ବିଜେଡି ପାଣ୍ଠି ଯୋଗାଡର ମାଧ୍ୟମ ଥିଲା ଲୋୟର ସୁକତେଲ 
by Argus News
Sat, Jul 27 | 8:24 p.m.

ଅର୍ଗସ ବ୍ୟୁରୋ: କାମ ନ ସାରି ତରବିରିଆ ଭାବେ ନିର୍ବାଚନ ପୂର୍ବରୁ  ଲୋୟର ସୁକତେଲର ଶୁଭ ଉଦଘାଟନ କରିଥିଲେ ନବୀନ ପଟ୍ଟନାୟକ । ଏବେ ଲୋୟର ସୁକତେଲ ବଡ ଦୁର୍ନୀତିର ପ୍ରମାଣ ପାଇଛି ଭିଜିଲାନସ । ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭିଜିଲାନସ ଜାଲରେ ପଡିବା ପରେ ଫିଟୁଛି ଦୁର୍ନୀତିର ଗୁମର । କୁବେର ବାବୁଙ୍କ  ପୁରୀରୁ ମଥୁରା ଯାଏ ଲମ୍ବିଥିବା ଅଚଳାଚଳ ସଂପତ୍ତି ପଛରେ  ବଡ ଦୁର୍ନୀତିର ଗନ୍ଧ ବାରୁଛି ଭିଜିଲାନସ । ଯନ୍ତ୍ରୀଙ୍କ ପାଖରେ ଯଦି 14 କୋଟିର ଅଧିକ ତେବେ ବାବୁଙ୍କ ବସ୍ ଙ୍କ ପାଖରେ କେତେ ।  ଲୋୟର ସୁକତେଲ ହିଁ ବିଜେଡି ପାଣ୍ଠି ଯୋଗାଡର ମାଧ୍ୟମ ଥିଲା ବୋଲି ଆସିଛି ସଂଙ୍ଗୀନ ଅଭିଯୋଗ ।  

ଲୋୟର ସୁକତେଲ ପ୍ରକଳ୍ପରେ କେନାଲ ଯୋଗେ ପାଣି ଯିବା ଯୋଜନା କରାଯାଇଥିଲେ କମ ଖର୍ଚ୍ଚ ହୋଇଥାନ୍ତା । ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଆକଳନ କେନାଲ କରିଥିଲେ 400 କୋଟି ଖର୍ଚ୍ଚ ହୋଇଥାନ୍ତା । ହେଲେ କେନାଲ ବଦଳରେ  ପାଇପ୍ ଲାଇନ କରି 2577 କୋଟି ଖର୍ଚ୍ଚ କଲେ ସରକାର । କେନାଲ ପାଇଁ ବ୍ରିଜ ନିର୍ମାଣ ହୋଇଥିଲା । ହେଲେ କେନାଲ ନ କରି କାହା ସ୍ବାର୍ଥରେ ପାଇପ ଲାଇନ କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଯନ୍ତ୍ରୀ । ଲୁଟ ପାଇଁ ଏ ଯୋଜନା ବୋଲି ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟଯନ୍ତ୍ରୀ । 

ପୂର୍ବରୁ ଲୋୟର ସୁକତେଲରେ  ଦୁର୍ନୀତି ଅଭିଯୋଗରେ ଜେଲ ଯାଇଥିଲେ ଜମି ଅଧିଗ୍ରହଣ ଅଧିକାରୀ । ଏବେ କେନାଲ ବଦଳରେ ପାଇପର ପରିକଳ୍ପନା କରି ବଡ ଦୁର୍ନୀତିର ପ୍ରମାଣ ଆସିଛି ସାମନାକୁ । ନିର୍ବାଚନକୁ ଆଖି ଆଗରେ ରଖି  ଜାନୁଆରୀ 3ରେ ଲୋୟର ସୁକତଲେ ପ୍ରକଳ୍ପର ଉଦଘାଟନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋୟର ସୁକେତେଲ ପ୍ରାକ୍ ଡିପିଆର ଅନୁସାରେ ୨୦୨୬ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା କଥା ନୁହେଁ ।  ହେଲେ  ଭୋଟ ପାଇଁ ବାୟା ବିଜେଡି  ସରକାର ପ୍ରକଳ୍ପ ସିନା ଉଦଘାଟନ କରିଦେଲେ ହେଲେ ଚାଷୀଙ୍କ କ୍ଷେତକୁ କିନ୍ତୁ ପାଣି ଗଲାନି । ସୁକେତଲ ନାଁରେ ଟଙ୍କା ଶୋଷିଥିବା ଗିରଫ ଚିଫ୍ କଷ୍ଟ୍ରକସନ ଇଞ୍ଜିନିୟର ସୂନିଲ କୁମାର ରାଉତ  ଛୋଟ ମାଛ ବୋଲି ଚର୍ଚ୍ଚା । ସୁକତେଲ ଦୁର୍ନୀତିରେ ବିଜେଡିର ବଡ ମାଛ କିଏ ଓ ତାଙ୍କ ମୁଖା କେବେ ଖୋଲୁଛି ତା ଉପରେ ନଜର । 

ଆହୁରି ପଢନ୍ତୁ ଓଡିଶା ଖବର.,..

ବିରାଟ ୯,୦୦୦ ରନ୍
2m ago
ଟେଷ୍ଟ କ୍ରିକେଟରେ ୯,୦୦୦ ରନ୍ କରି ଇତିହାସ ସୃଷ୍ଟି କଲେ କୋହଲି
ଅର୍ଗସ ବ୍ୟୁରୋ:ଟେଷ୍ଟରେ ବିରାଟ ବେଷ୍ଟ,ସ୍ଥାପନ କଲେ ରେକର୍ଡ। ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଲେ ୭୦ ରନର ଜବରଦସ୍ତ ପାରି,୮ ଚୌକା,ଗୋଟିଏ ଛକା ହୋଇଛି ସାମିଲ୍ । ୧୯୭ ତମ ଇନିଂସର
BANGLADESH
8m ago
ହସିନାଙ୍କ ବଢିଲା ଅଡ଼ୁଆ ! ବାଂଲାଦେଶ ଫେରିବା ଛଡ଼ା ବାଟ ନାହିଁ
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା । କାରଣ ତାଙ୍କ ନାଁରେ ଜାରି ହୋଇଛି ଗିରଫ ପରୱାନା । ତେଣୁ ସେ ଯେଉଁଠି ଥିଲେ ବି ବାଂଲାଦେ
ଛତୁଆ
11m ago
ଗର୍ଭବତୀ ଓ କୁନି କୁନି ଶିଶୁଙ୍କ ଜୀବନ ସହ ସାଂଘାତିକ ଖେଳ
ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା ଛତିଶଗଡ଼ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ରାଇଘର ବ୍ଲକରେ ଗର୍ଭବତୀ ମହିଳା ଓ କୋମଳମତି ଶିଶୁମାନଙ୍କୁ ଛତୁଆ ବଣ୍ଟନରେ ଅବ୍ୟବସ୍ଥା । ବଣ୍ଟାଯାଉଛି ଏକ୍ସପାଏର