ପାଟିରୁ ଗନ୍ଧ ବାହାରିଲେ, ଡାଇବେଟିସ୍‌ ନିଶ୍ଚିତ
by Argus News
Tue, Jul 23 | 8:09 p.m.

ଅର୍ଗସ ବ୍ୟୁରୋ:  ଆପଣଙ୍କ ପାଟିରୁ ଗନ୍ଧ ବାହାରୁଛି କି। ତେବେ ଜାଣି ରଖନ୍ତୁ ଆପଣଙ୍କୁ ଡାଇବେଟିସ୍‌ ହୋଇଛି। ଆଜ୍ଞା ହଁ, ଚିନ୍ତା ବଢ଼ାଉଛି ଡାଇବେଟିସ୍‌। ଆଜିକାଲି ଏହା ସମସ୍ତଙ୍କୁ ଆଟାକ କରୁଛି। ତେବେ ଡାଇବେଟିସ୍ ରୋଗର ଲକ୍ଷ୍ୟଣକୁ ଜାଣିବା ସହଜ ହେଉନଥିଲେ ବି ଅଧିକ ଥର ଭୋକ ଲାଗିବା, ହାଲିଆ ଲାଗିବା ଭଳି ଲକ୍ଷଣ ଦେଖାଗଲେ ଲୋକେ ସାଧାରଣତଃ ଡାକ୍ତର ପରାମର୍ଶ କରିଥାନ୍ତି । ହେଲେ ଏବେ ଆଉ ଏକ ନୂଆ ଲକ୍ଷଣ ସାମନାକୁ ଆସିଛି ଯାହାକୁ ନେଇ ବିଶେଷଜ୍ଞମାନେ ଦାବି କରୁଛନ୍ତି । ଯାହା ଜାଣିବା ନିହାତି ଆବଶ୍ୟକ। ତାହା ହେଉଛି ପାଟିରୁ ବାହାରୁଥିବା ଗନ୍ଧ।  ଆପଣଙ୍କ ପାଟିରୁ ଫଳର ଗନ୍ଧ ଆସିଲେ ଏହା ‘ଡାଏବେଟିକ୍ କିଟୋଏସିଡୋସିସ୍’ର ଲକ୍ଷଣ ହୋଇପାରେ, ଯାହା ମଧୁମେହର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ବୋଲି କହିଛନ୍ତି ।

‘ଡାଏବେଟିକ୍ କିଟୋଏସିଡୋସିସ୍’ ଶରୀର ମଧ୍ୟରେ ହେଉଥିବା ଏକ ପ୍ରକ୍ରିୟା, ଯେଉଁଥିରେ ଇନସୁଲିନ୍ ମାତ୍ରା କମିଯାଏ, ଫଳରେ ରକ୍ତ କଣିକାରେ ହାନିକାରକ କିଟୋନ୍ସ ସୃଷ୍ଟିି ହୁଏ । ଫଳରେ ଡାଇବେଟିସ୍ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ପାଟିରୁ ଏଭଳି କିଛି ଗନ୍ଧ ବାହାରିଲେ ଡେରି ନକରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବାକୁ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ତେବେ ଏହା ଜାଣିବା ଦ୍ୱାରା ଆପଣ ନିଜର ଏବଂ ନିଜ ପରିବାରର ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେଇପାରିବେ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: 

 

 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା