ବଡ଼ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ ଗିରଫ 
by Argus News
Wed, Jul 24 | 11:03 a.m.

ସମ୍ବଲପୁର:  ବଡ଼ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ ଗିରଫ । ଡକାୟତି ଯୋଜନା କରୁଥିବାବେଳେ ମୁଣ୍ଡୋଘାଟ ନିକଟରେ 10 ଡକାୟତଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ୍ । ବୁର୍ଲା ବାବୁବନ୍ଧ ରାଇସ୍ ମିଲ୍ ଡକାୟତି ଘଟଣାର ଅଭିଯୁକ୍ତ ଏମାନେ । ସେମାନଙ୍କ ନିକଟରୁ ୪୮୦ ଗ୍ରାମ ସୁନା, 165 ଗ୍ରାମ ରୂପା ଅଳଙ୍କାର, ୫ ଲକ୍ଷ ୧୨ ହଜାର ଟଙ୍କା, ୧୧ ମୋବାଇଲ , ୫ ବାଇକ ଜବତ, ୨ ବୋଲେରୋ ଓ ଗୋଟିଏ ଟ୍ରାକ୍ଟର ଜବତ ହୋଇଛି ।

ଗତ 16 ତାରିଖରେ ରାଇସ୍ ମିଲରେ ଡକାୟତି କରିଥିଲେ 14 ଜଣ ଡକାୟତ । ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଏହି ଡକାୟତ ଗ୍ୟାଙ୍ଗଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଥିଲା ପୋଲିସ୍ । ପୂର୍ବରୁ ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ବି ଏହି ଡକାୟତ ଗ୍ୟାଙ୍ଗ ଅପରାଧିକ କାଣ୍ଡ ଘଟାଇଥିବା ସମ୍ବଲପୁର ଏସପି ମୁକେଶ ଭାମୁ ପ୍ରେସମିଟରେ ସୂଚନା ଦେଇଛନ୍ତି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା