କୁସୁମା ନଥିଲା ଜନହିତରେ, ପିଲାଙ୍କ ପାର୍କ ଭାଙ୍ଗି ନିର୍ମାଣ ହେଲା ସୌଧ
by Argus News
Fri, Jul 05 | 7:36 p.m.

ଯାଜପୁର: ଯାଜପୁରର କୁସୁମା ପୋଖରୀ। ଯାହାକୁ ନେଇ ଏବେ ସୃଷ୍ଟି ହୋଇଛି ବଡ଼ ବିବାଦ। ଅଭିଯୋଗ ଅନୁସାରେ ଏଠି ଲାଗୁଥିଲା ପୂର୍ବତନ ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଦରବାର। ରାତିରେ ହେଉଥିଲା ଅନ୍ଧାରି ବିଜେ। ଯାଜପୁରରେ ଦ୍ବିତୀୟ କୁସୁମା ବିବାଦ ଭିତରେ ଆଉ ଏକ କୁସୁମାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କଣ୍ଟିଗଡ଼ିଆ ବଡ଼ ପୋଖରୀର ବିକାଶ ପାଇଁ ମଞ୍ଜୁର 10 କୋଟି ଟଙ୍କା କୁଆଡ଼େ ଗଲା ବୋଲି ଉଠିଛି ପ୍ରଶ୍ନ। ଏପଟେ ପ୍ରଣବ ପ୍ରକାଶଙ୍କ ଭୁବନେଶ୍ବର କ୍ବାର୍ଟସରେ ବେଆଇନ ନିର୍ମାଣକୁ ନେଇ ଥାନାରେ ଏତଲା ଆହୁରି ବଢ଼ାଇ ଦେଇଛି ବବିଙ୍କ ସମସ୍ୟା। ଯାଜପୁର କୁସୁମା କେଳେଙ୍କାରୀରୁ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । 9 ଆଲିସାନ୍ ବଙ୍ଗଳା ପରେ ସାମ୍ନାକୁ ଆସିଲା ବବିଙ୍କ ଦରବାର। କୁସୁମା ପୋଖରୀରୁ ଲାଗି ନିର୍ମାଣ ହୋଇଥିବା ଏଇ ସ୍ଥାନରେ ବସୁଥିଲା ଦରବାର.
ବବିଙ୍କ ଦରବାର ସହିତ ରାତିରେ ହେଉଥିଲା ଅନ୍ଧାରି ବିଜେ। ଏଇ ଆଲିସାନ୍ ବଙ୍ଗଲାକୁ କିଏ ଆସୁଥିଲା, କଣ କରୁଥିଲା, କିଏ ବୁକିଂ କରୁଥିଲା, ଚାବି କାହା ପାଖରେ ସବୁ ଅସ୍ପଷ୍ଟ । ଏପଟେ ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ପୁରା ପ୍ରସଙ୍ଗରେ ସଫେଇ ରଖିଛନ୍ତି। ତାଙ୍କ ସଫେଇ ବି ସୃଷ୍ଟି କରିଛି ପ୍ରଶ୍ନ।   

ଭୁବନେଶ୍ବର ସରକାରୀ ବାବସଭବନକୁ ନେଇ ବଢିଲା ବବିଙ୍କ ଅଡୁଆ। ବେଆଇନ ନିର୍ମାଣ ନେଇ କ୍ୟାପିଟାଲ୍ ଥାନାରେ ଏତଲା ଦାୟର ହୋଇଛି । ସେଠି କଣ ଚାଲିଥିଲା ତାର ତଦନ୍ତ ପାଇଁ ଆବେଦନ ହୋଇଛି । ବବିଙ୍କ ସରକାରୀ ବାସଭବନ ଭିତରେ ଅଣ୍ଡରଗ୍ରାଉଣ୍ଡ ଘର, ସୁଇମିଂପୁଲ୍, କାଠର କଟେଜ୍ ଚିତ୍ର ଆସିଥିଲା ସାମ୍ନାକୁ। ସେପଟେ ଯାଜପୁର ଜିଲ୍ଲାରେ ଦ୍ବିତୀୟ କୁସୁମାକୁ ନେଇ ଚର୍ଚ୍ଚା। ଧର୍ମଶାଳା ବ୍ଲକ ଅନ୍ତର୍ଗତ କଣ୍ଟିଗଡ଼ିଆ ପଞ୍ଚାୟତରେ ବଡ଼ ପୋଖରୀକୁ  ଦ୍ଵିତୀୟ କୁସୁମା କରିବାକୁ ରାଜ୍ୟ ସରକାର ୧୦କୋଟି ଟଙ୍କା ପର୍ଯ୍ୟଟନ ବିଭାଗକୁ ମଞ୍ଜୁର କରିଥିଲେ। ହେଲେ ଏହା କେଉଁ ବାଟରେ ଖର୍ଚ୍ଚ ହୋଇଛି ତାହାର ହିସାବ କାହା ପାଖରେ ନାହିଁ I 
 ଏବେ ବଡ଼ ପ୍ରଶ୍ନ କାହିଁକି ଚୁପ୍ ଜିଲ୍ଲା ପ୍ରଶାସନ, କାହିଁକି ହେଉନାହିଁ ଆକସନ୍, କାହିଁକି ବବି ଓ ଜିତୁଙ୍କ ବିରୋଧରେ ବିଜେଡି କରୁନାହିଁ କାର୍ଯ୍ୟାନୁଷ୍ଠାନ । 

ଅଧିକ ପଢନ୍ତୁ ଓଡିଶା ଖବର 

ଆକ୍ସନ୍
13m ago
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ
ଗାଜା
18m ago
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତ
ସୁଭଦ୍ରା ଯୋଜନା
20m ago
ଖୁବଶୀଘ୍ର ଆକାଉଣ୍ଟ ଚେକ୍ ପାଇଁ ୧ ଟଙ୍କା ପଠାଇବେ ସରକାର
ଅର୍ଗସ ବ୍ୟୁରୋ: ବାରିପଦାରେ ଅକ୍ଟୋବର ୯ ତାରିଖରେ ଦିଆଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ସୁଭଦ୍ରା କ୍ଷେତ୍ରରୁ ଦଶହରା ଭେଟି ଭାବେ ସୁଭଦ୍ରା ଅର୍