ସୁବର୍ଣ୍ଣପୁର: ଗୁଳି ମାଡ଼ରେ ଦୁଇ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚୁଲିମାଲ ଗ୍ରାମରେ । ମୃତ ଯୁବକ ଦୁଇ ଜଣ ହେଲେ ଚୁଲିମାଲ ଗାଁର ମନୋଜ ଝାଙ୍କର ଓ ସହଦେବ ଝାଙ୍କର। ଉଭୟ ସମ୍ପର୍କୀୟ ଭାଇ। ବିଧାୟକଙ୍କ ପିଏସଓ ତଥା ପୋଲିସ କନେଷ୍ଟବଲ ଥିଲେ । ମନୋଜଙ୍କ ସର୍ଭିସ ବନ୍ଧୁକରୁ ହିଁ ଗୁଳି ଫୁଟି ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।
ଚୁଲିମାଲ ଗ୍ରାମ ନିକଟ ଖୋଲା ପଡିଆରୁ ଦୁଇ ଜଣଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ନିକଟରୁ ମନୋଜଙ୍କ ସର୍ଭିସ ପିସ୍ତଲ ମଧ୍ୟ ପୋଲିସ ଜବତ ହୋଇଛି । ତେବେ ଉଭୟଙ୍କୁ କିଏ ଓ କାହିଁକି ଗୁଳି କଲା, ଏହା ପଛର ପ୍ରକୃତ କାରଣ କଣ ଏବେ ବି ଅସ୍ପଷ୍ଟ ରହିଛି । ଘଟଣାରେ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ୍ ।
ଆହୁରି ପଢନ୍ତୁ ଓଡିଶା ଖବର...