ଓଡ଼ିଶାର ପ୍ରାକୃତିକ ସଂପଦକୁ ଓଡ଼ିଶାର ସାମର୍ଥ୍ୟ ବନାଇବୁ
by Argus News
Tue, Sep 17 | 9:43 p.m.

ଅର୍ଗସ ବ୍ୟୁରୋ: ‘ସୁଭଦ୍ରା’ ବ୍ୟତୀତ ଏକାଧିକ ଲୋକହିତକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । Awaas Appର ଶୁଭାରମ୍ଭ କରିବା ସହ PMAY ହିତାଧିକାରୀଙ୍କୁ ଗୃହ ଚାବି ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ । PMAY-Gରେ ୧୩ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିଛି । ଏଥିସହ PMAYର ୨୬ ଲକ୍ଷ ଲୋକଙ୍କ ଗୃହ ପ୍ରବେଶ ହୋଇଛି ।.. PMAY-Urban 2.O ଗାଇଡଲାଇନର ବି ଲଞ୍ଚ୍ କରିଛନ୍ତି ପିଏମ୍ ।ତାଛଡ଼ା ଏକାଧିକ ରେଲୱେ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି । ସ୍ବାସ୍ଥ୍ୟ, ସାମାଜିକ ଓ ଆର୍ଥିକ ସୁରକ୍ଷାର ଗ୍ୟାରେଣ୍ଟି ଦେବା ସହ ଗରିବଙ୍କ ଜୀବନର ପରିବର୍ତ୍ତନ ହିଁ ବିକଶିତ ଭାରତର ପ୍ରକୃତ ଶକ୍ତି ହେବ ବୋଲି ସୁଭଦ୍ରା ଶୁଭାରମ୍ଭ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ । 

ଏଥିସହ ପିଏମ୍ କହିଛନ୍ତି, ଓଡ଼ିଶାରେ ସବୁ ପ୍ରକାର ସଂପଦ ଭରପୁର ହୋଇ ରହିଛି ।... ବିଗତ ୧୦ ବର୍ଷରେ ଓଡ଼ିଶାକୁ ସର୍ବାଧିକ ଅନୁଦାନ ଦିଆଯାଇଛି । ୧୦ ବର୍ଷରେ ଯାହା ମିଳୁଥିଲା, ଏବେ ତା ଠାରୁ ଅଧିକ ମିଳୁଛି । ଓଡ଼ିଶାବାସୀ ଏବେ ଆୟୁଷ୍ମାନ ଭାରତ ସୁବିଧା ବି ପାଇବେ । ୭୦ ବର୍ଷରୁ ଅଧିକ ସମସ୍ତ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ସୁବିଧା ମିଳିବ ।.. ୫ ବର୍ଷରେ ଓଡ଼ିଶାରେ ରେଲ୍‌ ଓ ରୋଡ୍‌କୁ ନୂଆ ସୋପାନକୁ ନେବୁ । ପୁରୀ-କୋଣାର୍କକୁ ରେଳ ଚାଲିବା ଆଉ ବେଶୀ ଦୂର ନୁହେଁ । ବିଭିନ୍ନ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଯୁବକଙ୍କୁ ରୋଜଗାର ମିଳିବ । ଏକାଠି ମିଶି ଓଡ଼ିଶାକୁ ସୁନାର ଓଡ଼ିଶା ବନାଇବା, ଯାହାକୁ ସାରା ଦୁନିଆ ଦେଖିବ ବୋଲି ମୋଦି କହିଛନ୍ତି 

ଖୁବ୍ ଶୀଘ୍ର ଓଡ଼ିଶାକୁ ମିଳିବ ହାଇଟେକ୍-ନମୋ ଭାରତ୍ ରାପିଡ୍ ରେଳ । ଏଇ ଆଧୁନିକ ଭିତ୍ତିଭୂମି ଓଡ଼ିଶା ପାଇଁ ନୂଆ ସମ୍ଭାବନାର ରାସ୍ତା ଖୋଲିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
 

ଯୋଡ଼ା ଫ୍ଲାଏ
3m ago
ଯୋଡ଼ା ଫ୍ଲାଏ ଓଭରର ସ୍ଥାୟୀତ୍ବକୁ ନେଇ ବଡ଼ ପ୍ରଶ୍ନ
ଅର୍ଗସ ବ୍ୟୁରୋ: କେନ୍ଦୁଝର ଯୋଡ଼ା ସହରରେ ନିର୍ମିତ ଇଏ ରାଜ୍ୟର ଦୀର୍ଘତମ ଫ୍ଲାଏ ଓଭର। ସହରରେ ଭାରୀ ଯାନ ଚଳାଚଳ ଯୋଗୁଁ ହେଉଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଦୀର୍ଘ ୨.୯୮ କି.ମି. ଲମ୍ବ
ଭାରତ ଏବଂ ବାଂଲାଦେଶ
23m ago
ଭାରତ ଏବଂ ବାଂଲାଦେଶ ଟେଷ୍ଟ: ମାଷ୍ଟରପ୍ଲାନ ବିଷୟରେ କହିଲେ ରୋହିତ
ଅର୍ଗସ ବ୍ୟୁରୋ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ଟିକିଆ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ସିରିଜ୍ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଉଭୟ ଦଳ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଏହ
ବଦଳିବ ମୁଖ୍ୟମନ୍ତ୍ରୀ
43m ago
ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଠିକଣା
ଅର୍ଗସ ବ୍ୟୁରୋ: ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନର ଠିକଣା । ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବ