`ଲକ୍ଷ୍ମୀ' ବସ୍‌ଷ୍ଟାଣ୍ଡ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖାଇଗଲେ
by Argus News
Mon, Sep 16 | 3:11 p.m.

ଅର୍ଗସ ବ୍ୟୁରୋ:  ଭୋଟ୍ ପାଇଁ ତତ୍କାଳୀନ ବିଜେଡି ସରକାର ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ୍ ଯୋଜନା । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ବି ହୋଇଥିଲା । ହେଲେ ଏଥିରେ କେତେ ଦୁର୍ନୀତି ହୋଇଥିଲା ତାହା ଏବେ ସାମ୍ନା ଆସିବାରେ ଲାଗିଛି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ୩୪ଟି ପଞ୍ଚାୟତ ଥିବା ବେଳେ, ସବୁ ପଞ୍ଚାୟତକୁ ସଂଯୋଗ କରିବାକୁ ୩ଟି ବସ୍ ଚଳାଚଳ ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ ହୋଇଥିଲା । କିଛି ପଞ୍ଚାୟତକୁ ବସ୍ ଚାଲୁଥିବା ବେଳେ, ଏବେ ବି ଅନେକ ପଞ୍ଚାୟତକୁ ବସ୍ ଗଡ଼ି ନାହିଁ । ବ୍ଲକରେ ୫୮ଟି ବସଷ୍ଟାଣ୍ଡ ନିର୍ମାଣ ହେବାକୁ ଥିବା ବେଳେ ସନ୍ତରାବନ୍ଧ, ତେଣ୍ଟୁଲୋଇ ଓ ଗଡମଣ୍ଡଳରେ ପୁରୁଣା ବସଷ୍ଟାଣ୍ଡରେ ରଙ୍ଗ ଓ ବୋର୍ଡ ଲଗାଇ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।

ବାହାଳସାହି, କଣଲୋଇ, ଉଗୀ ଓ ତୁକୁଡାରେ ବସ୍‌ଷ୍ଟାଣ୍ଡ ନିର୍ମାଣକୁ ୬ ମାସ ନ ପୁରୁଣୁ ଏଠି ଟାଇଲସ୍ ଛାଡିଗଲାଣି । ଆଜି ବି କେନ୍ଦୁପଶି ,  ବଡବେରଣା, ବରପଦା ହାଟ, ବାଗଡିଆ ଓ ନୂଆଗାଁ ବସ୍‌ଷ୍ଟାଣ୍ଡ ଅଧପନ୍ତରିଆ ହୋଇ ରହିଛି । ସେହିପରି ଉଗୀ ଗାଁରେ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇଛି ସତ ହେଲେ ଗାଁକୁ ଗୋଟିଏ ଦିନ ବି ବସ୍‌ ଯାଇନାହିଁ । ବିଜେଡି ସରକାରରେ ଯନ୍ତ୍ରୀ, ନେତା, ଠିକାଦାର ମିଳିମିଶି ଟଙ୍କା ଆତ୍ମସାତ୍‌ କରିଥିବା ଲୋକେ ଅଭିଯୋଗ କରିଛନ୍ତି ।  ୫ ଲକ୍ଷ ୨୦ ହଜାରରେ ଗୋଟିଏ କାନ୍ଥକୁ ଫାଳିଏ ଛାତରେ ବସଷ୍ଟାଣ୍ଡ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟରେ ସରକାର ବଦଳିଛି, ଏ ନୂଆ ବିଜେପି ସରକାର ଏ ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ହୋଇଛି ଦାବି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ପଞ୍ଚାୟତ ସମିତି
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6