ମାଲକାନଗିରିରେ ବେହାଲ୍ କଲା ଲଘୁଚାପ ବର୍ଷା
by Argus News
Mon, Jul 22 | 6:22 p.m.

ଅର୍ଗସ ବ୍ୟୁରୋ:  ଲଗାଣ ବର୍ଷା ଦେଇଗଲା ଦୁଃଖ। ବଙ୍ଗୋପସାଗରରେ ଅବପାତ ଦୁର୍ବଳ ହେବା ପରେ ବର୍ଷାର ପରିମାଣ କମିଛି । ମାତ୍ର କମିନି ଦୁର୍ଦ୍ଦଶା। ଦୁଇ ଦିନର ଲଗାଣ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରି ଜିଲ୍ଲା । ପ୍ରବଳ ବର୍ଷାରେ ଜିଲ୍ଲାର ୧୧୧ ପଞ୍ଚାୟତର ୧ ହଜାର ୪୫ ଗାଁ ପ୍ରଭାବିତ ହୋଇଛି । କୋରୁକୋଣ୍ଡା ବ୍ଲକ ବାୟାପଡା ଘାଟିରେ ପୁନର୍ବାର ଭୁସ୍ଫଳନ ଘଟି 18 ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ବଣ୍ଡା ଘାଟିର ମାଙ୍କଡ଼ ଝଲା  ପାହାଡରୁ ପ୍ରବଳ ବର୍ଷା ପାଣି ପ୍ରବାହିତ ହୋଇ ଭୁସ୍କଳନ ହେବା ଫଳରେ ରାସ୍ତାର ଦୁଇ ପାର୍ଶ୍ବର ମାଟି ଖସି ଏବେ ବିପଦ ସଂକୁଳ ଅବସ୍ଥାରେ ଅଛି । ଫଳରେ ଗାଡ଼ି ମଟର ଯାତାୟାତ ପାଇଁ ଭୟ କରୁଛନ୍ତି । ସେହିପରି ଲଗାଣ ବର୍ଷା ପାଣିରେ ଖଇରପୁଟ ବ୍ଲକ ର ସିନ୍ଧିଗୁଡା ଗାଁ ନିକଟ ପୋଲ ଭାସି ଯାଇଛି ଗୁମ୍ମାଝରଣ ରାସ୍ତାରେ ଥିବା କୋଲଭର୍ଟ ଭୁଶୁଡି ପଡିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗଜିଅଗୁଡାବାସୀ ଏବେବି ଜଳବନ୍ଦୀ ହୋଇ ରହିଛନ୍ତି ।  ଖଇରପୁଟ ସଦରମହାକୁର କେତେକ ସ୍ଥାନରେ  ଘରେ ଘରେ ପାଣି ପଶିଥିବାର ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଗଛ ପଡି ଘର ଦ୍ବାର ଭାଙ୍ଗି ମାଟିରେ ମିଶି ଯାଇଛି ।

ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ମାଲକାନଗିରିର ପ୍ରତି ବ୍ଲକରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ମୋଟୁ ପ୍ରତି  ବିପଦ ଥିବାରୁ ବର୍ତ୍ତମାନ ସୁଦ୍ଧା 121 ପରିବାର କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସମସ୍ତଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ମାଲକାନଗିରି ଜିଲ୍ଲାର ଅଧିକାଂଶ ତଳୁଆ ପୋଲରୁ ବନ୍ୟା ଜଳ ଖସିଛି ସତ ମାତ୍ର ଅଧିକାଂଶ ସ୍ଥାନରେ ଯୋଗାଯୋଗ ଏବେବି ବିଛିନ୍ନ ରହିଛି। ବର୍ଷାରେ ଖଇରପୁଟ ର 15 ଟି ଗାଁ , ଗୋବିନ୍ଦାପଲ୍ଲୀ ର 10 ଗାଁ ର 1500 ଲୋକ, କୁସୁମପୁଟ ର 4 ଗାଁ ର 650 ଲୋକ, ମାଡ଼କାପଦର ଗୋଟିଏ ଗାଁ ର 220 ଲୋକ, କୁଡୁମୁଲୁଗୁମ୍ମା ର 5 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ସେଇଭଳି ମାଥିଲି ବ୍ଲକ ର 11 ଟି ପଂଚାୟତ ଓ ଗୋଟିଏ nac ଓ ମୁନିସିପାଳିଟି ର 31 ଟି ୱାର୍ଡ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରାୟ 121 ଲୋକଙ୍କୁ ସ୍ଥାନାନ୍ତରିତ କରି 3 ଟି ରିଲିଫ କ୍ୟାମ୍ପ ଖୋଲାଯାଇଛି ।

ଗୋଦାବରୀ ନଦୀର ଭଦ୍ରାଞ୍ଚଳମ ଠାରେ ଏକ ନମ୍ବର ବିପଦ ସଙ୍କେତ 43 ଫୁଟ ପାର ହୋଇଥିବା ବେଳେ ଏବେ ଏହା ଅତିକ୍ରମ କରି ଦୁଇ ନମ୍ବର ବିପଦ ସଙ୍କେତ ଆଡକୁ ଅଗ୍ରସର ହେଉଛି । ତଳମୁଣ୍ଡରେ ଜଳସ୍ତର ବଢ଼ିବାର ଆଶଙ୍କା ରହିଥିବାବେଳେ ଉଜୁଡ଼ା ପରିବା କ୍ଷେତକୁ ଦେଖି ଚିନ୍ତାରେ ଚାଷୀ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା