ବିଶ୍ୱ ନିଦ୍ରା ଦିବସ; ନିଦ ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ? ପଢନ୍ତୁ...
by Argus News
Fri, Mar 15 | 5:36 p.m.

ଅର୍ଗସ ବ୍ୟୁରୋ: ନିଜକୁ ସୁସ୍ଥ ରଖିବା ପାଇଁ ଗଭୀର ନିଦରେ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । କିନ୍ତୁ ଆଜିର ସମୟରେ ଏହା କଷ୍ଟସାଧ୍ୟ ହୋଇପଡିଛି । ତେଣୁ ଭଲ ନିଦ କିପରି ହେଵ ଆସନ୍ତୁ ଜାଣିଵା । ସମସ୍ତେ ଭଲ ନିଦରେ ଶୋଇଵାକୁ ଚାହାଁନ୍ତି କିନ୍ତୁ ଆଧିକାଂଶ ସମୟ ଆଖିରୁ ନିଦ ହଜିଯାଏ । ଯାହା ଦ୍ୱାରା ମଣିଷ ଅସୁସ୍ଥ ହୋଇପଡେ । 

ଶୋଇବା ସମୟରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ସକ୍ରିୟ ହୋଇଯାଏ । ଯାହା ଆମକୁ ପର ଦିନ ସତେଜ କରିଵାରେ ସାହାଯ୍ୟ କରିଥାଏ । ଦିନ ସାରା କାମ ହେତୁ ମସ୍ତିଷ୍କରେ ନିର୍ଗତ ରାସାୟନିକ ପଦାର୍ଥ ଏହା ଶରୀରରେ ପରିବର୍ତ୍ତନ ଆଣିଥାଏ  । ଯାହାକୁ ଆମେ ସମସ୍ତେ ପ୍ରତିଦିନ ଅନୁଭବ କରୁ ।

ଆହୁରି ପଢନ୍ତୁ ଜୀବନଶୈଳୀ ଖବର...

ବେଳେ ବେଳେ ଚିନ୍ତା ଶରୀରରେ ପରିବର୍ତ୍ତନ ହେତୁ ରକ୍ତଚାପ କେତେବେଳେ ବୃଦ୍ଧି ହୁଏ ତ କେତେବେଳେ କମିଯାଏ । କିନ୍ତୁ ଯେତେବେଳେ ଆମେ ଗଭୀର ନିଦ୍ରାରେ ଥାଉ ଶରୀରର ସ୍ୱୟଂଶାସିତ ସ୍ନାୟୁ ପ୍ରଣାଳୀ ଏହାର କାର୍ଯ୍ୟ କରେ । ଶୋଇବା ସମୟରେ ଏହି ସମସ୍ତ କାର୍ଯ୍ୟ ଏକ ଚେତାଶୂନ୍ୟ ଅବସ୍ଥାରେ କରାଯାଏ । ତେଣୁ ପ୍ରତିଦିନ ୬ ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ ।  

ଖରାଦିନେ ତ୍ୱଚା ପାଇଁ ଉପଯୋଗୀ ଡାଳିମ୍ବ

ନିଦର ଅଭାବରେ  ଇନସୁଲିନ୍ ପ୍ରତିରୋଧ ଏବଂ ହରମୋନ୍ ମଧ୍ୟ ବଢାଇଥାଏ । ଏକ ରିପୋର୍ଟ ଅନୁଯାୟୀ, କିଛି ଦିନ ଧରି ଶୋଇବା କାରଣରୁ ଜଣେ ସୁସ୍ଥ ବ୍ୟକ୍ତି ପ୍ରଥମେ ପ୍ରି-ଡାଇବେଟିସ୍ ଏବଂ ପରେ ମଧୁମେହ ରୋଗୀ ହୋଇଯାଏ ।  କେବଳ ଏତିକି ନୁହେଁ ଅନିଦ୍ରା ଧମନୀକୁ ଅବରୋଧ କରିପାରେ ଏବଂ DNA କୁ ମଧ୍ୟ କ୍ଷତି ପହଞ୍ଚାଇପାରେ ଯାହା ଜେନେଟିକ୍ ପରିବର୍ତ୍ତନ ସହିତ କର୍କଟ ରୋଗ ମଧ୍ୟ ସୃଷ୍ଟି କରିପାରେ । 

ସେଥିପାଇଁ ଭଲ ନିଦରେ ଶୋଇବା ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ଆଉ ଏହାର ସଚେତନତା ପାଇଁ ଆଜି ଅର୍ଥାତ ମାର୍ଚ୍ଚ 15କୁ 'ବିଶ୍ୱ ଶୋଇବା ଦିବସ' ପାଳନ କରାଯାଉଛି । ଯାହାଦ୍ଵାରା ଲୋକମାନେ ନିଦର ମହତ୍ତ ଵୁଝିପାରିଵେ । ଯଦି ଆପଣ ରାତିରେ ଭଲ ନିଦରେ ଶୋଉଛନ୍ତି  ତେବେ ଆପଣଙ୍କୁ ତା ପହର ଦିନଟି ଆକ୍ଟିଭ୍ ଲାଗିବା ସହ ଭଲ ଭାବରେ କଟିବ ।

WEATHER
7m ago
ତାତିରୁ ମିଳିଛି ତ୍ରାହି, ୧୨ ଯାଏଁ ଗ୍ରୀଷ୍ମ ପ୍ରବାହ ନାହିଁ !
ଅର୍ଗସ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ତାତିରୁ ତ୍ରାହି ମିଳିଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଦେଖାଯାଉନି
PANDIAN
14m ago
ପଦାରେ ପଡିଲା ପାଣ୍ଡିଆନଙ୍କ ମିଛ
ଅର୍ଗସ ବ୍ୟୁରୋ: ପୁଣି ପଦାରେ ପଡିଲା ବିଜେଡି ନେତା ପାଣ୍ଡିଆନଙ୍କ ମିଛ । ମିଛରେ ସେ ମାଷ୍ଟ୍ରି କରିଥିବା ଅଭିଯୋଗ ହୋଇଛି । ପଦ୍ମପୁର ନିର୍ବାଚନୀ ସଭାରେ ସେ କହିଛନ୍ତି, ଲୋକ ଲଗା
ATTACK
22m ago
ଛୁରୀମାଡରେ ଚାଲିଗଲା ଜଣଙ୍କ ଜୀବନ
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନିର୍ବାଚୀନ ସଭା ପରେ ଅଘଟଣ । ସଭାପରେ ଛୁରୀମାଡରେ ଚାଲିଗଲା ଜଣଙ୍କ ଜୀବନ । ବୁଧବାର ଥିଲା ପାଣ୍ଡିଆନଙ୍କ ପଦ୍ମପୁର ନିର୍ବାଚନୀ ସଭା। ସ୍ଵତନ୍ତ୍