ଲକ୍ଷ୍ମୀବସ୍‌ ନାଁରେ ରଙ୍ଗ ମାରି କୋଟି କୋଟି ଖାଇଦେଲେ !
by Argus News
Sat, Sep 14 | 6:30 p.m.

ଅର୍ଗସ ବ୍ୟୁରୋ: ବିଜେଡିର ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପର୍ଦ୍ଦାଫାଶ ହେଉଛି । ଖାସ କରି ନିର୍ବାଚନ ପୂର୍ବରୁ ପଂଚାୟତରୁ ବ୍ଲକକୁ ଯୋଡିବାକୁ ଲକ୍ଷ୍ମୀବସ୍‌ ଯୋଜନା କରିଥିଲେ ପୂର୍ବ ସରକାର । ହେଲେ ସେହି ଯୋଜନାରେ କୋଟି କୋଟି ଆତ୍ମସାତ୍‌ ହୋଇଥିବା ଜଣାପଡିଛି । ଇଏ ତ ଗଲା ଅନୁଗୁଳର କଥା । ପୁରା ରାଜ୍ୟରେ ଲକ୍ଷ୍ମୀବସ୍‌ ଯୋଜନାରେ କୋଟି କୋଟି ଦୁର୍ନୀତି ସହ କ୍ଷତିରେ ଏହି ଯୋଜନା ଚାଲିଥିଲା ଗୃହରେ ଉତ୍ତର ଦେଇ କହିଥିଲେ ମନ୍ତ୍ରୀ ।

ରାଜ୍ୟରେ ପୂର୍ବ ବିଜେଡି ସରକାର ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ମୀବସ ଯୋଜନା କରିଥିଲେ ।  ବସ ଚାଲିବା ପରେ ଲୋକଙ୍କ ସୁବିଧା ହେଲା ସେଥିରେ କୌଣସି ଦ୍ଵିମତ ନାହିଁ । ହେଲେ ସେହି ଯୋଜନାରେ କେମିତି କୋଟି କୋଟି ଖାଇଛନ୍ତି ବିଜେଡି ନେତା ତାହାର ଏବେ ଗୁମର ଖୋଲୁଛି । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବ୍ଲକରେ ୩୪ଟି ପଞ୍ଚାୟତ ଥିବା ବେଳେ ସବୁ ପଞ୍ଚାୟତକୁ ସଂଯୋଗ କରିବାକୁ ୩ଟି ବସ୍ ଚଳାଚଳ ପାଇଁ ରୋଡ ମ୍ୟାଫ୍ ପ୍ରସ୍ତୁତ ହେଲା, ବସ ବି ଚାଲିଲା । ହେଲେ ଅନେକ ପଞ୍ଚାୟତକୁ ଯୋଜନା ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ବସ୍ ଗଡି ନଥିବା ଜଣାପଡିଛି  । ଛେଣ୍ତିପଦା ବ୍ଲକରେ ୫୮ ଟି ବସଷ୍ଟାଣ୍ଡ ନିର୍ମାଣ ହେବାକୁ ଥିବା ବେଳେ ସନ୍ତରାବନ୍ଧ , ତେଣ୍ଟୁଲୋଇ ଓ ଗଡମଣ୍ତଳରେ ପୁରୁଣା ବସଷ୍ଟାଣ୍ଡରେ କେବଳ କଲର ଓ ବୋର୍ଡ ଲଗାଇ ଟଙ୍କା ଆତ୍ମସାତ କରିଛନ୍ତି ଠିକାଦାର ।

ବସଷ୍ଟାଣ୍ଡ ତିଆରି ହେବାର ୬ ମାସ ହୋଇନି କାନ୍ଥ ଫାଟି ଆଁ କଲାଣି । କାରଣ ଇଏ ନୂଆ ବସଷ୍ଟାଣ୍ଡ ନୁହେଁ ବରଂ ପୁରୁଣା ବସଷ୍ଟାଣ୍ଡରେ କେବଳ ରଙ୍ଗ ମାରିଦିଆଯାଇଛି । ବାହାଳସାହି , କଣଲୋଇ ,ଉଗୀ ଓ ତୁକୁଡା ବସଷ୍ଟାଣ୍ଡ ନିର୍ମାଣ ୬ମାସ ନପୁରୁଣୁ ଫାଟିବା ସହ ଟାଇଲ୍ସ ଛାଡିଗଲାଣି । ଆଜି ବି କେନ୍ଦୁପଶି ,  ବଡବେରଣା ,ବରପଦା ହାଟ ,ବାଗଡିଆ ଓ ନୂଆଁଗା ବସଷ୍ଟାଣ୍ଡ ଅଧାରେ ପଡିରହିଛି । ଉଗୀ ଗାଁରେ ବସଷ୍ଟାଣ୍ଡ ନିର୍ମାଣ ହୋଇଛି ସତ ହେଲେ ଗାଁକୁ ଗୋଟିଏ ଦିନ ବସ ଯାଇନାହିଁ । ବର୍ତ୍ତମାନ ୨୧ ବସଷ୍ଟାଣ୍ଡ ନିର୍ମାଣ ସରିଥିବା ବେଳେ ସେଥିରେ ୩ଟି ପୁରୁଣା ବସଷ୍ଟାଣ୍ଡ ରହିଛି ।  ୫ଟି ନିର୍ମାଣଧିନ ଅବସ୍ଥାରେ...ତେଣୁ ଦୁର୍ନୀତି କେମିତି ହୋଇଛି ତାହା କାହାକୁ ଅଛପା ନାହିଁ ।

ଅଭିଯୋଗ ଅନୁସାରେ,  ଆବାସ ଯୋଜନାରେ ଲୋକଙ୍କୁ ମିଳୁଛି ଲକ୍ଷେ ୬୦ ହଜାର ଟଙ୍କା । ହେଲେ ଲକ୍ଷ୍ମୀବସ ଷ୍ଟାଣ୍ଡର କାନ୍ଥ ପାଇଁ ମିଳିଥିଲା ୫ ଲକ୍ଷ ୨୦ ହଜାର । ଥରେ ଅନୁମାନ କରନ୍ତୁ ଯେଉଁଠି ଲକ୍ଷେ ୬୦ ହଜାରରେ ଘର ହେଉଛି ସେଇଠି ୫ ଲକ୍ଷ ୨୦ ହଜାର ଟଙ୍କାରେ କାନ୍ଥ କେମିତି ହୋଇପାରୁନି ? ଏମିତିକି କାନ୍ଥ ପାଇଁ ଟଙ୍କା ଦେଇ ଦୁର୍ନୀତି କରିବା ଅପେକ୍ଷା ସେହି ଟଙ୍କା ଲୋକଙ୍କୁ ଦେଲେ ହିତାଧିକାରୀ ଲାଭବାନ ହେବେ ବୋଲି ଲୋକେ କହୁଛନ୍ତି ।
 

ମଧୁମେହ
3m ago
ମଧୁମେହ ରୋଗୀଙ୍କ ପାଇଁ ମେଥି ଖାଇବା ଲାଭ
ଅର୍ଗସ ବ୍ୟୁରୋ: ଆଜିକାଲି ଖରାପ ଜୀବନଶୌଳୀ ହେତୁ ଲୋକମାନେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି। ସେହିପରି ମଧୁମେହ ଏପରି ଏକ ରୋଗ ଯାହା ଦେଶ ତଥା ବିଶ୍ଵରେ ମହାମାରୀ ପରି ବ୍ୟାପୁଛି
ପାଟଣାଗଡ଼ରେ
4m ago
ପାଟଣାଗଡ଼ରେ ୧୨ ଟିକିଆ ହାତୀ ପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବନାଞ୍ଚଲର ଟିକ୍ରାପଡ଼ା ସେକସନରୁ ଗତ ରାତିରେ ଗୁଦ୍ରାମୁଣ୍ଡା ପଟୁ 12ଟିକିଆ ହାତୀ ପଲ ଆସି ପାଟଣାଗଡ ରେଞ୍ଜର ସେମେଲ ମୁଣ୍ଡା ଗାଁର
କୁମ୍ଭୀର
4m ago
ଉଦ୍ଧାର ହେଲା ଥଣ୍ଟିଆ କୁମ୍ଭୀର
କଟକ: କାଠଯୋଡ଼ିରୁ ଉଦ୍ଧାର ହେଲା ଘଡ଼ିଆଳ ବା ଥଣ୍ଟିଆ କୁମ୍ଭୀର । କଟକ ସିଟି ରେଞ୍ଜ ଅଫିସ ଉଦ୍ୟମ ବଳରେ ଏହି କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଦୀର୍ଘ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ଧରି କାଠଯୋଡ଼