ସାଆନ୍ତଙ୍କ ଦର୍ଶନ ପାଇଁ ରାତି ପାହୁ ପାହୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼
by Argus News
Tue, Jul 16 | 8:27 a.m.

ଅର୍ଗସ ବ୍ୟୁରୋ: ଶରଧାବାଲିରୁ ସିଂହଦ୍ବାର । ରାତି ପାହୁପାହୁ ଲକ୍ଷଲକ୍ଷ ଭକ୍ତଙ୍କ ଭିଡ଼ । ଘଣ୍ଟଘଣ୍ଟା, ଶଙ୍ଖ ଧ୍ବନିରେ ଫାଟି ପଡ଼ୁଥିଲା ବଡ଼ଦାଣ୍ଡ । ତାରି ଭିତରେ ନାକଚଣା ଦ୍ବାରରେ ତିନି ଠାକୁରଙ୍କ ଅପେକ୍ଷାରେ ଥିଲା ତିନି ରଥ ଆଡ଼ପ ମଣ୍ଡପରୁ ନୀତିକାନ୍ତି ବଢ଼ାଇ ବାହୁଡ଼ିବାକୁ ପ୍ରସ୍ତୁତ ହେଉଥିଲେ କଳାମୁକୁନ୍ଦ ।  ଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତୀ, ମଇଲମ, ରୋଷହୋମ, ତଡପ ଲାଗି, ଅବକାଶ ପୂଜା, ସୂର୍ଯ୍ୟପୂଜା ସମ୍ପନ୍ନ ହେବା ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଖାଇ ମଙ୍ଗଳାର୍ପଣ ଓ ଡୋର ଲାଗି ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେପରେ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଟାହିଆ ହଲାଇ ହଲିଝୁଲି ନନ୍ଦିଘୋଷ ରଥକୁ ଆସିଥିଲେ ଜଗତ ଠାକୁର ଜଗନ୍ନାଥ । 

ଅନ୍ୟ ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଆରମ୍ଭ ହୋଇଥିଲା ଛେରା ପହଁରା । ଏହା ପରେ ପହଞ୍ଚି ଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ । ଅପରାହ୍ନର ଯୁବାବସ୍ଥା ବେଳେ ପ୍ରଥମେ ଘର୍ଘର ନାଦରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା କ୍ଷଣି ଭକ୍ତିରେ ଉଛୁଳି ଉଠିଥିଲା ପରିବେଶ। 

ତାଳଧ୍ବଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କାଳିଆ ଠାକୁରଙ୍କ ରଥକୁ ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ । କିଛି ସମୟ ପାଇଁ ରଥ ଅଟକିଥିଲା ମାଉସୀ ମାଆଙ୍କ ମନ୍ଦିର ଆଗରେ । ପୋଡ଼ପିଠା ଖାଇ ପୁଣି ସିଂହଦ୍ବାର ଅଭିମୁଖେ ବାହାରିଥିଲେ ତିନି ଠାକୁର । ଏହା ପରେ ଶ୍ରୀନଅର ସମ୍ମୁଖରେ ସମ୍ପନ୍ନ ହୋଇଥିଲା ଲକ୍ଷ୍ମୀ ନାରାୟଣ ଭେଟ। 

କେବଳ ଶ୍ରୀକ୍ଷେତ୍ର ନୁହଁ। ଉପାନ୍ତରେ ବି ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଛି । ରାୟଗଡ଼ା କୁହନ୍ତୁ କି କୋରାପୁଟ, ମାଲକାନଗିରି ହେଉ କି କଳାହାଣ୍ଡି। ସେଠି ବି ବାହୁଡ଼ିଛନ୍ତି ମହାବାହୁ । ସମସ୍ତ ନୀତିକାନ୍ତି  ନିର୍ଦ୍ଧାରିତ ସମୟରେ ଶେଷ ହୋଇ ରଥଟଣା ହୋଇଛି। ୯ ଦିନର ଲୀଳାଖେଳା ସାରି ରତ୍ନବେଦୀକୁ ଆସିଛନ୍ତି ୩ ଠାକୁର ।
ବୁଧବାର ରଥ ଉପରେ ଜଗତ ଜନଙ୍କୁ ଏଇ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର । ତା ପରଦିନ ଅଧରପଣା, ଗୁରୁବାର ହେବ ନୀଳାଦ୍ରି ବିଜେ। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

ହରିୟାଣା ନିର୍ବାଚନ
18m ago
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ
ଏନ୍‌କାଉଣ୍ଟର
27m ago
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ
ଅର୍ଗସ ବ୍ୟୁରୋ : ଯେଉଁଠି ଦିନେ ଦବଦବା ଜାହିର କରୁଥିଲେ ଲାଲ୍‌ ବାହିନୀ, ଏବେ ସେଠି ଥରହର ସ୍ଥିତି । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଘନ ଘନ କମ୍ବିଂ । ଏନକାଉଣ୍ଟର ବେଳେ କେତେବେଳ
ପିଏମ୍‌ କିଷାନ ଯୋଜନା
57m ago
ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର ୧୮ ତମ କିସ୍ତି
ଅର୍ଗସ ବ୍ୟୁରୋ : ବଦଳିଛି ସରକାର, ବଦଳିଛି ଯୁଗ | ଏବେ ଚାଲିଛି ଡବଲ ଇଞ୍ଜିନ ସରକାରର ଶାସନ, ଅନ୍ତ ହୋଇଛି ଚାଷୀ ଶୋଷଣ | ଆଜି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାସୀମରୁ 9.4 କୋଟ