ପାଣିପିଇ ବାଜିରେ ଲାଗୁଛି ଜୀବନ
by Argus News
Fri, Jun 21 | 7:15 p.m.

ଅନୁଗୋଳ:  ସ୍ଵାଧୀନତାର ଦୀର୍ଘ ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାରେ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟୁସର ଗ୍ରାମ ପଂଚାୟତ ଆଦିବାସୀ ବହୁଳ ବିଜାମଳିହା ଗ୍ରାମବାସୀ । ଆଠମଲ୍ଲିକ ଠାରୁ ପ୍ରାୟ ୪୫ କିଲୋମିଟର ଦୂର ବଣ ଜଙ୍ଗଲ ଘେରା ଗ୍ରାମ ହେଉଛି ବିଜାମଳିହା । ଗ୍ରାମରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ଅନେକ ଅସୁବିଧାରେ ଦିନ କାଟୁଛନ୍ତି ଗ୍ରାମବାସୀ ।

୨୪ ବର୍ଷର ସ୍ଥିର ବିଜେଡି ଶାସନରେ ଗ୍ରାମକୁ ବିଶୁଦ୍ଧ ପାନୀୟଜଳ ଟୋପେ ମଧ୍ୟ ପାଇପାରିଲେ ନାହିଁ ଗ୍ରାମବାସୀ । ଫଳରେ ଅନେକ ଅସୁବିଧାରେ କାଳାତିପାତ କରୁଥିବା ବେଳେ ଏନେଇ  ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ଯାହାକୁ ଗୁହାରି କଲେ ମଧ୍ୟ କେହିହେଲେ କର୍ଣ୍ଣପାତ କରୁନାହାନ୍ତି । 

ଗ୍ରାମରେ ପାନୀୟ ଜଳ ସାଜିଛି ପ୍ରମୁଖ ସମସ୍ୟା । ଗ୍ରାମରେ ଗୋଟିଏ ନଳକୂପ ରହିଥିବାବେଳେ ସେଥିରୁ ଫ୍ଲୋରଡ଼ ଯୁକ୍ତ ପାଣି ବାହାରୁଥିବାରୁ ବ୍ୟବହାର ଯୋଗୀ ହୋଇପାରୁନାହିଁ । ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅ ହିଁ ପାଲଟିଛି ଜୀବନ ବଂଚେଇବାର ମାଧ୍ୟମ । ଅନେକ ସମୟରେ କୂଅରୁ ବିଶୁଦ୍ଧ ପାନୀୟ ଜଳ ପିଇ ଲୋକଙ୍କ ଦେହ ଖରାପ ହେଉଥିବାବେଳେ ଅନ୍ୟ କୌଣସି ବ୍ୟବସ୍ଥା ନଥିବା କାରଣରୁ କୂଅରୁ ଦୂଷିତ ପାଣି ପିଇ ନିଜ ଜୀବନକୁ ମରଣ ମୁହଁକୁ ଠେଲିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ବର୍ତ୍ତମାନ ନୂତନ ସରକାର ତାଙ୍କ ସମସ୍ୟା ସମାଧାନ କରିପାରିବେ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ।

ତେବେ ଦେଖିବାକୁ ବାକି ରହିଲା ବିଜାମଳିହା ଗ୍ରାମର ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗେଇ ଦେବାରେ ସରକାର କେବେ ସଫଳ ହେଉଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା