ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା' ସମଲେଶ୍ବରୀ
by Argus News
Wed, Oct 02 | 5:24 p.m.

ସମ୍ବଲପୁର:  ଆଜି ହେଉଛି ପବିତ୍ର ମହାଳୟା ତିଥି । ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ  । ବର୍ଷ ସାରା ସିନ୍ଦୂର ମଣ୍ଡିତା ହୋଇ ପୂଜା ପାଉଥିବା ମାଁ ସମଲେଇ ପବିତ୍ର ମହାଳୟାରେ ଗଙ୍ଗା ବେଶ ଧାରଣ କରିଛନ୍ତି । ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପରେ ମା' ଙ୍କ ଧବଳମୁଖୀ ରୂପ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳେ ବୋଲି ବିଶ୍ବାସ ରହି ଆସିଛି  । 

ଯେଉଁମାନେ ପିଣ୍ଡଦାନ କରିବା ପାଇଁ ଗଙ୍ଗା ଯିବାରେ ଅସମର୍ଥ, ସେମାନେ ଏହି ଦିନରେ ଘରେ ପିଣ୍ଡଦାନ କରି ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାନ୍ତି । ମା' ଏହି ବେଶକୁ ଗଙ୍ଗା ବେଶ ବୋଲି ମଧ୍ୟ କୁହାଯାଇଥାଏ । ମା'ଙ୍କୁ ଦର୍ଶନ ପାଇ ହଜାର ହଜାର ଭକ୍ତ ପାଇଁ ଭୋର ସକାଳୁ ଲମ୍ବାଧାଡିରେ ଛିଡା ହୋଇ ଶୁଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

SPEED 10
24m ago
Speed 10 : ବ୍ରେକିଂ ନ୍ୟୁଜ୍‌ ଜାଣିବା ଲାଗି କରନ୍ତୁ ସ୍କ୍ରୋଲ
ଅର୍ଗସ ବ୍ୟୁରୋ: ଶୁକ୍ରଯାନ-୧ ପାଇଁ ତାରିଖ ଘୋଷଣା । ପ୍ରଥମ ଶୁକ୍ର ମିଶନ ପାଇଁ ତାରିଖ ଘୋଷଣା କଲା ଇସ୍ରୋ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି। ଏହାର ପ୍ରଭାବରେ ୪ ତାରିଖ ବେଳକ
WORK PRESSURE
27m ago
ପ୍ରାଇଭେଟ୍‌ କମ୍ପାନୀରେ ସାଙ୍ଘାତିକ ପ୍ରେସର, ଜଣଙ୍କ ପରେ ଜଣେ ହାରୁଛନ୍ତି ଜୀବନ !
ଅର୍ଗସ ବ୍ୟୁରୋ: ୱାକ୍‌ ପ୍ରେସର ଲାଗି ଜଣେ କେବେ ଆତ୍ମହତ୍ୟା କରିପାରେ କି ? ଏ ପ୍ରଶ୍ନ ଆମେ ଏଇଥି ଲାଗି ପଚାରିଲୁ କାରଣ ବିଗତ ଦିନରେ ବାରମ୍ବାର ଏମିତି ଘଟଣା ସାମ୍ନାକୁ ଆସୁଛି
AMERICA
30m ago
ଇସ୍ରାଏଲ ଉପରେ ଇରାନର ଆଟାକ୍‌ : ଆମେରିକା କହିଲା ସ୍ଥିତି ଭୟଙ୍କର ହେବ
ଅର୍ଗସ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ସଙ୍ଗୀନ ହେଲାଣି । ଇସ୍ରାଏଲର ଭୟଙ୍କର ଆକ୍ରମଣ ପରେ ଇରାନ ଗତକାଲି ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରିଛି । ଅବଶ୍ୟ ଇସ୍ରାଏଲ ଆକାଶ ମାର୍ଗର