ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର 
by Argus News
Fri, Jul 26 | 1:27 p.m.

କଟକ:  ଚୌଦ୍ଵାର ଥାନା ଅନ୍ତର୍ଗତ ଶଙ୍କରପୁର ରେଳ ଧାରଣାରୁ ଜଣେ ଯୁବକର ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର କରିଛି ଜି.ପି.ଆର ଏଫ୍ ପୋଲିସ । ଯୁବକ ଜଣକ ହେଲେ କଟକ ମାନସିଂହପାଟଣାର  ସୌମ୍ୟ ପ୍ରକାଶ ମହାପାତ୍ର ।  ସୂଚନା ଅନୁଯାୟୀ ଆଜି ସକାଳୁ ରେଳ ଧାରଣାରେ  ଯୁବକର ଖଣ୍ଡ ବିଖଣ୍ଡିତ ଶରୀର ପଡ଼ି ଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ l ଏହାପରେ ସେମାନେ ତୁରନ୍ତ ସ୍ଥାନୀୟ ପୋଲିସ ଓ  କଟକ GRPF ଥାନାକୁ ଜଣାଇଥିଲେ l

GRPF ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକର ଖଣ୍ଡ ବିଖଣ୍ଡିତ ଶରୀରକୁ ଜବତ କରିବା ସହ ତା ନିକଟରେ ପଡ଼ିଥିବା ଦୁଇଟି ମୋବାଇଲ, ମନିପର୍ସ ଓ କିଛି ପରିଚୟ ପତ୍ର ପାଇଥିଲା I ସେଇ ପରିଚୟ ପତ୍ର ପୋଲିସ ପାଇବା ପରେ ଜାଣିବାକୁ ପାଇଥିଲା ଯୁବକ ଜଣକଙ୍କ ଘର କଟକ ମାନସିଂହ ପାଟଣା ଓ  ସେ ପେଶାରେ ଜଣେ ଓକିଲ । ତାଙ୍କର ବୟସ ପାଖା ପାଖି ୫୦ ବର୍ଷ ହେବ I  ତେବେ ସେ କାହିଁକି କଟକରୁ ଏଠାକୁ ଆସିଥିଲେ ଓ  ଆତ୍ମହତ୍ୟା କଲେ ତାହା ତଦନ୍ତ ପରେ ଜଣା ପଡ଼ିବ ।  କିଭଳି ଟ୍ରେନ ଦୁର୍ଘଟଣା ର ଶିକାର ହେଲେ ତାହା ତଦନ୍ତ ପରେ ଜଣାପଡ଼ିବ I ଏନେଇ ମୃତକଙ୍କ ପରିବାର ସହିତ କାହାରି ଯୋଗାଯୋଗ ହୋଇପାରିନାହିଁ ।

ଅଧିକ ପଢନ୍ତୁ ଓଡିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା