ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ଚଳୁ
by Argus News
Sun, Sep 01 | 6:41 p.m.

ଅର୍ଗସ ବ୍ୟୁରୋ:  ଦୁର୍ନୀତିର ଗନ୍ତାଘର ପାଲଟିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତା ନିର୍ମାଣରେ ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ହୋଇଛି ଚଳୁ। ହାତ ମାରିଲେ ଉଠୁଛି ପିଚୁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ଅଧିନରେ ଥିବା ବହଳଦା ଗ୍ରାମ୍ୟ ଉନ୍ନୟନ ବିଭାଗ  ଦ୍ୱାରା ହୋଇଥିବା କାର୍ଯ୍ୟରେ । ଆଦିବାସୀଙ୍କର ଯାତାୟାତ ଓ ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସାମ୍ନାକୁ ଆସିଛି ତାର ବିପରୀତ ଚିତ୍ର। ଝରାଡ଼ିହି ଠାରୁ ରଙ୍ଗାମାଟିଆ ସାତ କିଲୋମିଟର ନୂତନ କାର୍ଯ ହେଉଥିବା ବେଳେ କାର୍ଯ୍ୟର ମାସେ ନ ଯାଉଣୁ ହାତ ମାରିଲେ ଉଠି ଯାଉଛି ପିଚୁ ।

ତେବେ ସରକାର ଅଞ୍ଚଳବାସୀଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଗମନା ଗମନ ସୁବିଧାକୁ ପ୍ରାଥମିକତା ଦେଉଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଏଭଳି କାର୍ଯ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାସ୍ତାଟି ଝରାଡିହି ଠାରୁ ଗୋରୁମହିଷାଣୀ ଦେଇ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଦେଇ ୩୦ ରୁ ଅଧିକ ଗ୍ରାମର ଲୋକେ ଯିବା ଆସିବା କରନ୍ତି। କିନ୍ତୁ ନିମ୍ନ ମାନର କାମ ପାଇଁ ରାସ୍ତା ହାଲ୍ ବେହାଲ୍ । ଆଗକୁ ତଦନ୍ତ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଲୋକେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ଡିଭୋର୍ସ
1m ago
ସ୍ବାମୀ ନ ଗାଧୋଇବାରୁ ସ୍ତ୍ରୀଙ୍କ ଡିଭୋର୍ସ ଆବେଦନ
ଅର୍ଗସ ବ୍ୟୁରୋ : କଥାରେ ଅଛି ସଂସାର ଭିତର ଘର କରିଥିଲେ ପଥର ପଡ଼ିଲେ ସହି । ଅର୍ଥାତ୍‌ ସଂସାର କରିଥିଲେ କଳିଝଗଡ଼ା ଭିତରେ ହିଁ ଆଗେଇବାକୁ ପଡେ । ହେଲେ ସେହି କଳହ ଯେ ଗାଧୁଆକୁ ନେ
ପେଜର ବିସ୍ଫୋରଣ
11m ago
ଲେବାନନରେ ଭୟଙ୍କର "ପେଜର ବିସ୍ଫୋରଣ", ଗଲା ୧୧ ଜଣଙ୍କ ଜୀବନ
ଅର୍ଗସ ବ୍ୟୁରୋ : ଲେବାନନରେ ଭୟଙ୍କର ପେଜର ବିସ୍ଫୋରଣ । ନିମିଷକେ ଚାଲିଗଲା ୧୧ ଜଣଙ୍କ ପ୍ରାଣ । ଏହାସହିତ ୪ ହଜାରରୁ ଅଧିକ ଆହତ ବି ହୋଇଛନ୍ତି । ଲେବନାନରେ ଥିବା ହିଜବୁଲ୍ଲାରର ସଦସ୍ୟ ଉପର
ପ୍ରଧାନମନ୍ତ୍ରୀ
18m ago
ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନକୁ କ୍ୟାବିନେଟ୍ ମଞ୍ଜୁରୀ
ଅର୍ଗସ ବ୍ୟୁରୋ : ଆଦିବାସୀଙ୍କ ଉନ୍ନତି ଉପରେ ମୋଦି ସରକାରଙ୍କ ଫୋକସ୍ । ଆଦିବାସୀ ବହୁଳ ଅଞ୍ଚଳରେ ବିକାଶ ମୂଳକ କାମକୁ ଗତି ଦେବାକୁ ଆରମ୍ଭ ହେଉଛି ବଡ଼ ଯୋଜନା । ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନ