ସଂସଦରେ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ବାଚସ୍ପତି
by Argus News
Tue, Jul 02 | 3:25 p.m.

ଅର୍ଗସ ବ୍ୟୁରୋ : ବିଶ୍ବକପ୍ ଜିତିଥିବା ଟିମ୍ ଇଣ୍ଡିଆକୁ ଛୁଟୁଛି ଅଭିନନ୍ଦନର ସୁଅ । ଆଜି ଲୋକସଭାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଯାଇଛି । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମାତ୍ର ବାଚସ୍ପତି ଟିମ୍ ଓମ୍ ବିର୍ଲା ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା ଓ ଅନ୍ୟ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥଲେ । ଏହାକୁ ଗୃହର ସମସ୍ୟ ସଦସ୍ୟ ତାଳି ମାରି ସମର୍ଥନ କରିଥିଲେ । ଟିମ୍ ଇଣ୍ଡିଆର ପ୍ରଦର୍ଶନ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ବାଚସ୍ପତି ଓମ୍ ବିର୍ଲା ।

ଅଧିକ ପଢନ୍ତୁ : ଭାରତ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିଅନ୍

ଗତ ରବିବାର ଦିନ ମ୍ୟାଚରେ ଭାରତର ରୋମାଞ୍ଚକର ବିଜୟ ସହ କପ ହାତେଇଥିଲା । ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଥିଲା ଭାରତ  । ୧୭୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଦୁଇଟି ଓ୍ବିକେଟ ହରାଇ ଥିଲା । ରେଜା ହେଣ୍ଡରିକ୍ସ ମାତ୍ର ୪ ରନ ଓ ଅଧିନାୟକ ଆଇଡେନ ମାର୍କରାମ ୭ ରନ କରି ଆଉଟ ହୋଇଥିଲେ । ଭାରତ ବିଶ୍ବ ଚାମ୍ପିଅନ୍ ହେବା ପରେ ସାରା ଦେଶରେ ଦୀପାବଳି ଭଳି ପରିବେଶ । ରାତି ସାରା ବାଣ ଫୁଟାଇ ଉତ୍ସବ ମନାଇଲେ କ୍ରିକେଟ୍ ପ୍ରେମୀ । ସବୁଠି ଟିମ୍ ଇଣ୍ଡିଆ ଜିନ୍ଦାବାଦ୍ ନାରା । ବିଦେଶରୁ ବି ଆସିଲା ଶୁଭେଚ୍ଛା ଓ ସେଲିବ୍ରେସନର ଚିତ୍ର ।

ଖସିଲା ମାଟି ଅତଡା
11m ago
ଲଗାଣବର୍ଷାରେ ଖସିଲା ମାଟି ଅତଡା, ଯାତାୟତ ଠପ୍
କୋରାପୁଟ: କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତର ପାଙ୍ଗନପାଣି ଗ୍ରାମରେ ମାଟି ଅତଡା ଖସିବା ଫଳରେ ଯାତାୟତ ଠପ୍ ହୋଇଯାଇଛି । କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ମାଟ
ଧୋନି
33m ago
୧୫ ତମ ବିବାହ ବାର୍ଷିକୀରେ କିଛି ଏମିତି କହିଲେ ଧୋନି
ଅର୍ଗସ ବ୍ୟୁରୋ: ୧୫ ତମ ବିବାହ ବାର୍ଷିକୀ ପାଳନ କଲେ ଏମଏସ ଧୋନି ଏବଂ ସାକ୍ସି ଧୋନି। କେକ କାଟି ପରସ୍ପରକୁ ଆନିଭର୍ସରୀ ଉଇସ କଲେ। ସେଲିବ୍ରେସନର ଏକ ହୃଦୟସ୍ପର୍ଶୀ ଭିଡ଼ିଓ ନିଜ ସୋସିଆଲ ମିଡିଆର
ଶ୍ରେୟା ଘୋଷାଲ
42m ago
ଶ୍ରେୟା ଘୋଷାଲଙ୍କୁ ପସନ୍ଦ ଟ୍ରୁ-କଲର, ଜାଣନ୍ତୁ କାରଣ...
ଅର୍ଗସ ବ୍ୟୁରୋ : ଶ୍ରେୟା ଘୋଷାଲ । ଚର୍ଚ୍ଚିତ ବଲିଉଡ ସିଙ୍ଗର । ନିଜ ମିଠା ଅନ୍ଦାଜରେ ସେ ଶତ୍ରୁକୁ ବି ମିତ୍ର ବନେଇପାରନ୍ତି । କେବଳ ରାଜ୍ୟ କି ଦେଶ ନୁହେଁ ବିଦେଶରେ ମଧ୍ୟ ସେ ନିଜ ସୁରିଲ