ଦୁର୍ଗମରେ ଅବହେଳିତ ଶିକ୍ଷା ବ୍ୟବସ୍ଥା
by Argus News
Thu, Jul 11 | 9:25 p.m.

ଅର୍ଗସ ବ୍ୟୁରୋ:  କେନ୍ଦୁଝର ତେଲକୋଇ ବ୍ଲକ କରଦାଙ୍ଗୀ ପଞ୍ଚାୟତର ସୀମାନ୍ତବର୍ତ୍ତୀ ସରେଇ ଗାଁ । ଗାଁରେ ରହିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଶିଖେଶ୍ବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର। ମାତ୍ର ଦୁଃଖର ବିସୟ ଉଭୟ ବିଦ୍ୟାଳୟର ଭିତ୍ତିଭୂମି ଭୁଷୁଡି ଗଲାଣି। ଉଭୟ ବିଦ୍ୟାଳୟର ବିଲଡିଂ ରକ୍ଷଣା ବେକ୍ଷଣ ଅଭାବରୁ ଫାଟିଗଲାଣି। ତଳ ଚଟାଣ ପଲସ୍ତରା ଛାଡୁଥିବା ବେଳେ ଛାତ ଫାଟି ରଡ ଦିସୁଛି। ଏମିତିକି ଛାତରୁ ପ୍ଲାଷ୍ଟର ଖଶି ବିଦ୍ୟାର୍ଥୀ ଆହତ ହେଉଥିବା ଅଭିଯୋଗ ହୋଇଛି।

ପ୍ରାଥମିକ ବିଦ୍ୟାଳୟରେ ପାଞ୍ଚଟି ଶ୍ରେଣୀ ପାଇଁ ଦୁଇଟି ଶ୍ରେଣୀଗୃହ ଓ ଦୁଇଜଣ ଶିକ୍ଷକ ରହିଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇଟି ଶ୍ରେଣୀ ପାଇଁ ଗୋଟିଏ ଶ୍ରେଣୀଗୃହ ରହିଥିବା ବେଳେ ଜଣେ ମାତ୍ର ଶିକ୍ଷକ ରହିଛନ୍ତି। ସେହି ଗୋଟିଏ ଶ୍ରେଣୀଗୃହର ଅବସ୍ଥା ମଧ୍ୟ ଶୋଚନୀୟ। ଗୋଟିଏ ବଖରା ବିଶିଷ୍ଠ ଶ୍ରେଣୀଗୃହ ଭିତରେ ଗୋଟିଏ ଶ୍ରେଣୀ ର ଛାତ୍ରଛାତ୍ରୀ ବସୁଥିବା ବେଳେ ବାରଣ୍ଡାରେ ଆଉ ଗୋଟିଏ ଶ୍ରେଣୀର ଛାତ୍ରଛାତ୍ରୀ ବସୁଛନ୍ତି।ବିଦ୍ୟାଳୟର ଏଭଳି ସ୍ଥିତି ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏହାର ମରାମତି ପାଇଁ କେହି ପଦକ୍ଷେପ ନେଉ ନାହାନ୍ତି। ଫଳରେ ଅଭିଭାବକ ମାନେ ପାଖ ଗାଁ କିମ୍ବା ଛାତ୍ରବାସରେ ଛୁଆଙ୍କୁ ଛାଡିବାକୁ ବାଧ୍ୟ ହେଉଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା