ସଲମାନ ଖାନ୍‌ଙ୍କୁ ପୁଣି ଧମକ; ମୁମ୍ଵାଇ ଟ୍ରାଫିକ୍ ପୋଲିସକୁ ଆସିଲା ମେସେଜ
by Argus News
Fri, Oct 18 | 4:00 p.m.

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି ଟଙ୍କା ଦାବି କରାଯାଇଛି। ମେସେଜରେ ଲେଖାଯାଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ଠାରୁ ସୁରକ୍ଷିତ ରହିବାକୁ ଚାହୁଁଥିଲେ ସଲମାନ ୫ କୋଟି ଟଙ୍କା ଦିଅନ୍ତୁ। ନଚେତ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏହାକୁ ହାଲୁକା ଭାବେ ଗ୍ରହଣ କର ନାହିଁ, ନଚେତ୍ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଅପେକ୍ଷା ଆହୁରି ଖରାପ ହେବ। ଏହି ଧମକପୂର୍ଣ୍ଣ ମେସେଜ ପାଇବା ପରେ ମୁମ୍ବାଇ ପୋଲିସର ନିଦ ହଜିଯାଇଛି। ଏନେଇ ମୁମ୍ବାଇ ପୋଲିସ ତନାଘନା ଆରମ୍ଭ କରିଛି।

 

ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ବାବାଙ୍କ ହତ୍ୟା ପରେ ସଲମାନଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ସଲମାନଙ୍କୁ Y ସିକ୍ୟୁରିଟି ପ୍ରଦାନ କରାଯାଇଛି। ଖାନ ପରିବାର ମଧ୍ୟ କାହାରିକୁ ଘରକୁ ନ ଆସିବାକୁ ନିବେଦନ କରିଛନ୍ତି। ଏଭଳି ପରିସ୍ଥିତିରେ ସଲମାନଙ୍କୁ ପୁଣି ଥରେ ଧମକ ମିଳିବା ଅଭିନେତାଙ୍କ ପ୍ରଶଂସକଙ୍କ ପାଇଁ ଚିନ୍ତା ବଢାଇ ଦେଇଛି। ବିଷ୍ଣୋଇ ଗ୍ୟାଙ୍ଗର ୫ ଦାବିକୁ ତୁରନ୍ତ ମାନିବାକୁ ମଧ୍ୟ ଚେତାବନୀ ଦିଆଯାଇଛି। 
ଏହା ପୂର୍ବରୁ ମଧ୍ୟ ସଲମାନଙ୍କୁ ଧମକ ମିଳିଥିଲା। ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ଫେରାର ଥିଲା। ସଲମାନଙ୍କୁ ଜୀବନରୁ ମାରିଦେବାକୁ ୨୫ ଲକ୍ଷ ଟଙ୍କା ସୁପାରୀ ଦିଆଯାଇଥିଲା। ପରେ ମହାରାଷ୍ଟ୍ରର ନାଭି ମୁମ୍ବାଇ ପୋଲିସ ସଲମାନଙ୍କ ଫାର୍ମ ହାଉସର ରେକି କରିଥିବା ଶୁଟରଙ୍କୁ ଗିରଫ କରିଥିଲା। ଏବେ ହରିୟାଣାର ପାନିପତରୁ ଶୁଟର ସୁଖାଙ୍କୁ ପୋଲିସ ଗିରଫ କରିଛି। ମୁମ୍ବାଇ ଅଣାଯିବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ତେବେ ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପୋଲିସ ଜାଣିବାକୁ ପାଇଛି।

ସୁଖାଙ୍କୁ ଗିରଫ କରିବା ଲାଗି ପୋଲିସ ବୁଧବାର ରାତି ପ୍ରାୟ ସାଢ଼େ ୧୦ଟାରେ ପାନିପତରେ ପହଞ୍ଚିଥିଲା। ସେଠାର ଅଭିନନ୍ଦନ ହୋଟେଲର ରୁମ୍‌ ନଂ ୧୦୪ରୁ ତାଙ୍କୁ ଗିରଫ କରାଯାଇଥିଲା। ସେ ନିଜର ବେଶ ବଦଳାଇ ସେଠାରେ ଲୁଚିଥିଲେ। ସେ ପାନିପତର ରେରକଲା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।
ତେବେ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ସଲମାନଙ୍କ ଘରେ ଗୁଳିଚଳାଇବା ଦାୟିତ୍ୱ ଦେଇଥିଲା। ତାଙ୍କ ଦଳର କିଛି ସଦସ୍ୟ ଗିରଫ ହୋଇଥିଲେ ହେଁ ସୁଖା ଫେରାର ଥିଲେ। ଏବେ ବାବା ସିଦ୍ଦିକିଙ୍କ ହତ୍ୟାର ଯାଞ୍ଚ କରୁଥିବା ବେଳେ ପୋଲିସକୁ ବଡ଼ ସଫଳତା ମିଳିଛି। ସିଦ୍ଦିକିଙ୍କ ହତ୍ୟା ପରେ ବାରମ୍ବାର ସଲମାନଙ୍କୁ ଧମକ ମିଳୁଥିବାରୁ ମୁମ୍ବାଇ ପୋଲିସ ସହ ଫ୍ୟାନ ମାନେ ମଧ୍ୟ ସଲମାନଙ୍କୁ ନେଇ ବହୁ ଚିନ୍ତିତ ଅଛନ୍ତି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 


 

ସ୍କୁଲ
now
ପୂର୍ବ ବିଜେଡି ସରକାରରେ ହୋଇ ପାରିଲାନି ସ୍କୁଲର ଉନ୍ନତିକରଣ
କଳାହାଣ୍ଡି: ଅବ୍ୟବସ୍ଥାରେ ମାଣ୍ଡେଲ ପ୍ରାଥମିକ ବିଦ୍ୟାଳୟ । ବିଗତ 25ବର୍ଷର ସ୍ଥିର ସରକାର ସ୍କୁଲମାନଙ୍କର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ କରିଥିବା ବେଳେ କଳାହାଣ୍ଡି ଜିଲ୍ଲ
ବିରାଟ ୯,୦୦୦ ରନ୍
6m ago
ଟେଷ୍ଟ କ୍ରିକେଟରେ ୯,୦୦୦ ରନ୍ କରି ଇତିହାସ ସୃଷ୍ଟି କଲେ କୋହଲି
ଅର୍ଗସ ବ୍ୟୁରୋ:ଟେଷ୍ଟରେ ବିରାଟ ବେଷ୍ଟ,ସ୍ଥାପନ କଲେ ରେକର୍ଡ। ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଲେ ୭୦ ରନର ଜବରଦସ୍ତ ପାରି,୮ ଚୌକା,ଗୋଟିଏ ଛକା ହୋଇଛି ସାମିଲ୍ । ୧୯୭ ତମ ଇନିଂସର
BANGLADESH
12m ago
ହସିନାଙ୍କ ବଢିଲା ଅଡ଼ୁଆ ! ବାଂଲାଦେଶ ଫେରିବା ଛଡ଼ା ବାଟ ନାହିଁ
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା । କାରଣ ତାଙ୍କ ନାଁରେ ଜାରି ହୋଇଛି ଗିରଫ ପରୱାନା । ତେଣୁ ସେ ଯେଉଁଠି ଥିଲେ ବି ବାଂଲାଦେ