ସକାଳର ହେଡଲାଇନ୍ସ ସଂକ୍ଷେପରେ
by Argus News
Mon, Dec 16 | 11:53 a.m.

ଅର୍ଗସ ବ୍ୟୁରୋ: ଆଜି ପବିତ୍ର ଧନୁ ସଂକ୍ରାନ୍ତି... ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି... ମହାପ୍ରଭୁଙ୍କଠାରେ ଲାଗିହେବ ପହିଲି ଭୋଗ...ଆଜିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ଯାଏଁ ରାତ୍ର ୨ଟାରୁ ଦ୍ୱାର ଫିଟା...ସକାଳ ୫ଟା ୩୦ରୁ ୬ଟା ମଧ୍ୟରେ ସମ୍ପନ୍ନ ହେବ ପହିଲିଭୋଗ ନୀତି...ଲାଗି ହେବ ବିରି, ଗହମରେ ପ୍ରସ୍ତୁତ ପ୍ରାୟ 28 ପ୍ରକାର ପିଠାପଣା.
୨- ଆସନ୍ତାକାଲିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି...ASI ଟିମ୍ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି...ପ୍ରତିଦିନ ଦ୍ବିତୀୟ ଭୋଗମଣ୍ଡପ ପରୁଠୁ ଆମ୍ଭ ହୋଇ ୫ରୁ ୬ ଘଣ୍ଟା ଯାଏ ଚାଲିବ ମରାମତି...କାମ ତଦାରଖ କରିବେ ଶ୍ରୀମନ୍ଦିର ପ୍ରଶାସନର ସ୍ବତନ୍ତ୍ର କମିଟି...ମରାମତି ପରେ ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ମଣତି... ଜାନୁଆରୀ ୩୧ସୁଦ୍ଧା ଗଣତି ମଣିତି ସାରିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ଆଇନ୍ ମନ୍ତ୍ରୀ...
୩- ଲାଲଗଡରେ ଲାଲବାହିନୀକୁ ଶାହଙ୍କ ଲଲକାର...ବନ୍ଧୁକ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଛତିଶଗଡ଼ ବସ୍ତରରେ  ଦେଲେ ଆହ୍ବାନ...ଅଶାନ୍ତି ସୃଷ୍ଟି କଲେ ସେନା ପ୍ରସ୍ତୁତ ଥିବା ନେଇ ଦେଲେ ଚେତାବନୀ... 31 ମାର୍ଚ୍ଚ 2026 ସୁଦ୍ଧା ଦେଶରୁ ନକ୍ସଲ ସଫା ହେବା ନେଇ ପୂର୍ବରୁ ଗୃହମନ୍ତ୍ରୀ ଦେଇସାରିଛନ୍ତି ଡେଡ୍ ଲାଇନ୍...
୪- ପୁରୀ ବେଳାଭୂମିରେ ଅସୁରକ୍ଷିତ ବିରଳ ଅଲିଭ୍ ରିଡେଲ କଇଁଛ …  ନୋ ଫିସିଂ ଜୋନ୍ କଟକଣାକୁ କରାଯାଉଛି ଖୋଲାଖୋଲି ଉଲ୍ଲଘଂନ ... ନିଷିଦ୍ଧାଞ୍ଚଳରେ ବେଆଇନ୍ ଭାବେ ଦୈନିକ ମାଛ ମାରୁଛନ୍ତି ଶହ ଶହ ଟ୍ରଲର୍ …. ଅବାଧ  ଡଙ୍ଗା ଓ ଟ୍ରଲର୍ ଚଳାଚଳ ହେଉଛି କାଳ … ଏଯାଏ 7ରୁ ଅଧିକ ଟ୍ରଲର୍ ଜବତ କରିସାରିଲାଣି ମତ୍ସ୍ୟ ବିଭାଗ ….
୫- ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହି ବସ । ବାଘମାରି ନିକଟରେ ଯାତ୍ରୀବାହି ବସ ଦୁର୍ଘଟଣାଗସ୍ତ। ଗଞ୍ଜାମ ସୋରଡ଼ା ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସଟି ଖୋର୍ଦ୍ଧା ବଲାଙ୍ଗୀର 57 ନଂ ଜାତୀୟ ରାଜପଥ ବାଘମାରି ନିକଟରେ ଓଲଟି ପଡିଥିଲା । ବସରେ ପ୍ରାୟ 60 ଯାତ୍ରୀ ଥିବାବେଳେ ଛୋଟ ପିଲା ସମେତ 7 ରୁ 8 ଜଣ ଯାତ୍ରୀ ଆହତ ହୋଇ ଖୋର୍ଦ୍ଧା ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି
୬- ହାତୀଦାନ୍ତ ଚୋରା ଚାଲାଣ ବେଳେ ଗୁଳିମାଡ... ବନବିଭାଗ ଓ STF ଟିମ୍ ଉପରକୁ ଛଅ ରାଉଣ୍ଡ ଗୁଳିମାଡ କଲେ ମାଫିଆ...ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜର ମାଲିମୁଣ୍ଡା ଓ ଜାରପା ଗ୍ରାମରେ ଘଟିଛି ଘଟଣା... ହାତୀଦାନ୍ତ ଥିବା ଦୁଇଟି ଟ୍ରଲିବ୍ୟାଗ ଜବତ, ୫ ଅଟକ
୭- ଜୁନିୟର ମହିଳା ଏସିଆ କପ ହକିରେ ଭାରତ ଚାମ୍ପିଅନ୍...3 ଥରର ଚାମ୍ପିଅନ୍ ଚୀନକୁ ପେନାଲଟି ସୁଟ୍ ଆଉଟରେ 4-2 ଗୋଲରେ ହରାଇଲା ଭାରତୀୟ ଦଳ...ବିଜେତା ଟିମର ପ୍ରତି ଖେଳାଳି ପାଇଁ ୨ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କଲା ହକି ଇଣ୍ଡିଆ... ସପୋର୍ଟ ଷ୍ଟାଫଙ୍କୁ ବି ମିଳିବ 1 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି...
୮- ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ଦୃଢ଼ ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ। ଟ୍ରାଭିସ୍‌ ହେଡ୍‌ ଓ ଷ୍ଟିଭେନ୍‌ ସ୍ମିଥଙ୍କ ଶତକ ବଳରେ ଘରୋଇ ଦଳ ଦ୍ୱିତୀୟ ଦିନ ଶେଷ ବେଳକୁ ୭ ଉଇକେଟ ହରାଇ ୪୦୫ ରନ୍‌ ସଂଗ୍ରହ କରିଛି।
୯- ବିଶ୍ୱ ବିଖ୍ୟାତ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ବର୍ଷ ହୋଇଥିଲା। ହଠାତ ଅସୁସ୍ଥ ହୋଇ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ.....ଆମେରିକାର ସେନ ଫ୍ରାନ୍ସିକୋର ଏକ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।  
୧୦- ଜାଡ଼ରେ ଥରୁଛି ସାରା ଓଡ଼ିଶା … କମୁଛି ରାତି ତାପମାତ୍ରା...ସେପଟେ ଦାରିଙ୍ଗବାଡିରେ ଚଳିତବର୍ଷର ପ୍ରଥମ ତୁଷାରପାତ ହୋଇଛି....ଶିମିଳିପାଳରେ ଖସୁଛି ପାରଦ, ଉପର-ବାରହାକାମୁଡାରେ ସର୍ବନିମ୍ନ ତାପମାତ୍ରା ୧ଡିଗ୍ରୀ ରେକର୍ଡ ହୋଇଛି

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସୁଭଦ୍ରା ଟଙ୍କା
16m ago
ଆବେଦନ ଯାଞ୍ଚ ସରିଲେ ଦିଆଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା
ଅର୍ଗସ ବ୍ୟୁରୋ: ଅଣ୍ଡର ପ୍ରୋସେସ ଦେଖାଉଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ବାଟ ଦେଖାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେମାନଙ୍କ ଆବେଦନ ଯାଞ୍ଚ ସରିଲେ ଦିଆଯିବ ଚତୁର୍
BJD
19m ago
ସରକାରୀ ଜମି ଜବରଦଖଲ କରିଥିବା ବିଜେଡି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଅର୍ଗସ ବ୍ୟୁରୋ: ସରକାରୀ ଜମି ଜବରଦଖଲ କରିଥିବା ବିଜେଡି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି। ଚୌଦ୍ବାର ବ୍ଲକ୍ ବରହମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରଞ୍ଜିତ ରାଉ
RATH YATRA
29m ago
ଆସନ୍ତାବର୍ଷ ରଥଯାତ୍ରା ପାଇଁ ଆଜିଠୁ ଆରମ୍ଭ ହୋଇଛି ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଆସନ୍ତାବର୍ଷ ରଥଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ
ଉସ୍ତାଦ ଜାକିର
53m ago
ଉସ୍ତାଦ ଜାକିର ହୁସେନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ୍ ଜାକିର ହୁସେନ୍‌ଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଉସ୍ତାଦ୍ ଜାକିର ହୁସେନଙ୍କୁ ଜଣ
ଉସ୍ତାଦ ଜାକିର
55m ago
ଉସ୍ତାଦ ଜାକିର ହୁସେନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ୍ ଜାକିର ହୁସେନ୍‌ଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଉସ୍ତାଦ୍ ଜାକିର ହୁସେନଙ୍କୁ ଜଣ