ରାଜ୍ୟରେ ଆଉ ନୂଆ ୬ଟି ଇଏସଆଇ ହସ୍ପିଟାଲ ଖୋଲିବ
by Argus News
Fri, Oct 18 | 4:59 p.m.

ଅର୍ଗସ ବ୍ୟୁରୋ : ରାଜ୍ୟରେ ଆଉ ନୂଆ ୬ଟି ଇଏସଆଇ ହସ୍ପିଟାଲ ଖୋଲିବ। ଏ ନେଇ ଆପ୍ରୁଭାଲ ମିଳିସାରିଥିବା ବେଳେ କାର୍ଯ୍ୟ ଚାଲିଛି। ଭୁବନେଶ୍ୱର, ପାରାଦ୍ୱୀପ, ଝାରସୁଗୁଡା, ଡୁବୁରି, ବ୍ରହ୍ମପୁର ଓ ବାଲେଶ୍ୱରରେ ହେବ ଇଏସଆଇ ହସ୍ପିଟାଲ। ଭୁବନେଶ୍ୱର ଅନ୍ଧାରୁଆରେ ହେବ ହସ୍ପିଟାଲ। ସବୁ ହସ୍ପିଟାଲ ଶହେ ବେଡ଼ ବିଶିଷ୍ଟ ହେବ। ସମସ୍ତ ଇଏସଆଇ ହସ୍ପିଟାଲରେ ନିଯୁକ୍ତ ହେବେ ଆବଶ୍ୟକୀୟ ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମଚାରୀ। ଇଏସଆଇର ୮୫ ତମ ଆଞ୍ଚଳିକ ବୈଠକ ପରେ ଏହି ସୂଚନା ଦେଲେ ଓଡିଶା ରାଜ୍ୟ କର୍ମଚାରୀ ବୀମା ନିଗମ ଆଞ୍ଚଳିକ ନିର୍ଦେଶକ ସୁକାନ୍ତ ଚନ୍ଦ୍ର ଦାସ। ଇଏସଆଇ ଯୋଜନାକୁ ଅଧିକରୁ ଅଧିକ ପ୍ରଚାର ପ୍ରସାର ପାଇଁ ଆଲୋଚନା।

ଅଧିକ ପଢନ୍ତୁ ଓଡିଶା ଖବର

ଅଧିକରୁ ଅଧିକ ଲୋକ କିଭଳି ଯୋଜନାରେ ଯୋଡି ହେବେ ଓ ଯୋଜନାର ଲାଭ ନେବେ ସେ ନେଇ ହେଲା ଆଲୋଚନା। ରାଜ୍ୟରେ ଇଏସଆଇର ୬ ଟି ହସ୍ପିଟାଲ ଓ ୫୩ ଟି ଡିସପେନସାରୀ ରହିଛି। ଡାକ୍ତର, ପାରା ମେଡ଼ିକାଲ ଓ ନର୍ସିଂ ଷ୍ଟାଫ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଆବଶ୍ୟକ କର୍ମଚାରୀ ପୂରଣ ପାଇଁ କାର୍ଯ୍ୟ ଚାଲିଛି। ବର୍ତ୍ତମାନ ୨୧ ହଜାର ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀ ଇଏସଆଇ ସୁବିଧା ପାଉଛନ୍ତି। ଆହୁରି ଅଧିକ ଦରମା ପାଉଥିବା କର୍ମଚାରୀ ମାନେ କିଭଳି ଏହି ସ୍କିମରେ ସାମିଲ ହେବେ ସେ ନେଇ ନିଷ୍ପତ୍ତି ନିଆଯାଉଛି।
 

ବିରାଟ ୯,୦୦୦ ରନ୍
now
ଟେଷ୍ଟ କ୍ରିକେଟରେ ୯,୦୦୦ ରନ୍ କରି ଇତିହାସ ସୃଷ୍ଟି କଲେ କୋହଲି
ଅର୍ଗସ ବ୍ୟୁରୋ:ଟେଷ୍ଟରେ ବିରାଟ ବେଷ୍ଟ,ସ୍ଥାପନ କଲେ ରେକର୍ଡ। ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଲେ ୭୦ ରନର ଜବରଦସ୍ତ ପାରି,୮ ଚୌକା,ଗୋଟିଏ ଛକା ହୋଇଛି ସାମିଲ୍ । ୧୯୭ ତମ ଇନିଂସର
BANGLADESH
6m ago
ହସିନାଙ୍କ ବଢିଲା ଅଡ଼ୁଆ ! ବାଂଲାଦେଶ ଫେରିବା ଛଡ଼ା ବାଟ ନାହିଁ
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା । କାରଣ ତାଙ୍କ ନାଁରେ ଜାରି ହୋଇଛି ଗିରଫ ପରୱାନା । ତେଣୁ ସେ ଯେଉଁଠି ଥିଲେ ବି ବାଂଲାଦେ
ଛତୁଆ
9m ago
ଗର୍ଭବତୀ ଓ କୁନି କୁନି ଶିଶୁଙ୍କ ଜୀବନ ସହ ସାଂଘାତିକ ଖେଳ
ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା ଛତିଶଗଡ଼ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ରାଇଘର ବ୍ଲକରେ ଗର୍ଭବତୀ ମହିଳା ଓ କୋମଳମତି ଶିଶୁମାନଙ୍କୁ ଛତୁଆ ବଣ୍ଟନରେ ଅବ୍ୟବସ୍ଥା । ବଣ୍ଟାଯାଉଛି ଏକ୍ସପାଏର