ସ୍ୱାସ୍ଥ୍ୟ ପାଇଁ ଭାରି ଉପକାରୀ ଡାର୍କ ଚକଲେଟ୍ ...
by Argus News
Wed, Aug 21 | 6:42 p.m.

ଅର୍ଗସ ବ୍ୟୁରୋ: ଡାର୍କ ଚକଲେଟ । ନା ଶୁଣିବା ମାତ୍ରେ କିଛି ଜଣଙ୍କ ମୁହଁରୁ ପାଣି ଆସିଯାଏ । ଆଉ କିଛି ଜଣଙ୍କୁ ଏହା ପିତା ଲାଗିଥାଏ । ହେଲେ ସ୍ୱାସ୍ଥ୍ୟ ପାଇଁ ଭାରି ଉପକାରୀ ଏହି ଡାର୍କ ଚକଲେଟ୍ । ଆଣ୍ଟିବାୟୋଟିକ ଓ ମିନେରାଲ୍ସରେ ଭରପୁର ଏହି ଚକଲେଟ୍ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଡାର୍କ ଚକଲେଟ୍ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହ ହାର୍ଟ ମଧ୍ୟ ସୁସ୍ଥ ରୁହେ । 
ଡାର୍କ ଚକଲେଟ୍ ରେ ବାକି ଚକଲେଟ୍ ଅପେକ୍ଷା କୋକୋର ପରିମାଣ ଅଧିକ ରହିଥାଏ ଓ ଚିନିର ମାତ୍ରା ଖୁବ କମ୍ ଥାଏ । ମିଲ୍ କ ଚକଲେଟ୍ ତୁଳନାରେ ଡାର୍କ ଚକେଲଟ୍ ଦେହ ପାଇଁ ଅଧିକ ଭଲ । 

 

  • ଶରୀରରେ ଶକ୍ତି ବୃଦ୍ଧି କରେ ଡାର୍କ ଚକଲେଟ୍

ଡାର୍କ ଚକୋଲେଟ୍ କୋକୋ ବିନ୍ସରୁ ତିଆରି । ଏହାକୁ ଖାଇବା ଦ୍ବାରା ଶରୀରରେ ଶକ୍ତିର ବୃଦ୍ଧି ଘଟେ । ଚକୋଲେଟ୍ ଡୋପାମାଇନ୍ ଏବଂ ଏଣ୍ଡୋରଫିନ୍ ପରି ନ୍ୟୁରୋଟ୍ରାନ୍ସମିଟରକୁ ମଧ୍ୟ ପ୍ରଭାବିତ କରିଥାଏ । ଯାହା ମସ୍ତିଷ୍କ କାର୍ଯ୍ୟରେ ଉନ୍ନତି ଆଣେ ।

  • ଚିନ୍ତାକୁ ହ୍ରାସ କରେ ଡାର୍କ ଚକଲେଟ୍

ରିସର୍ଚ୍ଚରୁ ଜଣାପଡିଛି ଯେ ଯେତେବେଳେ ଆମେ ଚକୋଲେଟ୍ ଖାଇଥାଉ, ଏହା (ସେରୋଟୋନିନ୍) ହରମୋନ୍ ଉତ୍ପାଦନ କରିଥାଏ । ଯାହା ଆମ ମନୋବଳକୁ ବଢ଼ାଇଥାଏ ଏବଂ ମସ୍ତିଷ୍କର ଚିନ୍ତା ଏବଂ ଚାପକୁ ହ୍ରାସ କରିଥାଏ । ଚକୋଲେଟରେ ପ୍ରଚୁର ପରିମାଣର କ୍ୟାଫେନ୍ ମଧ୍ୟ ମିଳିଥାଏ । ଯାହା ଅଳସୁଆପଣକୁ ଦୂର କରିଥାଏ ।

  • ହୃଦୟ ପାଇଁ ଭଲ ଡାର୍କ ଚକଲେଟ୍

ଏକ ଅନୁସନ୍ଧାନ ଅନୁଯାୟୀ ଡାର୍କ ଚକୋଲେଟରେ ଏପିପ୍ଟିନ୍ କ୍ୟାଟେଚିନ୍ ଏବଂ ପ୍ରୋସିଏନିଡ଼ିନ୍ସ ପରି ଫ୍ଲେଭନୋଲ ଥାଏ, ଯାହା ଆମ ହୃଦୟ ପାଇଁ ଭଲ । ଏହା ଉଚ୍ଚ ରକ୍ତଚାପ ଏବଂ ଅକ୍ସିଡେଟିଭ୍ ଚାପ ପରି ହୃଦ୍‌ରୋଗ ଭଳି ବିପଦକୁ ହ୍ରାସ କରିଥାଏ ।

  • କୋଲେଷ୍ଟ୍ରଲ ନିୟନ୍ତ୍ରଣରେ କରେ

ଯେଉଁମାନେ ଫ୍ୟାଟ୍ ଡ଼ାଏଟ୍ ସହ ପ୍ଲାଣ୍ଟ ଷ୍ଟେରୋଲ୍ସ ଏବଂ କୋକୋ ଫ୍ଲାଭାନୋଲ୍ ଯୁକ୍ତ ଚକୋଲେଟ୍ ଖାଆନ୍ତି, ସେମାନଙ୍କର କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ ।  ଉଚ୍ଚ ରକ୍ତଚାପ ସମସ୍ୟାରେ ଡାର୍କ ଚକୋଲେଟ୍ ମଧ୍ୟ ସହାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ରକ୍ତଚାପ ମଧ୍ୟ ଭଲ ହୁଏ ।

  • ଥଣ୍ଡା ଏବଂ କାଶକୁ ରୋକିଥାଏ

ଭିଟାମିନ୍ ସି ଏବଂ ଫ୍ୟାଟି ଏସିଡ୍ ଡାର୍କ ଚକୋଲେଟରେ ପ୍ରଚୁର ପରିମାଣରେ ଥାଏ ।  ଯାହା ଥଣ୍ଡା ଏବଂ କାଶରୁ ମୁକ୍ତି ଦିଏ ।  ଚକୋଲେଟ୍ ଚର୍ମ ପାଇଁ ମଧ୍ୟ ଲାଭଦାୟକ ଅଟେ । ଏଥିରେ ଥିବା ଡାଏଟାରୀ ଫ୍ଲାଭାନୋଲ ଚର୍ମର ରକ୍ତ ସଞ୍ଚାଳନରେ ସାହାଯ୍ୟ କରେ ।

  • ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ

ସାଧାରଣତଃ ଡାଇବେଟିସ ରୋଗୀଙ୍କୁ ଚକଲେଟ୍ ଖାଇବାକୁ ମନା କରାଯାଏ । ହେଲେ କୋକ ଥିବା ଡାର୍କ ଚକଲେଟ୍ ଡାଇବେଟିସ ରୋଗୀଙ୍କ ପାଇଁ ଭଲ । 
ହେଲେ ଡାର୍କ ଚକଲେଟ୍ ଖାଇବା ସମୟରେ କିଛି ଜିନିଷ ଉପରେ ଧ୍ୟାନ ଦେବା ଦରକାର...

ଡାର୍କ ଚକଲେଟ୍ ରେ କୈଫିନ ମାତ୍ରା ଅଧିକ ଥିବାରୁ ଏହା ବାରମ୍ବାର ଖାଇବା ଦ୍ୱାରା ମୁଣ୍ଡବିନ୍ଧା, ମାଇଗ୍ରେନ୍ ମୁଣ୍ଡ ବୁଲାଇବା ଭଳି ସମସ୍ୟା ହୋଇପାରେ । 
ଅଧିକ ଡାର୍କ ଚକଲେଟ୍ ଖାଇଲେ ଚର୍ମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । 

ଚାଷୀ
ମହାନଦୀରେ ବନ୍ୟା ଜଳ କମିବା ପରେ ଚାଷୀଙ୍କ ଦୁର୍ଦ୍ଦଶା
ଅର୍ଗସ ବ୍ୟୁରୋ: ଚିନ୍ତାରେ ଚାଷୀ । ମହାନଦୀରେ ବନ୍ୟା ଜଳ କମିବା ପରେ ବି ଦୂର ହୋଇନି ବାଙ୍କୀ ଅଞ୍ଚଳ ଚାଷୀଙ୍କ ଦୁର୍ଦ୍ଦଶା । ଗତ ମାସରେ ମହାନଦୀରେ ଦ୍ବିତୀୟ ବନ୍ୟା ଜଳ ପ୍ରବାହି
ଓଡ଼ିଶା
ଓଡ଼ିଶାର ପ୍ରାକୃତିକ ସଂପଦକୁ ଓଡ଼ିଶାର ସାମର୍ଥ୍ୟ ବନାଇବୁ
ଅର୍ଗସ ବ୍ୟୁରୋ: ‘ସୁଭଦ୍ରା’ ବ୍ୟତୀତ ଏକାଧିକ ଲୋକହିତକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । Awaas Appର ଶୁଭାରମ୍ଭ କରିବା ସହ PMAY
ଅଭିନେତ୍ରୀଙ୍କୁ ଯୌନ
ଅଭିନେତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗ: ୩ ଆଇପିଏସ ଅଧିକାରୀ ନିଲମ୍ବିତ
ଅର୍ଗସ ବ୍ୟୁରୋ: ମୁମ୍ବାଇର ଜଣେ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଆନ୍ଧ୍ରପ୍ରଦେଶର ୩ଜଣ ଆଇପିଏସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଆଇପିଏସ ଅଧିକାରୀମାନେ ହେଉଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତ