ନିମ୍ନମାନର କାମ ଯୋଗୁଁ ପାଣିରେ ଭାସିଗଲା ଲକ୍ଷ ଲକ୍ଷ ଟଙ୍କା
by Argus News
Thu, Oct 03 | 4:26 p.m.

ରାୟଗଡ଼ା: ୩ ମାସ ଗଲାନାହିଁ ୪୦ ଲକ୍ଷ ଟଙ୍କାର ଚେକ୍ ଡ୍ୟାମ୍‌  । ନିମ୍ନମାନର କାମ ଯୋଗୁଁ ପାଣିରେ ଭାସିଗଲା ଲକ୍ଷ ଲକ୍ଷ ଟଙ୍କା । ଏକର ଏକର ଚାଷ ଜମିକୁ ପାଣି ମାଡ଼ିବା ସ୍ବପ୍ନ ହେଲା ଚୁରମାର୍ ।  ୪୦ରୁ ୫୦ ଏକର ଚାଷ ଜମିକୁ ପାଣି ମଡ଼ାଇବା ଲକ୍ଷ୍ୟରେ ନିର୍ମାଣ ହୋଇଥିଲା ଡ୍ୟାମ ।  ରାୟଗଡ଼ା ଜିଲ୍ଲା ବିଷମକଟକ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ବାରା ସାହାଡା ପଞ୍ଚାୟତ ମେରଡି ଝୋଲା ଗାଁ ନିକଟର ଚେକଡ୍ୟାମ୍‌ର ଏ ଦୃଶ୍ୟ । ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏ ଡ୍ୟାମ୍ । ଉପରକୁ ଏହା ଚକାଚକ୍ ହେଲେ ଭିତରେ ଫମ୍ପା । ଫଳରେ କାମ ସରିବାର ୩ ମାସ ଗଲା ନାହିଁ । ୪୦ରୁ ୫୦ ଏକର ଚାଷ ଜମିକୁ ପାଣି ମଡ଼ାଇବା ଲକ୍ଷ୍ୟରେ ଏ ଡ୍ୟାମ ନିର୍ମାଣ ହୋଇଥିଲା । ହେଲେ ସବୁ କିଛି ଭାଙ୍ଗି ଚୁରମାର୍ ହୋଇଯାଇଛି । ଅଞ୍ଚଳବାସୀଙ୍କ ଅଭିଯୋଗ,  କଂକ୍ରିଟ ବଦଳରେ ବଡ଼ ବଡ଼ ପଥର ଓ ଡଷ୍ଟ ଗୁଣ୍ଡ ଜେଇଙ୍କ ଉପସ୍ଥିତିରେ ଠିକାଦାର ବ୍ୟବହାର କରିଛନ୍ତି । ଫଳରେ ଚେକଡ୍ୟାମ୍‌ର ଏ ଅବସ୍ଥା । 

ଚେକଡ୍ୟାମ୍‌ ଭାଙ୍ଗିବା ଘଟଣାକୁ ନେଇ ସୂଚନା ଅଧିକାରରେ ମଧ୍ୟ ଖୁଲାସା ହୋଇଛି । ସୂଚନା ଅଧିକାର ତଥ୍ୟରେ ସ୍ପଷ୍ଟ ହୋଇଛି ଯେ- ଫାଇନାଲ ବିଲ୍ ନ ହେବା ପୂର୍ବରୁ ଠିକାଦାର ଟେଣ୍ଡର ସମୟରେ ଦେଇଥିବା ୧୫ ପ୍ରତିଶତ ଲେସ୍ ଆମାଉଣ୍ଟ ମଧ୍ୟ ତାଙ୍କୁ ବିଭାଗ ପକ୍ଷରୁ ଦିଆଯାଇଛି । ଚେକଡ୍ୟାମର ଛାତରୁ ସେଣ୍ଟ୍ରିନ୍  ଖସିନି କି, ମୁଖ୍ୟଗେଟ୍‌ରେ କବାଟ ମଧ୍ୟ ଲାଗିନି । କିନ୍ତୁ ଠିକାଦାରଙ୍କୁ ଦିଆଯାଇଛି ଲକ୍ଷ ଲକ୍ଷ ଟଙ୍କାର ବିଲ୍ ସହ ଟେଣ୍ଡର ସମୟରେ ଦେଇଥିବା ପନ୍ଦର ପର୍ସେଣ୍ଟ ଲେସ୍‌ ଆମାଉଣ୍ଟ । ଯେଉଁ ଟଙ୍କା ଫାଇନାଲ ବିଲ୍ ପରେ ଦିଆଯିବା ନିୟମ ରହିଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ଠିକାଦାରଙ୍କୁ ଦଶହରା ଭେଟି ଦେଉଛନ୍ତି ବିଭାଗୀୟ ଅଧିକାରୀ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ହୋଇଛି ଦାବି । 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

କାଳୀପୂଜା
27m ago
କାଳୀପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ
ଅର୍ଗସ ବ୍ୟୁରୋ: କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେ
ଡେପ୍‌ସାଙ୍ଗ
27m ago
ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ
ଅର୍ଗସ ବ୍ୟୁରୋ: ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ । LAC ବୁଝାମଣା ଅନୁସାରେ ଶେଷ ହୋଇଥିଲା ସେନା ପ୍ରତ୍ୟାହାର । ଡେପସାଙ୍ଗ ଓ ଡେମଚୋକରେ 4
DIWALI 2024
34m ago
ଦୀପାବଳି; ରଙ୍ଗୀନ ଆଲୋକରେ ଝଲସୁଛି ପୁରା ଦେଶ
ଅର୍ଗସ ବ୍ୟୁରୋ: ଦେଶରେ ଦୀପାବଳି ଧୁମ୍ । ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ଦୀପାବଳି । ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ରଙ୍ଗ ବେରଙ୍ଗର ଆଲୋକମାଳା । ନୂଆଦିଲ୍ଲୀ ରାଷ୍ଟ୍ରପତ