ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ହେବ ଅଭିଯୋଗ ଶୁଣାଣି
by Argus News
Mon, Dec 16 | 11:45 a.m.

ଅର୍ଗସ ବ୍ୟୁରୋ : ଆଜି ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣିବେ ସିଏମ । ଓଡ଼ିଶାର କୋଣ ଅନୁକୋଣରୁ ନିଜ ନିଜ ଅଭିଯୋଗ ସହ ସମାଧାନର ଆଶା ନେଇ ଆସିଛନ୍ତି ଲୋକେ । ମୁଖ୍ୟମନ୍ତ୍ରୀଙ୍କ ସହ ସ୍ବାସ୍ଥ୍ୟ, ଗଣଶିକ୍ଷା, ଗୃହ ଓ ନଗର ଉନ୍ନୟନ, ଶିଳ୍ପ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢନ୍ତୁ : ଆଜି ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ବିଶେଷ କରି ଗତ ଅକ୍ଟୋବର 28 ତାରିଖ ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ ପାଇଁ ପଞ୍ଜୀକରଣ କରିଥିବା ଆବେଦନକାରୀ ମାନେ ଆଜି ଉପସ୍ଥିତ ରହିବେ । ଏ ନେଇ ବିଜ୍ଞପ୍ତି ମାଧ୍ୟମରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି  l ଦରଖାସ୍ତକାରୀ ସେମାନଙ୍କର ରେଜିଷ୍ଟ୍ରେସନ୍ ସ୍ଲିପ ଓ ବ୍ୟକ୍ତିଗତ ପରିଚୟ ପତ୍ର ସହିତ ଉପସ୍ଥିତ ରହିବାକୁ କୁହାଯାଇଛି । ବିଜେଡି ଶାସନରେ 2008ଠାରୁ ବନ୍ଦ ରହିଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ବିଜେପି ସରକାର ହେବା ପରେ ଖୋଲାଗଲା 16 ବର୍ଷ ଧରି ବନ୍ଦ ଥିବା ଅଭିଯୋଗ ପ୍ରକୋଷ୍ଠ । 

ସୁଭଦ୍ରା ଟଙ୍କା
19m ago
ଆବେଦନ ଯାଞ୍ଚ ସରିଲେ ଦିଆଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା
ଅର୍ଗସ ବ୍ୟୁରୋ: ଅଣ୍ଡର ପ୍ରୋସେସ ଦେଖାଉଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ବାଟ ଦେଖାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେମାନଙ୍କ ଆବେଦନ ଯାଞ୍ଚ ସରିଲେ ଦିଆଯିବ ଚତୁର୍
BJD
23m ago
ସରକାରୀ ଜମି ଜବରଦଖଲ କରିଥିବା ବିଜେଡି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଅର୍ଗସ ବ୍ୟୁରୋ: ସରକାରୀ ଜମି ଜବରଦଖଲ କରିଥିବା ବିଜେଡି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି। ଚୌଦ୍ବାର ବ୍ଲକ୍ ବରହମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରଞ୍ଜିତ ରାଉ
RATH YATRA
32m ago
ଆସନ୍ତାବର୍ଷ ରଥଯାତ୍ରା ପାଇଁ ଆଜିଠୁ ଆରମ୍ଭ ହୋଇଛି ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଆସନ୍ତାବର୍ଷ ରଥଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ
ଉସ୍ତାଦ ଜାକିର
57m ago
ଉସ୍ତାଦ ଜାକିର ହୁସେନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ୍ ଜାକିର ହୁସେନ୍‌ଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଉସ୍ତାଦ୍ ଜାକିର ହୁସେନଙ୍କୁ ଜଣ
ଉସ୍ତାଦ ଜାକିର
58m ago
ଉସ୍ତାଦ ଜାକିର ହୁସେନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ୍ ଜାକିର ହୁସେନ୍‌ଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଉସ୍ତାଦ୍ ଜାକିର ହୁସେନଙ୍କୁ ଜଣ