ପରଲୋକରେ ମହେଶ୍ୱର ମହାନ୍ତି
by Argus News
Tue, Nov 07 | 6:51 a.m.

ଅର୍ଗସ ବ୍ୟୁରୋ:  ପରଲୋକରେ ମହେଶ୍ବର ମହାନ୍ତି। ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଦେହାନ୍ତ। ବିଳମ୍ବିତ ରାତି 3ଟା 25 ମିନିଟ ସମୟରେ ପରଲୋକ ହୋଇଥିବା ସୂଚନା। 67 ବର୍ଷ ବୟସରେ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି।  ନଭେମ୍ବର 10ରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଲଗାତାର 5 ଥର ବିଧାୟକ ହୋଇଥିଲେ ମହେଶ୍ବର ମହାନ୍ତି।

୧୯୯୫ରୁ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୫ ଥର ବିଧାୟକ ହୋଇଥିଲେ ମହେଶ୍ବର ମହାନ୍ତି । ୧୯୯୫ ମସିହାରେ ଜନତା ଦଳରୁ ବିଧାୟକ ହୋଇଥିଲେ । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ଭାବେ ବିଜେଡିରୁ ବିଧାୟକ ହୋଇ ଆସୁଥିଲେ ମହେଶ୍ବର । ୨୦୦୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ପଦବୀ ସମ୍ଭାଳିଥିଲେ । ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ଅନେକ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ମହେଶ୍ବର ।

ଅଧିକ ପଢନ୍ତୁ: ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ, ଶୋକ ବ୍ୟକ୍ତ କଲେ ମନମୋହନ ଓ ଜୟ ନାରାୟଣ ମିଶ୍ର

ପଞ୍ଚାୟତିରାଜ, ରାଜସ୍ବ, ଆଇନ, ପର୍ଯ୍ୟଟନ, ଯୋଜନା ଓ ସଂଯୋଜନା ଭଳି ପ୍ରମୁଖ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ମହେଶ୍ବର । ୨୬ ଫେବ୍ରୁଆରୀ ୧୯୫୬ରେ ଜନ୍ମଗ୍ରହଣ କରିଥିଲେ ମହେଶ୍ବର । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ MA କରିଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟରେ LLB କରିଛନ୍ତି । ପେଶାରେ ଆଇନଜୀବୀ ଥିଲେ ମହେଶ୍ବର । ବର୍ତ୍ତମାନ ପୁରୀ ଜିଲ୍ଲା ସଭାପତି ଦାୟିତ୍ବରେ ଥିଲେ ମହେଶ୍ବର ।

ଓଡିଶା ଖବର ଆହୁରି ପଢନ୍ତୁ

ପ୍ରସନ୍ନ ଆଚାର୍ଯ୍ୟ
2m ago
ରେଢାଖୋଲ ସଭାରେ ପ୍ରସନ୍ନ ଦେଖାଇଲେ ନବୀନଙ୍କୁ ଆଇନା
ଭୁବନେଶ୍ୱର: ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ଭାଷା । ମୋଦି ପଚାରିଥିଲେ ଅପାର ସମ୍ପଦ ଥାଇ ବି କାହିଁକି ଗରିବ ଓଡ଼ିଶା । ରେଢାଖୋଲ ସଭାରେ ପ୍ରସନ୍ନ ଦେଖାଇଲ
ସରକାରର ବିଫଳତା
13m ago
ପଦାରେ ପଡିଲା 25 ବର୍ଷ ସରକାରର ବିଫଳତା ଚିତ୍ର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ଦାଦନ ଦୁଃଖ। ପଦାରେ ପଡ଼ିଛି 25 ବର୍ଷ ସରକାରର ବିଫଳତା ଚିତ୍ର। ଗାଁ ଗାଁରେ ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ
ପ୍ରତିରକ୍ଷା ମନ୍ତ୍ରୀ
27m ago
କଂଗ୍ରେସ ଓ ବିଜେଡି ସରକାର ଉପରେ ପ୍ରବଳ ବର୍ଷିଲେ ପ୍ରତିରକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଦିନ ତମାମ ବିଜେପି ତୁଙ୍ଗ ନେତାଙ୍କ ହଲ୍ଲାବୋଲ୍। ଏବେ କେବଳ 400 ପାର୍ ନୁହେଁ ଓଡ଼ିଶାରେ ସତ୍ତା ପରିବର୍ତ୍ତନ ପାଇଁ ଜୋର। ରେଢାଖୋଲ, ପାଟଣା, ଖୋର୍ଦ୍ଧାରେ ରାଜନାଥ ସିଂଙ୍