ଭାରତ ବିଶ୍ବ ଚାମ୍ପିଅନ୍, ଛୁଟୁଛି ଶୁଭେଚ୍ଛାର ସୁଅ
by Argus News
Sun, Jun 30 | 10:37 a.m.

ନୂଆଦିଲ୍ଲୀ:  ଭାରତ ବିଶ୍ବ ଚାମ୍ପିଅନ୍ ହେବା ପରେ ସାରା ଦେଶରେ ଦୀପାବଳି ଭଳି ପରିବେଶ। ରାତି ସାରା ବାଣ ଫୁଟାଇ ଉତ୍ସବ ମନାଇଲେ କ୍ରିକେଟ୍ ପ୍ରେମୀ। ସବୁଠି ଟିମ୍ ଇଣ୍ଡିଆ ଜିନ୍ଦାବାଦ୍ ନାରା। ବିଦେଶରୁ ବି ଆସିଲା ଶୁଭେଚ୍ଛା ଓ ସେଲିବ୍ରେସନର ଚିତ୍ର। ଭିଡିଓ ବାର୍ତ୍ତା ମାଧ୍ୟମରେ ବଧେଇ ସନ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି, ଗୃହମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ମଧ୍ୟ ଜଣାଇଲେ ଅଭିନନ୍ଦନ।  
 ଭାରତ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିଅନ୍ ହୋଇଛି । ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି  । ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି । ୧୭୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଦୁଇଟି ଓ୍ବିକେଟ ହରାଇ ଥିଲା ।

ରେଜା ହେଣ୍ଡରିକ୍ସ ମାତ୍ର ୪ ରନ ଓ ଅଧିନାୟକ ଆଇଡେନ ମାର୍କରାମ ୭ ରନ କରି ଆଉଟ ହୋଇଥିଲେ । କିନ୍ତୁ କ୍ବିଣ୍ଟନ ଡିକକ୍ ଓ ଟ୍ରଷ୍ଟାନ ଷ୍ଟବସ୍ ଏକ ଭଲ ପାର୍ଟନରସିପ କରି ପାଳିକୁ ସମ୍ଭାଳିଥିଲେ । ପରେ ଷ୍ଟବସ ୩୧ ରନ କରି ଆଉଟ ହେବା ପରେ ଡିକକ୍ ଓ ହେନରିକ କ୍ଲାସେନଙ୍କ ମଧ୍ୟରେ ବି ଏକ ଭଲ ପାର୍ଟନରସିପ ହୋଇଥିଲା। ଡିକକ୍ ୩୯ ରନ କରିଥିବାବେଳେ କ୍ଲାସେନ ୫୨ରନ କରିଥିଲେ । ଡେଭିଡ ମିଲର ୨୧ ରନ କରି ଆଉଟ ହୋଇଥିଲେ । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଟିମ୍ ଇଣ୍ଡିଆ ପକ୍ଷରୁ ବିରାଟ କୋହଲି ୭୬ ରନ୍‌ର ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ୫୬ଟି ବଲ୍ ଖେଳି ବ୍ୟକ୍ତିଗତ ଭବେ ୭୬ ରନ୍ ସଂଗ୍ରହ କରିଥିଲେ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଦାମୀ ଆମ୍ବ
5m ago
ସବୁଠୁ ଦାମୀ ଆମ୍ବ: ଦାମ୍‌ ଶୁଣିଲେ ଉଡୁଛି ହୋସ୍‌
ସମ୍ବଲପୁର: ସମ୍ବଲପୁରରେ ଲକ୍ଷାଧିକ ଟଙ୍କିଆ ଆମ୍ବ ଫଳୁଛି । ଏହି ଆମ୍ବ ସବୁଠୁ ଦାମୀ ଆମ୍ବ ବୋଲି ଜଣାପଡିଛି । ମିୟାଜାକି ନାମର ଆମ୍ବ ଯାହାର ମୃଲ୍ୟ କିଲୋପ୍ରତି ୩ ଲକ୍ଷ । ସହର ଜଣ
ଖେଳାଳି
9m ago
ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଖେଳାଳି
ନୂଆଦିଲ୍ଲୀ: ହୋଟେଲ୍ ITC ମୋର୍ଯ୍ୟରେ କେକ୍ କାଟିଲେ କ୍ରିକେଟର । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଖେଳାଳି । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଖେଳାଳୀ ମାନ
ହାତୀ ମୃତ୍ୟୁ
12m ago
୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ହାତୀ ମୃତ
ସମ୍ବଲପୁର: ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ମାଈ ହାତୀ ମୃତ । ସଦର ରେଞ୍ଜ ଝାଙ୍କରବାହାଲିରେ ୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ହାତୀ ମୃତ୍ୟ ହୋଇଥିବା ସୂଚନା ମିଳିଛି । ବସିଆପଡ