ ନିଜ ପ୍ରଥମ ଆଲବମ ’ଲିଭିଙ୍ଗ ଇନ ଦ ମ୍ୟାଟେରିଆଲ ୱାର୍ଲଡ’ ଲଞ୍ଚ୍ କରିଥିଲେ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସକାଳର ହେଡଲାଇନ୍ସ
24m ago
ସକାଳର ହେଡଲାଇନ୍ସ ସଂକ୍ଷେପରେ
ଅର୍ଗସ ବ୍ୟୁରୋ: ଆଜି ପବିତ୍ର ଧନୁ ସଂକ୍ରାନ୍ତି... ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି... ମହାପ୍ରଭୁଙ୍କଠାରେ ଲାଗିହେବ ପହିଲି ଭୋଗ...ଆଜିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ଯାଏଁ ରାତ୍
ଅଭିଯୋଗ
32m ago
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ହେବ ଅଭିଯୋଗ ଶୁଣାଣି
ଅର୍ଗସ ବ୍ୟୁରୋ : ଆଜି ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣିବେ ସିଏମ । ଓଡ଼ିଶାର କୋଣ ଅନୁକୋଣରୁ ନିଜ ନି
ଶିମିଳିପାଳରେ
ଶିମିଳିପାଳରେ ତୁଷାରପାତ ସହ ବାରହାକାମୁଡାରେ ସର୍ବନିମ୍ନ ୧ଡିଗ୍ରୀ ତାପମାତ୍ର ରେକର୍ଡ
ଅର୍ଗସ ବ୍ୟୁରୋ: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଶିମିଳିପାଳରେ ତୁଷାରପାତ ହେବା ସହ ବାରହାକାମୁଡାରେ ସର୍ବନିମ୍ନ ୧ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି। ସେହିପରି ଚହଲାରେ ୩ଡିଗ୍ରୀ
ଆଜି ପବିତ୍ର
ଆଜି ପବିତ୍ର ଧନୁସଂକ୍ରାନ୍ତି: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି ନୀତି
ଅର୍ଗସ ବ୍ୟୁରୋ: ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଏହି ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡ଼ାନ୍ତ ହୋଇଥିବା ନୀତିନିର୍ଘଣ୍
ବାଘମାରୀ-ବେଗୁନିଆ
ବାଘମାରୀ-ବେଗୁନିଆ ନିକଟରେ ବସ୍‌ ଦୁର୍ଘଟଣା: ୧୦ ଆହତ
ଅର୍ଗସ ବ୍ୟୁରୋ: ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହି ବସ । ବାଘମାରି ନିକଟରେ ଓଲଟିଲା ଯାତ୍ରୀବାହି ବସ । ଛୋଟ ପିଲା ସମେତ 7 ରୁ 8 ଜଣ ଯାତ୍ରୀ ଆହତ ହୋଇ ଖୋର୍ଦ୍ଧା ମେଡ଼ିକାଲରେ ଭର୍ତି ହୋଇଥିବ