୫ ଲକ୍ଷ ଲୁଟି ନେଲେ ଲୁଟେରା 
by Argus News
Wed, Jun 05 | 6:25 p.m.

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହରରେ ଦିନ ଦ୍ବିପହରରେ ଲୁଟ । 5 ଲକ୍ଷ ଲୁଟ ହୋଇଥିବା ନେଇ ଡୁଙ୍ଗୁରିପାଲି ଥାନା ରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରୁ ଡୁଙ୍ଗୁରିପାଲି ଶାଖା ପରିଚାଳକ ଶାଶ୍ବତ କୁମାର ପାଣିଗ୍ରାହୀ 5 ଲକ୍ଷ ଟଙ୍କାର ଏକ ଚେକ ଡୁଙ୍ଗୁରିପାଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖାରୁ ଟଙ୍କା ଆଣିବାକୁ ନିର୍ଦେଶ ଦେଇଥିଲେ ।

ଚେକ ନେଇ ଗୋପାଳ ସାହୁ ଏବଂ ସିକୁରିଟିଗାଡ  ତପନ କର୍ଣ୍ଣ ବାଇକ ଯୋଗେ ବ୍ୟାଙ୍କ୍ କୁ ଯାଇ ଏକ ବ୍ୟାଗରେ ଟଙ୍କା ଧରି ଫେରୁଥିବାବେଳେ ବିଡିସିସି ବ୍ୟାଙ୍କ ପାଖରେ ପଛ ପଟରୁ ଏକ କଳା ରଙ୍ଗର ବାଇକରେ ତିନି ଜଣ ଯୁବକ ଆସି ବାଇକକୁ ଗୋଇଠା ମାରିଥିଲେ । ଫଳରେ ବାଇକ୍ ଭାର ସାମ୍ୟ ହରାଇ ଥିବାବେଳେ ସେମାନେ ବାଇକ୍ ସାମନା କୁ ଆସି ପିସ୍ତଲ ଦେଖାଇ  ଟଙ୍କା ବ୍ୟାଗ ଦେବାକୁ କହିଥିଲେ । ଟଙ୍କା ନଦେଲେ ଗୁଳି ମାରିବାକୁ ଧମକ ଦେଇଥିଲେ । ଭୟରେ ସେମାନେ ଟଙ୍କା ବ୍ୟାଗ୍ ଦେଇ ଦେଇଥିଲେ । ଟଙ୍କା ବ୍ୟାଗ୍ ଧରି ସେମାନେ ସହର ମଧ୍ୟ ଦେଇ ଫେରାର ମାରିଥିଲେ । ଏନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ପରେ ସହରର ବିଭିନ୍ନ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ ।

ଅଧିକ ପଢନ୍ତୁ ଓଡିଶା ଖବର 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା