ଅର୍ଗସ ବ୍ୟୁରୋ: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଶିମିଳିପାଳରେ ତୁଷାରପାତ ହେବା ସହ ବାରହାକାମୁଡାରେ ସର୍ବନିମ୍ନ ୧ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି। ସେହିପରି ଚହଲାରେ ୩ଡିଗ୍ରୀ, ନଅଣାରେ ୪ଡିଗ୍ରୀ, ବରେହିପାଣି ରେ ୫ଡିଗ୍ରୀ, ଗୁଡଗୁଡିଆରେ ୬ଡିଗ୍ରୀ ରେକର୍ଡ କରାଯାଇଛି ।
ନିମ୍ନଗାମୀ ପାରଦ ଫଳରେ ଶିମିଳିପାଳର ଅନେକ ଅଞ୍ଚଳରେ ସକାଳୁ ତୁଷାର ଆସ୍ତରଣ ଦେଖିବାକୁ ମିଳିଛି । ଗତ ୪ଦିନ ହେବ ଶିମିଳିପାଳ ମଧ୍ୟରେ ତାପମାତ୍ରା କହୁଥିବା ପରିଲକ୍ଷିତ ହୋଇଛି । ଲଗାତାର ୩ଦିନ ହେବ ସକାଳୁ ତୁଷାର ଆସ୍ତରଣ ନେଇ ବେଶ ଖୁସି ଅଛନ୍ତି ସ୍ଥାନୀୟବାସିନ୍ଦା।
ଅଧିକ ପଢ଼ନ୍ତୁ ପାଣିପାଗ ଖବର