ଦିଲ୍ଲୀରେ ମମତାଙ୍କୁ ଭେଟି ସମାଧାନ ପାଇଁ ଆଲୋଚନା କଲେ ମୋହନ ମାଝୀ
by Argus News
Sat, Jul 27 | 7:02 p.m.

ଅର୍ଗସ ବ୍ୟୁରୋ:  ଓଡ଼ିଶା ବଜାରରେ ଆଳୁ ସଙ୍କଟ । ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଉପରେ ହିଁ ନିର୍ଭରଶୀଳ ଓଡ଼ିଶା। କିନ୍ତୁ ଓଡ଼ିଶାକୁ ଆଳୁ ଆସିବା ବାଟରେ ପ୍ରତିବନ୍ଧକ ସାଜିଛନ୍ତି ପଶ୍ଚିମବଙ୍ଗର ମମତା ସରକାର। ଇଏ ହେଉଛି ତାର ପ୍ରମାଣ। ଓଡ଼ିଶା-ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜଳେଶ୍ବର ଲକ୍ଷ୍ମଣନାଥ ନିକଟ ଜାତୀୟ ରାଜପଥରେ ଓଡ଼ିଶା ମୁହାଁ ଟ୍ରକ୍ ସବୁ ଚେକିଂ କରୁଛି ପଶ୍ଚିମବଙ୍ଗ ପୋଲିସ। ଆଳୁ ଟ୍ରକ୍ ସବୁକୁ ଫେରାଇ ଦିଆଯାଉଛି । ପୋଲିସ କହୁଛି ଆଳୁ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ, ଓଡ଼ିଶା ଯିବନି ଆଳୁ। ଗତକାଲି ଯେଉଁ ସ୍ଥାନରେ ଧାଡ଼ି ଧାଡ଼ି କରି ଛିଡ଼ା ହୋଇଥିଲେ ଆଳୁ ଟ୍ରକ୍ ଆଜି ସେହି ସ୍ଥାନ ଖାଲି।

ପଶ୍ଚିମବଙ୍ଗ ବଜାରରେ ବି ଆଳୁ ଦର ଆକାଶ ଛୁଆଁ । ଦାମ୍ 50 ଟଙ୍କା ପାର୍। ଏପଟେ ନିଜସ୍ବ ଉଦ୍ୟମରେ ଲୁଚା ଛପାରେ ବ୍ୟବସାୟୀମାନେ ଓଡ଼ିଶାକୁ କିଛି କିଛି ଆଳୁ ଆଣୁଛନ୍ତି ।  କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ। ସେପଟେ ଆଳୁଦର ନିୟନ୍ତ୍ରଣ ପାଇଁ ଆକ୍ସନ ମୁଡରେ ମୋହନ ସରକାର। ନୀତି ଆୟୋଗ ବୈଠକ ପାଇଁ ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଳୁ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି । ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗ ସରକାରଙ୍କ ଆଲୋଚନା ପରେ ଆଳୁ ଟ୍ରକ ଆସୁଛି । ପୁଣି ଉତ୍ତର ପ୍ରଦେଶରୁ ବି ଆଳୁ ମଗାଯାଇଛି । ଏଣୁ ରାଜ୍ୟରେ ଦିନେ ଦୁଇ ଦିନ ଖସିଯିବ ଆଳୁ ଦର । ଅସାଧୁ ବ୍ୟବସାୟୀ, ମହଜୁଦକାରୀ ଓ କଳାବଜାରୀଙ୍କୁ ସାବାଡ଼ କରିବାକୁ ଖୋଦ ଯୋଗାଣ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି।

 ଆଳୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ଉଦ୍ୟମ। କିନ୍ତୁ ପ୍ରଶ୍ନ ହେଲା ଓଡ଼ିଶାରେ କାହିଁକି ଏ ସମସ୍ୟା ? କାହିଁକି ପ୍ରତିବର୍ଷ ଆଳୁଦର ଯୋଗୁଁ ହନ୍ତସନ୍ତ ଖାଉଟି ? ଆଳୁ ମାମଲାରେ କାହିଁ ଓଡ଼ିଶାକୁ ନାଲି ଆଖି ଦେଖାଉଛି ପଶ୍ଚିମବଙ୍ଗ ? କାହିଁକି ଆଳୁ ଉତ୍ପାଦନରେ ଏଯାଏଁ ଆତ୍ମନିର୍ଭରଶୀଳ ହୋଇନାହିଁ ଆତ୍ମନିର୍ଭରଶୀଳ ? ପ୍ରକୃତରେ ଗତ ବିଜେଡି ସରକାରର ଅପାରଗତା ଓ ବିଫଳତାର ପରିଣାମ ଭୋଗୁଛନ୍ତି ରାଜ୍ୟବାସୀ ।

ସିଏଜି ରିପୋର୍ଟ ବି ବିଫଳ ଆଳୁ ମିଶନ ନେଇ ନବୀନ ସରକାରର ଅସଲ ମୁଖା ଖୋଲିଛି । ୨୦୧୫-୧୬ରେ ଆଳୁ ମିଶନ ପାଇଁ ୫୦ କୋଟି ମଞ୍ଜୁର ହୋଇଥିବା ବେଳେ ଖର୍ଚ୍ଚ ହୋଇଥିଲା ମାତ୍ର ୨୪.୦୫ କୋଟି ଟଙ୍କା ଅର୍ଥାତ୍ ୫୦ ପ୍ରତିଶତ ଅର୍ଥ ବି ଖର୍ଚ୍ଚ କରି ନ ଥିଲେ ସରକାର । ସେହିପରି ୨୦୧୬-୧୭ରେ ୬୦ କୋଟି ଟଙ୍କା ବଜେଟରେ ଦିଆଯାଇଥିଲେ ବି ମାତ୍ର ୧୫ କୋଟି ଟଙ୍କା କୃଷି ନିର୍ଦ୍ଦେଶାଳୟକୁ ଦିଆଯାଇଥିଲା । ଯେଉଁଥିରୁ ମାତ୍ର୨ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୧୭-୧୮ରେ ୨୦ କୋଟି ଟଙ୍କା ବଜେଟରେ ପ୍ରାବଧାନ କରାଯାଇଥିବା ବେଳେ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରି ନ ଥିଲା । ସେହିପରି ଅମଳ ବେଳେ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ଓଡ଼ିଆ ଚାଷୀ କମ ଟଙ୍କାରେ ଆଳୁ ବିକି ଅଧିକ ଟଙ୍କାରେ କିଣୁଛନ୍ତି। ୨୪ ବର୍ଷ ବିଜେଡି ସରକାର ସମୟରେ ୧୦୦ ରୁ ଅଧିକ ଶୀତଳ ଭଣ୍ଡାର ଅଚଳ ହୋଇଛି । କିନ୍ତୁ ନୂଆ ଶୀତଳ ଭଣ୍ଡାର ଖୋଲିବା କିମ୍ବା ଅଚଳକୁ ସଚଳ କରିବା ଲାଗି କୌଣସି ପଦକ୍ଷେପ ନେଇନଥିଲେ ପୂର୍ବର ବିଜେଡି ସରକାର। ଯାହାର ଫଳ ଆଜି ଲୋକେ ଭୋଗୁଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

ଇଏସଆଇ ହସ୍ପିଟାଲ
1m ago
ରାଜ୍ୟରେ ଆଉ ନୂଆ ୬ଟି ଇଏସଆଇ ହସ୍ପିଟାଲ ଖୋଲିବ
ଅର୍ଗସ ବ୍ୟୁରୋ : ରାଜ୍ୟରେ ଆଉ ନୂଆ ୬ଟି ଇଏସଆଇ ହସ୍ପିଟାଲ ଖୋଲିବ। ଏ ନେଇ ଆପ୍ରୁଭାଲ ମିଳିସାରିଥିବା ବେଳେ କାର୍ଯ୍ୟ ଚାଲିଛି। ଭୁବନେଶ୍ୱର, ପାରାଦ୍ୱୀପ, ଝାରସୁଗୁଡା, ଡୁବୁରି, ବ୍ରହ୍ମପୁର
ସଲମାନ ଖାନ୍‌ଙ୍କୁ
ସଲମାନ ଖାନ୍‌ଙ୍କୁ ପୁଣି ଧମକ; ମୁମ୍ଵାଇ ଟ୍ରାଫିକ୍ ପୋଲିସକୁ ଆସିଲା ମେସେଜ
ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ
ଲଘୁଚାପ ସୃଷ୍ଟି
୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା
ଅର୍ଗସ ବ୍ୟୁରୋ : ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ ।ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା