ଆମ୍ବ ଟାକୁଆ ଖାଇ ଭୋକ ମେଣ୍ଟାଉଛନ୍ତି ଜୟମତି ଗୌଡ଼
by Argus News
Thu, Jun 13 | 5:54 p.m.

ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସାନଟେମେରା ଗାଁର ସତୁରି ବର୍ଷର ବୃଦ୍ଧା ଜୟମତି ଗୌଡ଼ ।  ଆମ୍ବ ଟାକୁଆ ଖାଇ ଭୋକ ମେଣ୍ଟାଉଛନ୍ତି ।  ନା ମିଳୁଛି ରାସନ ନା ମିଳୁଛି ପେନସନ। ଏଭଳିକି ଆବାସ ଯୋଜନାରେ ମଧ୍ୟ ମିଳିପାରିନି ଖଣ୍ଡିଏ ଘର । ଏକ ଜାରିପାଲ ଟଣା ମାଟି କୁଡ଼ିଆରେ ଦିନ କାଟୁଛନ୍ତି ବୃଦ୍ଧା ଜୟମତି । ଶରୀରରେ ଶ୍ରମ କରିବା ଲାଗି ଶକ୍ତି ନାହିଁ କି ସାହସ ନାହିଁ ।  ପାହୁଣ୍ଡେ ଚାଲିଲେ ଥକି ପଡୁଛନ୍ତି, ଆଖିକୁ ଭଲଭାବେ ଦେଖାଯାଉନି ଏଭଳି ସ୍ଥିତିରେ ବାରଦୁଆରେ ଯାଇ ଝାଡୁ ମାରୁଛନ୍ତି।ଝାଡୁ ମାରିଲେ କିଏ କେବେ ମୁଠାଏ ଖାଇବାକୁ ଦିଅନ୍ତି, ନହେଲେ ଦିନସାରା ଉପବାସ।

ବୃଦ୍ଧା ଜୟମତିର ସାହାରା ବୋଲି କେହି ହେଲେ ନାହାନ୍ତି । କୁଡ଼ିଆ ଭିତର ସମ୍ପତ୍ତି କହିଲେ ଅନାବନା କେଇ ଖଣ୍ଡ ଜରି ବ୍ୟାଗ ଛଡା କିଛି ସଂଗ୍ରହ କରି ରଖିଥିବା ଆମ୍ବ ଟାକୁଆ ଏବଂ ମାଣ୍ଡିଆ ଚୁନା । ଆମ୍ବ ଟାକୁଆକୁ ପାଣିରେ ଶିଝେଇ ତାକୁ ମାଣ୍ଡିଆ ଚୁନା ସହିତ ରୋଷେଇ କରି ଖାଆନ୍ତି ବୃଦ୍ଧା ଜୟମତି। ଖାଲି ସେତିକି ନୁହେଁ ଅକ୍ଟୋବର 2021 ପରଠାରୁ ବୃଦ୍ଧା ଜୟମତିଙ୍କୁ ଭତ୍ତା ମଧ୍ୟ ମିଳୁନି। ପଚିଶି ବର୍ଷ ଧରି ରାଜୁତି କରି ଆସୁଥିଲା ବିଜେଡି ସରକାର । ହେଲେ ବିକାଶ କେତେ ହୋଇଛି ତାର ଏ ହେଉଛି ଏକ ଜ୍ବଳନ୍ତ ଉଦାହରଣ । ଆମ୍ବ ଟାକୁଆ ଖାଇ ବୃଦ୍ଧାଙ୍କ ଜୀବନ ବିତଉଥିବା ଦୃଶ୍ୟ ପୂର୍ବ ସରକାରଙ୍କ ବିକାଶକୁ ପଦାରେ ପକେଇଛି  ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା